No Result
View All Result
୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଷ୍ଟେସନରୋଡସ୍ଥିତ ବୁଦ୍ଧ ମନ୍ଦିରରେ ହିରୋସୀମା ଦିବସ ଇଣ୍ଟରନ୍ୟାସିନାଲ ଆସୋସିଏସନ ଫର ଦି ଫିଉଚର ଅଫ ହିୟୁମ୍ୟାନିଟି ଦ୍ୱାରା ପାଳିତ ହୋଇଯାଇଛି I ଅନୁଷ୍ଠାନର ପ୍ରତିଷ୍ଟIତା ସ୍ବର୍ଗତ ଡ଼କ୍ଟର ସଦାନନ୍ଦ ମିଶ୍ରଙ୍କର ଫଟୋ ଚିତ୍ରରେ ଶ୍ରଦ୍ଧାପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା | ବେଦପାଠ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା I ଠିକ ଆଠଟା ତେର ମିନିଟରେ ହିରୋସୀମା ତଥା ୟୁକ୍ରେନ ଏବଂ ଗାଜ଼ା ରେ ମୃତ୍ୟୁବରଣ କରିଥିବା ନିରୀହ ମାନଙ୍କ ଉଦେଶ୍ୟରେ ନିରବ ପାର୍ଥନା କରାଯାଇଥିଲା I
ଜ୍ୟୋର୍ତିବିତ ଅନାମ ସାହୁ ଅତିଥି ପାରିଚୟ ଦେବା ସହ ଅଠେଇଶ ବର୍ଷ ନୀରବଛିର୍ଣ୍ଣଭାବେ ଶ୍ରୀକ୍ଷେତ୍ରରେ ଏହି ଶାନ୍ତି କାଯ୍ୟକ୍ରମ ଜାରି ରହିଛି ବୋଲି କହିଥିଲେ I ଅନୁଷ୍ଠାନର ସହ ସମ୍ପାଦକ ସମାଜସେବୀ ହେକ୍ଟର ମିଶ୍ର ସ୍ୱାଗତ ଭାଷଣ ଦେବାସହ, ହିରୋସୀମା ପଡ଼ିଥିବା ବିଭିଷିକା ତଥା ମଣିଷ କିପରି ଅଶାନ୍ତିକୁ ବାଛିନେଇଛି ଓ ଶାନ୍ତି ବିନା ଜୀବନ ଅସମ୍ଭବ ବିଷୟରେ ଆଲୋକପାତ କରିଥିଲେ Iମଦର୍ଶ ପବ୍ଲିକ ସ୍କୁଲର ହର୍ଷିତ ମିତ୍ର ଓ ପୁରୀ କନଭେଣ୍ଟ ସ୍କୁଲର ସଂଜ୍ଞଦୀପ୍ତ ମହାନ୍ତି ଶ୍ରୀଜିତ ସିଂ ଛାତ୍ର ଜୀବନରେ ଶାନ୍ତିର ଆବଶ୍ୟକତା ଉପରେ ନିଜର ବକ୍ତବ୍ୟ ରଖିଥିଲେ I
ଏହି ଶାନ୍ତି ସଭାରେ ଓଡିଶା ସରକାରଙ୍କର ଓଡ଼ିଆ ଭାଷା ପ୍ରତିଷ୍ଠାନର ସ୍ୱତନ୍ତ୍ର ସଚିବ ମଧୁସୂଦନ ଦାସ , ମୁଖ୍ୟଅତିଥି ଭବେ ଯୋଗଦେଇ ପରମାଣୁରେ ପରମାୟୁର ଆଇଶ୍ୱ ଓ ମନୁଷ୍ୟ କିପରି କମ ରାସ୍ତାରେ ଗତିକରି ଶାନ୍ତି ଆପଣIଇ ପାରିବ ବିଷୟରେ ଆଲୋକପାତ କରଥିଲେ I ଶିଶୁ କଲ୍ୟାଣ ସମିତି ପୁରୀର ମୁଖ୍ୟ ଅଜିତ ମହାପାତ୍ର ସମାଜରେ ଶାନ୍ତିର କାମ୍ୟ ଯଥା ଯୁଦ୍ଧର ଓ ତାର ପରବର୍ତୀ ବିଭିଷିକା ସବୁ ମନୁଷ୍ୟକୃତି ଯାହାକୁ ଏଡାଇଦିଆଯାଇପାରିବ ଉପରେ ଗୁରୁତ୍ୱଦେଇ ଥିଲେ I
ସାନମାନିତା ଅତିଥିଭାବେ ଇଞ୍ଜିନିଅର ବିଭୁ ପ୍ରସାଦ ସାହୁ, କବି ଶଙ୍କର୍ଷଣ ପରିଢା ଏବଂ ପ୍ରଖ୍ୟାତ ଡାକ୍ତର ଅର୍ଣ୍ଣବ ପଟ୍ଟନାୟକ ଯୋଗାଦେଇ ମଣିଷର ମୂଲ୍ୟବୋଧ, ଡାକ୍ତର ଯୁଦ୍ଧରେ କିପରି ଦେବତାର ଆଖ୍ୟା ଉପରେ କହିଥିବା ବେଳେ ସମାଜରେ ଶାନ୍ତି ପ୍ରତିଷ୍ଠା ଦିଗରେ ସମାଜର ସୂକ୍ଷ୍ମ ସ୍ତରରୁ କିପରି ପ୍ରୟାସ କରାଯାଇପାରିବ ତାହାର ସମୟ ଆଶିପହଁଚିଛି ଉପରେ କହିଥିଲେ I ସ୍ମିତାକୁମାରୀ ରାଜଗୁରୁ, ସିପ୍ରା ଦାସ, ସମାଜସେବୀ ରବିନାରାୟଣ ସାହୁ, ସଂଗଠକ ରାଜେଶ ମହାନ୍ତି, ଡାକ୍ତର ନରହରି ଦାଶ, ବ୍ରହ୍ମାନନ୍ଦ ସାହୁ ଓ ମିତାଲି ଆଚାର୍ଯ୍ୟ, ଶାନ୍ତିର ସତ୍ତାର ପତନ ଉପରେ ଗୁରୁତ୍ୱ ଦେଇଥିଲେ I
ଏହି ସଭାକୁ ସଦାଶିବ ସସ୍ଥାନର ପୁରୀର ପୂର୍ବତନ ନିର୍ଦେଶକ ପ୍ରଫେସର ଡ଼କ୍ଟର ଅତୁଳ କୁମାର ନନ୍ଦ ସଭାପତିତ୍ବ କରିଥିଲେ I ସରକାର ତୃଣମୂଳ ସ୍ତରରେ କଣପାଇଁ ଶାନ୍ତି ପାଇଁ କାର୍ଯ୍ୟ କରୁନାହାଂତି ଯାହାକି ଜରୁରି I ଶତାଧିକ ଶାନ୍ତିକାମି ବୁଦ୍ଧିଜୀବୀ ଏହି ସଭାରେ ଯୋଗଦେଥିଲେ I ଦୟାନିଧି ପଣ୍ଡା, ଡାକ୍ତର ରାଧାଶ୍ୟାମ ରଥ,ସାରଙ୍ଗାଧର ଷଡ଼ଙ୍ଗୀ, ଇଂ ସନ୍ଦୀପ କୁମାର ସେନ, ସଞ୍ଜୟ ପ୍ରଧାନ, ପ୍ରିତମ ମିତ୍ର, ବିଦୁଲତା ଆଚାର୍ଯ୍ୟ, ଛାୟାକାନ୍ତ ନାୟକ, ଡ଼କ୍ଟର ବଳରାମ ଦାସ, ଇଂ ସମ୍ବିତ ସିଂ,
ଜଗଦୀଶ କୁମାର ଦାସ, ଓମ ସୁବୁଦ୍ଧି, ଫାଦର ବୁଲୁ ବୀରେନ୍ଦ୍ର କୁରଜୁଓ ପ୍ରକାଶ ପ୍ରଧାନ ଯୋଗଦେଇଥିଲେ I ଜୁପୀଟର ଦାସ ଧନ୍ୟବାଦ ଦେଇଥିଲେ | କାର୍ଯ୍ୟକ୍ରମ କୁ ନାଟ୍ୟକାର ଶିବାସୁନ୍ଦର ମିଶ୍ର, ଜଗଦୀପ କୁମାର ଦାଶ, ଚନ୍ଦନ ମିଶ୍ର ଓ ବାବୁ ଡୋରା ଆଦି ସଞ୍ଚIଳନା କରିଥିଲେ I ବିଶ୍ୱ ଶାନ୍ତି କାମନାକରି କପୋତ ମାନ ଉଡାକାଇଥିଲା ଏବଂ ଏକ ଶାନ୍ତି ଶୋଭାଯାତ୍ରା ବୁଦ୍ଧ ମନ୍ଦିରରୁ ବାହାରି ପୁରୀ ଜ଼ିଲ୍ଲାସ୍କୁଲ ପର୍ଯ୍ୟନ୍ତ ଯାଇଥିଲା l
No Result
View All Result