No Result
View All Result
୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଶ୍ରୀ ରାମାନୁଜ ସମ୍ପ୍ରଦାୟର ଦେଶର ପ୍ରମୁଖ ତାମିଲନାଡୁ ନାଗୁନେରୀ ର ତୋତାଦ୍ରୀ ଗଦିର ପ୍ରମୁଖ ୱାନମା ମଲାଇ ସ୍ୱାମୀ ଜୀ ମହାରାଜ ଙ୍କୁ ଶୁକ୍ରବାର ସନ୍ଧ୍ୟାରେ ୱାନମା ମଲାଇ ତୋତାଦ୍ରୀ ମହାରାଜ ଙ୍କୁ ପୁରୀ ଲୋକନାଥ ମନ୍ଦିର ନିକଟସ୍ଥ ଥାନପତି ଆଶ୍ରମ ବାଲାଜୀ ମନ୍ଦିର ପରିସରରେ ଭବ୍ୟ ସ୍ୱାଗତ କରାଯାଇଛି |

ଏହି ଅବସରରେ ଶହେ ଆଠ ଥର ୨ ଶହ ଟଙ୍କିଆ ଅର୍ଚ୍ଚନା,ଆରତୀ କରାଯାଇଥିଲା | ଜୀୟର ସ୍ୱାମୀ ମଠର ମହନ୍ତ ଶ୍ରୀ ଇନ୍ଦିରା ରମଣ ରାମାନୁଜ ଦାସ, ଶିଷ୍ୟ ସୁଦର୍ଶନ ରାମାନୁଜ ଦାସ, ଉତ୍ତର ପାର୍ଶ୍ୱ ମଠର ମହନ୍ତ ନାରାୟଣ ରାମାନୁଜ ଦାସ, ଦକ୍ଷିଣ ପାର୍ଶ୍ୱ ମଠର ମହନ୍ତ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ କରିଥିଲେ | ଏହି ଅବସରରେ ଶିଷ୍ୟ ମାନଙ୍କ ଦ୍ୱାରା ମନ୍ଦିର ପରିସର ବେଦ ଧ୍ୱନି ରେ ପ୍ରକମ୍ପିତ ହୋଇଥିଲା |

No Result
View All Result