ମାଉଣ୍ଟ ଏଲ୍ବ୍ରସ୍ ଆରୋହଣ ପାଇଁ ଶୁଭକାମନା ଜଣାଇଲେ – ମୁଖ୍ୟମନ୍ତ୍ରୀ
ତୁମର ସାହାସିକ କାର୍ଯ୍ୟ ଯୁବ ସମାଜ ପାଇଁ ପ୍ରେରଣା – ମୁଖ୍ୟମନ୍ତ୍ରୀ
୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ବିଭାରାଣୀ ପାତ୍ର ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କର ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଆଗାମୀ ଅଗଷ୍ଟ ୬ ତାରିଖରେ ସେ ରୁଷିଆ ଓ ୟୁରୋପର ଉଚ୍ଚତ୍ତମ ଶୃଙ୍ଗ ମାଉଣ୍ଟ ଏଲ୍ବ୍ରସ୍ ଆରୋହଣ ପାଇଁ ଅଭିଯାନ ଆରମ୍ଭ କରୁଛନ୍ତି । ଏହି ସାକ୍ଷାତକାର ସମୟରେ ସଂସଦୀୟ ବ୍ୟାପାର ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭାଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ସହିତ ସଫଳ ଆରୋହଣ ପାଇଁ ଆଶୀର୍ବାଦ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତୁମର ସାହସିକ କାର୍ଯ୍ୟ ଆମ ଯୁବ ସମାଜ ପାଇଁ ଏକ ବଡ ପ୍ରେରଣା । ସଫଳତାର ସହ ୟୁରୋପ ଓ ରୁଷିଆର ଉଚ୍ଚତ୍ତମ ଶୃଙ୍ଗ ଆରୋହଣ କରି ତୁମେ ନିଜ ପାଇଁ ଓ ସାରା ରାଜ୍ୟ ପାଇଁ ନିଶ୍ଚୟ ସୁନାମ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଶୁଭକାମନା ଜଣାଇଥିଲେ ।















