୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ ଥାନା ଅଧିନ ଅନସରା ଗ୍ରାମର ଜଟାଧାରୀ ବରାଳ ନାମକ ଜଣେ ଚାଷୀ ରବିବାର ସକାଳେ ନିଜ ବାରିପଟ ବିଲକୁ କାମ କରିବା ପାଇଁ ଯାଇ ବିଦ୍ୟୁତ୍ ଆଘାତ ପାଇଥିଲେ । ପରିବାର ଲୋକ ତୁରନ୍ତ ଜଟାଧାରୀଙ୍କୁ ଚିକିତ୍ସା ନିମନ୍ତେ ଗୋପ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ମୃତ ଜଟାଧାରୀଙ୍କ ପୁତୁରା ଏନେଇ କୋଣାର୍କ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।














