No Result
View All Result
୦୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟନା :-> ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାର୍ଯ୍ୟାଳୟକୁ ମଧ୍ୟ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ଖବର ଅନୁଯାୟୀ, ଅଲ୍ କାଏଦା ନାମକ ଜଣେ ୟୁଜରଙ୍କ ଆଇଡିରୁ ଏକ ଇମେଲ ପଠାଇ ଏହି ଧମକ ଦିଆଯାଇଛି । ବିହାର ପୋଲିସ ଏ ବାବଦରେ ଏଫ୍ଆଇଆର୍ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି । ଏଟିଏସ୍ ଏହି ଘଟଣାର ଅନୁସନ୍ଧାନ କରୁଛି । ଅଗଷ୍ଟ ୨ ରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ସଚିବାଳୟ ପୁଲିସ୍ ଷ୍ଟେସନରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସଚିବାଳୟ ପୁଲିସ୍ ଷ୍ଟେସନର ଏସ୍ଏଚ୍ଓ ସଞ୍ଜୀବ କୁମାରଙ୍କ ଅଭିଯୋଗ ଅଧାରରେ ଏକ ମାମଲା ରୁଜୁ ହୋଇଛି ।
ପୁଲିସ୍ର ସୂଚନାନୁସାରେ, ଜୁଲାଇ ୧୬ରେ ସିଏମ୍ଓର ଅଫିସିଆଲ ମେଲ ଆଇଡିରେ ଏକ ମେଲ ଆସିଥିଲା ଯେ ସିଏମ୍ଓ ଉପରେ ବୋମା ପକାଯିବ । ବିହାରର ସ୍ୱତନ୍ତ୍ର ପୁଲିସ୍ ମଧ୍ୟ ସେମାନଙ୍କ ପାଇଁ କିଛି କରିପାରିବ ନାହିଁ । ଏହାକୁ ନଜର ଆନ୍ଦାଜ ନ କରିବାକୁ ଇମେଲରେ କୁହାଯାଇଥିଲା । ଏଥିସହିତ ଏହି ଧମକ ପାଇବା ପରେ ପୋଲିସ ସମ୍ପୃକ୍ତ ମେଲ ବିଷୟରେ ଜାଣିବା ଆରମ୍ଭ କରିଥିଲା । ସୂଚନା ଅନୁଯାୟୀ, ଦୁଷ୍କର୍ମକାରୀ ମାନେ ID achw700@gmail.com ରୁ ମେଲ ପଠାଇଥିଲେ । ସମ୍ପୃକ୍ତ ମେଲ ଆଇଡିର ସବିଶେଷ ତଥ୍ୟ ପୋଲିସ ତଦନ୍ତ କରୁଛି । ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ବିଏନ୍ଏସ୍ BNS ୨୦୨୩ର ଧାରା ୩୫୧ (୪), (୩) ଏବଂ ଆଇଟି ଆକ୍ଟର ୬୬(ଏଫ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ଏହି ଧମକ ପରେ ପୋଲିସ ବିଭାଗରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ମାମଲାର ପ୍ରତ୍ୟେକ ବିନ୍ଦୁ ଅନୁସନ୍ଧାନ କରୁଛି ।
No Result
View All Result