୦୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଜିଲ୍ଲା ପାରମ୍ପାରିକ ମତ୍ସ୍ଯକର୍ମୀ ୟୁନିୟନ ପକ୍ଷରୁ ଆଜି ଏକ ବିରାଟ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ୧୩ ଦଫା ସମ୍ବଳିତ ଏହି ଦାବିପତ୍ରରେ ସେମାନଙ୍କ ସମସ୍ୟା ଜଣାଇଛନ୍ତି ।

ଦାବିପତ୍ର ମାନଙ୍କ ମଧ୍ଯରେ ପୁରୀ ପେଣ୍ଠକଟାରେ ଫିସିଂ ହର୍ବାଲ ଖୋଲିବା, ମତ୍ସ୍ୟଜୀବୀ ଗ୍ରାମରେ ଫିସ ଲାଣ୍ଡିଂ ସେଣ୍ଟର ଖୋଲିବା ଦାବି ରହିଛି । ସେହିପରି ତାଳବଣିଆ ହାଇଜନିକ ଫିସ ମାର୍କେଟ କାର୍ଯ୍ୟକ୍ରମ କରିବା, ଫନିରେ କ୍ଷତିଗ୍ରସ୍ତ ମତ୍ସ୍ଯଜୀବୀଙ୍କୁ ସାହାଯ୍ଯ କରିବା,















