
ରାମଚଣ୍ଡୀ, ଚନ୍ଦ୍ରଭାଗା ହେବ ଉନ୍ନତିମୂଳକ କାର୍ଯ୍ୟ।
୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ପର୍ଯ୍ୟଟନ ବିଭାଗର ଦ୍ଵାରା ପରିଚାଳିତ ଚନ୍ଦ୍ରଭାଗା ଉଡେନ୍ ରେଷ୍ଟୁରାଣ୍ଟର ମରାମତି କାର୍ଯ୍ୟ ଆରମ୍ଭ ହେବା ସହ ଖୁବଶୀଘ୍ର ପର୍ଯ୍ୟଟକ ମାନଙ୍କୁ ଆତିଥେୟ ଯୋଗାଇଦେବ ବୋଲି ଜଣାପଡିଛି। ଗତ ଫନି ବାତ୍ୟା ଠାରୁ ଭାଙ୍ଗି ହୋଇ ପଡିଥିବା ଏହି ରେଷ୍ଟୁରାଣ୍ଟର ନବେକଳବର ହେବ। ଏ ନେଇ ଖୁବ୍ ଜଲଦି ପକ୍ରୀୟ ଆରମ୍ଭ ହେବ ବୋଲି ପର୍ଯ୍ୟଟନ ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପ୍ରକାଶ କରିଅଛନ୍ତି।

ସୂଚନାରୁ ଜଣାପଡେକି ଗତ ଶୁକ୍ରବାର ଅପରାହ୍ନରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମୋହଦୟା ଚନ୍ଦ୍ରଭାଗା, ରାମଚଣ୍ଡୀ ଗ୍ରସ୍ତ କରିଥିବା ବେଳେ କୋଣାର୍କ – ପୁରୀ ମେରେନ୍ ଡ୍ରାଇଭି ରାସ୍ତାରୁ ବେଲେଶ୍ୱର ମନ୍ଦିର ପର୍ଯ୍ୟନ୍ତ ନୂତନ ରାସ୍ତା ପାଇଁ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦ କରାଯାଇଥିବା ଜଣାପଡ଼ିଛି। ପରେ ଶ୍ରୀମତି ପରିଡ଼ା ମା ‘ ରାମଚଣ୍ଡୀଙ୍କ ପୀଠସ୍ତଳି ଗ୍ରସ୍ତ କରିଥିବାବେଳେ ସୁତନ ପଞ୍ଚାୟତ ବିଜେପି ପକ୍ଷରୁ ନିରଞ୍ଜନ ବେହେରା, ପ୍ରଦୀପ କୁମାର ସାହୁ, ଦିଲୀପ ପ୍ରଧାନ ପ୍ରମୁଖ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ l














