ବାଲି ମାଫିଆଙ୍କୁ ପୋଲିସ ପ୍ରଶାସନ ସହଯୋଗ କରୁଥିବା VIDEO ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

୦୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୁରଭଞ୍ଜ ଜିଲ୍ଲା :-> ସାରସକଣା ବ୍ଲକ ଦେଇ ପ୍ରବାହିତ ହୋଇଥିବା ସୁବର୍ଣ୍ଣରେଖା ନଦୀର ବାଲି ବେଆଇନ ଚାଲାଣକୁ ନେଇ ତହସିଲ ଅଞ୍ଚଳଟି ବର୍ଷ ବର୍ଷ ଧରି ଚର୍ଚ୍ଚାରେ ରହି ଆସିଥିବା ବେଳେ ଚଳିତ ବର୍ଷର ଚାରିଦିନ ଲଗାଣ ବର୍ଷାରେ ବନ୍ୟା ପାଣି ଆସିଥିବାରୁ ବିପୁଳ ପରିମାଣରେ ଗଛିତ ଥିବା ବାଲି ଚାଲାଣ ହେଉଛି । ତହସିଲ ଅଧିନ ପାଣ୍ଡରା ଜମୁନାପାଳ, ଶୀର୍ଷାସ୍ଥ ରୁଗୁଡିସାହି, ବଙ୍ଗଳାଘାଟ ଓ ଜାମସୋଳା ଭଳି ବେସରକାରୀ ଘାଟରୁ ବିଭିନ୍ନ ସ୍ଥାନରେ ହଜାର,ହଜାର ଟ୍ରିପ ବାଲି ଗଛିତ କରି ମାଫିଆ ମାନେ ଚଳେଇଛନ୍ତି ବାଲି ଚୋରା ଚାଲାଣ। ରାତିରେ ଶହ ଶହ ଟ୍ରିପ ବାଲି ଆଣି ବିଭିନ୍ନ ସ୍ଥାନରେ ଗଛିତ ପରେ ବାହାର ରାଜ୍ୟକୁ ରାତିରେ ଟ୍ରକ ଓ ହାଇୱା ଯୋଗେ ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ ମଧ୍ୟ ତହସିଲ, ମାଇନିଂ ଓ ପୁଲିସ ନିରବ ଦ୍ରଷ୍ଟା ସାଜିଛି।

ଅପରପକ୍ଷେ ବାଲି ମାଫିଆଙ୍କୁ ସହଯୋଗ କରୁଛି ପୋଲିସ ପ୍ରଶାସନ ଏ କଥା ଆମେ କହୁନୁ, ଦୁଇ ତାରିଖ ବିଳମ୍ବିତ ରାତିରେ ବାଲି ହାଇୱା ପଛରେ ନାଲି ବତୀ ଜାଳି ଘୁରି ବୁଲୁଥିବା ପୋଲିସ ପେଟ୍ରୋଲିଂ ଗାଡିର ଲାଇଭ ଭିଡ଼ିଓ ସବୁକିଛିକୁ ପ୍ରମାଣିତ କରୁଛି। ଯାହାକୁ ନେଇ ପୋଲିସ ପ୍ରଶାସନ ମାଫିଆଙ୍କୁ ବାଲି ଚୋରି କରିବା ପାଇଁ ସାହାଯ୍ୟ କରୁଛି କି ବୋଲି ସାଧାରଣରେ ପ୍ରଶ୍ନ ଉଠିବା ସହିତ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି। ଏଥିପାଇଁ ପ୍ରତି ଟ୍ରିପରୁ କେତେ ନେଉଛନ୍ତି କମିଶନ। ଏକତ୍ରିତ ହୋଇ ବାଲି ମାଫିଆ ମାନେ ମାଇନିଂ ଉପରେ ଚାପ ସୃଷ୍ଟି ମଧ୍ୟ କରିଥାନ୍ତି। ଯାହାକୁ ମୁକାବିଲା କରିବା ପାଇଁ ମାଇନିଂ ବିଭାଗର ଆବଶ୍ୟକତା ଥିବା ବେଳେ ପର୍ଯ୍ୟାପ୍ତ ଅଧିକାରୀ ନଥିବାରୁ ବାଲି ମାଫିଆ ସକ୍ରିୟ ହୋଇ ରାଜସ୍ବ ଲୁଟ କରୁଥିବାର ଜଣାପଡିଛି।

ରାତିସାରା ସୁବର୍ଣ୍ଣରେଖା ବେସରକାରୀ ବାଲି ଘାଟରୁ JCB ସାହାଯ୍ୟ ରେ ବାଲି ଉତ୍ତୋଳନ କରି ବଡ଼ ବଡ଼ ହାଇୱାରେ ବାଲି ଚୋରା ଚାଲାଣ ଚାଲିଛି । ଆଉ ସେହି ବାଲି ମାଫିଆଙ୍କୁ ପୋଲିସ ପ୍ରଶାସନ ସହଯୋଗ କରୁଥିବା VIDEO ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଭିନ୍ନ ସମୟରେ ଘରୋଇ କାର୍ଯ୍ୟ ପାଇଁ ଟ୍ରାକ୍ଟରରେ ବାଲି କିମ୍ବା ମାଟି ଆଣୁଥିଲେ ସେମାନଙ୍କ ଉପରର ପୋଲିସ ମାମଲା ରୁଜୁ କରିବା ସହ ଡ୍ରାଇଭର ମାନଙ୍କୁ ଜେଲ ହାଜତକୁ ପଠେଇ ଥିବାର ପୂର୍ବରୁ ଅନେକ ନଜର ରହିଥିବା ବେଳେ ହାଇୱାରେ ବାଲି ଚାଲାଣକୁ
















