• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୁଳମଣି ବିଶ୍ଵାଳଙ୍କର ଏକକ ଚିତ୍ରକଳା ପ୍ରଦର୍ଶନୀ “ପ୍ରତିବିମ୍ବ” ଉଦଘାଟିତ

Proprietor Abhimanyu Maharana by Proprietor Abhimanyu Maharana
August 2, 2024
in ଓଡ଼ିଶା, ଦେଶ, ହୋମ୍
0
କୁଳମଣି ବିଶ୍ଵାଳଙ୍କର ଏକକ ଚିତ୍ରକଳା ପ୍ରଦର୍ଶନୀ “ପ୍ରତିବିମ୍ବ” ଉଦଘାଟିତ
Share on FacebookShare on TwitterWhatsapp

୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ  :->  ଏଠାକାର ହାବିଟାଟ୍ ସେଣ୍ଟର ସ୍ଥିତ ଓପନ ପାମ କୋର୍ଟ ଗ୍ୟାଲେରୀ ଠାରେ ବରିଷ୍ଠ ପ୍ରଶାସକ କୁଳମଣି ବିଶ୍ଵାଳଙ୍କ ଦ୍ଵାରା ଆୟୋଜିତ “ପ୍ରତିମ୍ବିବ” ଶୀର୍ଷକ ଚିତ୍ର ପ୍ରଦର୍ଶନୀ ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି। ଅଗଷ୍ଟ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ଶ୍ରୀ ବିଶ୍ବାଳଙ୍କ ଦ୍ଵାରା ଅଙ୍କା ଯାଇଥିବା ୪୦ ଟି ବଛା ବଛା ଛବି ପ୍ରଦର୍ଶନ କରାଯାଉଛି । ବହୁବିଧ ବିଷୟ ବସ୍ତୁକୁ ଆଧାର କରି ଅଙ୍କାଯାଇ ଥିବା ଏହି ଚିତ୍ର ଗୁଡ଼ିକ ମଧ୍ୟରେ ଶାନ୍ତି ଦୂତ ଗୌତମ ବୁଦ୍ଧ,

ନ୍ୟାୟର ସର୍ବୋଚ୍ଚ ମନ୍ଦିର ସୁପ୍ରିମ କୋର୍ଟ, ମାନବବାଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରାଚୂର୍ଯ୍ୟ ଭରା ପ୍ରକୃତି ଏବଂ ସର୍ବଗୁଣ ସମ୍ପନ୍ନା ନାରୀ ଆଦି ପ୍ରସଙ୍ଗକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିବା ଲକ୍ଷ୍ୟ କରାଯାଇଥିଲା। ଅଗଷ୍ଟ ୧ ତାରିଖର ପ୍ରଦର୍ଶନୀର ଉଦଘାଟନୀ ଅଧିବେଶନରେ ଉଦ୍ୟୋଗ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି, ସାଂସଦ, ସୁନାମଧନ୍ୟ ଚିତ୍ରକାର ବୃନ୍ଦ ଏବଂ ଶତାଧିକ କଳା ପ୍ରଶଂସକ ଯୋଗ ଦେଇଥିବା ଦେଖା ଦେଇଥିଲା ।

ଜାତୀୟ ରାଜଧାନୀର ପ୍ରତିଷ୍ଠିତ ସାଂସ୍କୃତିକ ସମାଲୋଚକ ଏବଂ ଚିତ୍ର କଳା କ୍ଷେତ୍ରର ଜଣାଶୁଣା ବିଶେଷଜ୍ଞମାନେ ଶ୍ରୀ ବିଶ୍ଵାଳଙ୍କର “ପ୍ରତିମ୍ବିବ” ପ୍ରଦର୍ଶନୀକୁ ବେଶ ଉଚ୍ଚ କୋଟିର ମାନ୍ୟତା ପ୍ରଦାନ କରୁଥିବା ଜଣାଯାଇଛି । ଜଣେ ବହୁ ଗୁଣ ସମ୍ପନ୍ନ ବ୍ୟକ୍ତିତ୍ୱର ଅଧିକାରୀ କୁଳମଣି ବିଶ୍ଵାଳ ତାଙ୍କର ଜୀବନ ଯାତ୍ରାରେ ବେଶ ପ୍ରସିଦ୍ଧି ଓ ପ୍ରଶସ୍ତି ଲାଭ କରିଛନ୍ତି ।

ପେଶାରେ ଜଣେ କଷ୍ଟ ଏକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଶ୍ରୀ ବିଶ୍ଵାଳ, ଏମ.ସି.ଏଲ ଓ ଏନ.ଟି.ପି.ସି ଭଳି ବୃହତ୍ ସରକାରୀ ସଂସ୍ଥାନ ମାନଙ୍କର ବିତ୍ତ ନିର୍ଦ୍ଦେଶକ ପରି ଉଚ୍ଚ ପଦବୀରେ ଆସୀନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ନିଜର ବୃତ୍ତିରେ ଉଲ୍ଲେଖଯୋଗ୍ୟ ସାଫଲ୍ୟ ଅର୍ଜନ କରିବା ସାଙ୍ଗକୁ ଶ୍ରୀ ବିଶ୍ଵାଳ ଜଣେ ସ୍ଵଭାବ କବି, ସରସ ଚିତ୍ରକାର ଏବଂ ସୁମଧୁର କଣ୍ଠଶିଳ୍ପୀ ଭାବେ ମଧ୍ୟ ବେଶ ପ୍ରତିଷ୍ଠା ଅର୍ଜନ କରିଛନ୍ତି।

ପ୍ରଦର୍ଶନୀ ବାବଦରେ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ଶ୍ରୀ ବିଶ୍ଵାଳ କହିଛନ୍ତି ଯେ, ” ଫାଇନାନ୍ସ ଓ ମ୍ୟାନେଜମେଣ୍ଟ ମୋର ପେଶା ହୋଇଥିବା ବେଳେ ଚିତ୍ରକାରିତା ଓ ପଦ୍ୟ ଲିଖନ ପ୍ରତି ମୋର ବହୁତ ବଡ ସୌକ ରହିଛି। ମୁଁ ସଦାସର୍ବଦା ମୋର ପେଶା କ୍ଷେତ୍ରରେ ଉତ୍କୃଷ୍ଟତା ହାସଲ କରିବା ଦିଗରେ ଧ୍ୟାନ ଦେଉଥିଲେ ହେଁ,

ମୋର ବ୍ୟସ୍ତ ବହୁଳ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ଚିତ୍ର ଆଙ୍କିବା ଓ କବିତା ଲେଖିବା ଦିଗରେ ମନୋନିବେଶ କରିଥାଏ । ପିଲା ବେଳରୁ ହିଁ ଚିତ୍ର ଆଙ୍କିବା ଏବଂ ଓଡ଼ିଆ ସାହିତ୍ୟ ପ୍ରତି ମୋର ଆଗ୍ରହ ରହି ଆସିଛି । ବିଶେଷ କରି ବିଖ୍ୟାତ ଓଡ଼ିଆ କବି ମାନଙ୍କର କାଳଜୟୀ କବିତା ଓ କାବ୍ୟ ଗୁଡ଼ିକୁ ପଢିବାକୁ ମତେ ବହୁତ୍ ଭଲ ଲାଗେ ।

ପ୍ରାକୃତିକ ପରିବେଶର ସୋନ୍ଦର୍ଯ୍ୟକୁ ଆଧାର କରି ଚିତ୍ର ଆଙ୍କିବାକୁ ମୁଁ ଖୁବ ପସନ୍ଦ କରେ। ଗୌତମ ବୁଦ୍ଧ, ମହାତ୍ମାଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମହିମା ମଣ୍ଡିତ ବ୍ୟକ୍ତିତ୍ଵ ଦ୍ଵାରା ମୁଁ ବିଶେଷ ଭାବେ ପ୍ରଭାବିତ ହୋଇଛି। ଏଣୁ ସ୍ଵାଭାବିକ ଭାବେ ମୋର ଅଧିକାଂଶ ଚିତ୍ର ଏହି ମହାପୁରୁଷ ମାନଙ୍କର ନୀତି ଓ ଆଦର୍ଶକୁ କେନ୍ଦ୍ର କରି ହିଁ ଅଙ୍କା ଯାଇଛି। ମୁଁ ପ୍ରଚଳିତ ସାମାଜିକ ବ୍ୟବସ୍ଥା ଉପରେ ମଧ୍ୟ ଚିତ୍ର ଆଙ୍କିଛି।

ବୁଦ୍ଧମ୍ ଶରଣଂ ଗଛାମି, ଅଭିସାରିକା, ପ୍ରତିମ୍ବିବ, ନୈନିତାଲ ଓ ଅଂଶୁପା ଆଦି ମୋର କିଛି ଚିତ୍ରର ସାଜ୍ଞା। ମୋର ଦୃଢ଼ ବିଶ୍ୱାସ ଯେ ଉତ୍ସର୍ଗୀକୃତ ସାଧନା ଏବଂ ଗଭୀର ଇଚ୍ଛାଶକ୍ତି ବଳରେ ଜଣେ ସାଧାରଣ ମଣିଷ ଯାହା ବି ଚାହିଁବ ତାହା କରି ପାରିବ। ଏକଲବ୍ୟଙ୍କ ଭଳି କୌଣସି ଆନୁଷ୍ଠାନିକ ତାଲିମ ନଥାଇ ବି ଜଣେ ପକ୍କା ଅର୍ଥ ବିଶେଷଜ୍ଞଙ୍କ ପକ୍ଷରେ ଜଣେ ଆଗଧାଡିର ଚିତ୍ରକାର ବା ଉଚ୍ଚ କୋଟୀର କବି ବନିବା କିଛି ଅସମ୍ଭବ ବ୍ୟାପାର ନୁହେଁ।”

ଶ୍ରୀ ବିଶ୍ବାଳଙ୍କର ଅନନ୍ୟ ଓ ଅସାମାନ୍ୟ କଳାକୃତିର ସ୍ତୁତି ଗାନ କରି ପ୍ରଦର୍ଶନୀର ଉଦଘାଟକ ଓ ମୁଖ୍ୟ ଅତିଥି ଆଇ.ସି.ସି. ଆର ର ଉପସଭାପତି ଅଦ୍ଵୈତ ଗଡ଼ନାୟକ, ଶ୍ରୀ ବିଶ୍ଵାଳଙ୍କ ଅଙ୍କନରେ ପ୍ରକୃତି ଏବଂ ମାନବର ଭାବ ଭଙ୍ଗୀକୁ ବେଶ ଜୀବନ୍ତ ଓ ପ୍ରାଞ୍ଜଳ ଭାବରେ ଦର୍ଶାଯାଇଛି ବୋଲି ଉଲ୍ଲେଖ କରିଥିଲେ। ବିଶିଷ୍ଟ ଅତିଥି ଯାଜପୁରର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା,

ଶ୍ରୀ ବିଶ୍ଵାଳ ଜଣେ ପାରଙ୍ଗମ ପ୍ରଶାସକ ହୋଇଥିଲେ ମଧ୍ୟ କଳା କ୍ଷେତ୍ରରେ ତାଙ୍କର ସାଧନା ଓ ସିଦ୍ଧି ତାଙ୍କୁ ମହାନ୍ କରିଥିବା ଦର୍ଶାଇଥିଲେ । ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସୁନାମଧନ୍ୟ ଚିତ୍ରକର ଯତୀନ ଦାସ, ବୈଦେଶିକ ବିଭାଗର ପୂର୍ବତନ ସଚିବ ଅମରେନ୍ଦ୍ର ଖଟ୍ଟୁଆ, ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱା.ଓ.ସୋ) ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଏବଂ ପି.ଜି.ସି.ଆଇ.ଏଲରକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ୱାଇ.ଭି.ଦୀଖିଲ୍ ପ୍ରମୁଖ ଶ୍ରୀ ବିଶ୍ବାଳଙ୍କର ସୃଜନଶୀଳ ପ୍ରତିଭା ଓ ଅସାଧାରଣ ପାରଦର୍ଶିତାକୁ ଭୂରି ଭୂରି ପ୍ରଶଂସା କରୁଥିଲେ।

ପ୍ରଦର୍ଶନୀର ଅଦ୍ଭୁତପୂର୍ବ ଲୋକପ୍ରିୟତା ନେଇ ନିଜର କୃତଜ୍ଞତା ପ୍ରକାଶ କରି କୁଳମଣି ବିଶ୍ଵାଳ, ଏକ ମହତ୍ ଉଦ୍ଦେଶ୍ୟରେ ଏହାକୁ ଆୟୋଜନ କରାଯାଇଥିବା ଦର୍ଶାଇଥିଲେ। ଏଠାରେ ପ୍ରଦର୍ଶିତ ଚିତ୍ର ଗୁଡ଼ିକର ବିକ୍ରୟରୁ ହେବାକୁ ଥିବା ଆୟ କୁ ସେ ପୋଷ୍ୟ ଭାବେ ଗ୍ରହଣ କରିଥିବା ନିଜ ଗ୍ରାମର ଏକ ବିଦ୍ୟାଳୟର ବିକାଶ ଓ ଗରିବ ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ବୃତ୍ତି ପ୍ରଦାନ କରାଯିବାରେ ବିନିଯୋଗ କରାଯିବ ବୋଲି ଶ୍ରୀ ବିଶ୍ଵାଳ କହିଥିଲେ।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଭେଲର ପୂର୍ବତନ ନିର୍ଦ୍ଦେଶକ ପି.କେ. ବାଜପେୟୀ, ଓ.ଏନ.ଜି.ସିର ପୂର୍ବତନ ନିର୍ଦ୍ଦେଶକ ଡି. ଡି ମିଶ୍ର, ଶ୍ରୀ ବିଶ୍ବାଳଙ୍କର ପତ୍ନୀ ଶ୍ରୀମତୀ ମିନତୀ ବିଶ୍ଵାଳ, ଓଡ଼ିଶା କର୍ପୋରେଟ ଫାଉଣ୍ଡେସନର ସଭାପତି ହୃଷୀକେଶ ବେହେରା, ୱା.ଓ.ସୋର ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା, ନୂଆଦିଲ୍ଲୀ ଶାଖାର ସଭାପତି ବିମଳ ଭଲ, ମହାକାଂକ୍ଷା ୱେଲଫେୟାର ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ପୁଷ୍ପାଞ୍ଜଳି ବାରିକ, ଚିତ୍ରକାର ରାଜେଶ ବଦେରିଆ, ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ନାଥ, ସରୋଜ ପାଣିଗ୍ରାହୀ, ପ୍ରିୟତମା କର, ସମୀର ସାମଲ ଓ ବିଶ୍ଵଜୀତ ବାରିକ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version