
୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ବ୍ରହ୍ମଗିରି ପଞ୍ଚାୟତ ଅନ୍ତର୍ଗତ ଜାତୀୟ ରାଜପଥ ୩୧୬ କାଳିକାବାଡି ଅର୍ଜୁନେଶ୍ବର ମନ୍ଦିର ଠାରୁ ଭୀମେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟିକା ଉପାସନା ମହାପାତ୍ର । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଏହି ଶୁଭ ଦେଇଛନ୍ତି ।

ଗ୍ରାମାଞ୍ଚଳର ଭିତ୍ତି ଭୂମି ବିକାଶ ଓ ଗମନାଗମନ ଉନ୍ନତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ବ୍ରହ୍ମଗିରିବାସୀ ବିଧାୟିକାଙ୍କ ଏହି କାର୍ଯ୍ୟକୁ ସମର୍ଥନ କରିବା ସହ ପ୍ରଶଂସା କରିଥିଲେ । ଏହା ତାଙ୍କର ପ୍ରଥମ ଭିତ୍ତିପ୍ରସ୍ତର ସ୍ଥାପନ ବୋଲି ଆଲୋଚନା ହେଉଛି ।














