୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଗତକାଲିର ଆକ୍ସନରେ ଭରା ରେସ୍ ୧ ପରେ ହୋଣ୍ଡା ରେସିଂ ଇଣ୍ଡିଆର ଯୁବ ରାଇଡରମାନେ ଚେନ୍ନାଇର ମାଡ୍ରାସ ଇଂଟରନ୍ୟାସନାଲ୍ ସର୍କିଟ୍ରେ ଚାଲିଥିବା ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ର ତୃତୀୟ ରାଊଣ୍ଡର ରେସ୍-୨ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ରେସ୍ ଟ୍ରାକ୍ରେ ଯୁବ ରାଇଡର୍ମାନେ ସେମାନଙ୍କ ରେସିଂ ଶକ୍ତି ପ୍ରଦର୍ଶନ କରିଥିଲେ । ରେସ୍-୨ ଆକ୍ସନ ଓ ଉତ୍ସାହର ସମିଶ୍ରଣ ଥିଲା ଯେଉଁଥିରେ କୋହ୍ଲାପୁରର ୨୨ ବର୍ଷୀୟ ସିଦ୍ଦେଶ ସାୱନ୍ତ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍ଏସ୍ଏଫ୍୨୫୦ଆର୍ ବର୍ଗରେ ଅପ୍ରତିଦ୍ୱନ୍ଦ୍ୱୀ ବିଜୟୀ ହୋଇଥିଲେ ।















