No Result
View All Result
୩୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପକ୍ଷରୁ ଏକ ମେଘା ସ୍ବାସ୍ଥ୍ୟ ଶିବିର ବେଲଦଳ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ଆର୍ୟୁରବିଜ୍ଞାନ ଆୟୋଗ ନିୟମ ଅନୁଯାଇ ପୌଷ୍ୟ ପରିବାର ଅଭିଯାନ ଅଧିନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ମେଡିକାଲ କଲେଜର ଡିନ୍ ପ୍ରଫେସର ସବିତା ମହାପାତ୍ର ଉଦଘାଟନ କରିଥିଲେ ।
କମ୍ଯୁନିଟ ମେଡିକାଲ ବିଭାଗର ମୁଖ୍ଯ ପ୍ରଫେସର ରାମଚନ୍ଦ୍ର ଗିରି ,ସହଯୋଗୀ ପ୍ରଫେସର ସଙ୍ଗୀତା ଦାସ, ଜିଲ୍ଲା ପରିଷଦ ସଭ୍ଯା ମାମିନା ଦାସ ,ସରପଞ୍ଚ ବିପିନ ଦାସ ,ଗ୍ରାମର ମୁରବି ମାନେ ଉପସ୍ଥିତ ଥିଲେ । ଶିବିରରେ ବରିଷ୍ଠ ଶଲ୍ଯ ଚିକିତ୍ସକ ପ୍ରଫେସର ଶ୍ରୀକାନ୍ତ ପଣ୍ଡା, ଡା. ଶାନ୍ତନୁ ପାଢୀ, ଡା. ମାୟାଧର ପଣ୍ଡା ଡା. ବିମଳ କୁମାର ସାହୁ, ଡା. ରବିଶଙ୍କର ସାହୁ, ଡା. ସୁଜିତ କୁମାର ସାହୁ, ଡା. ଦେବଜ୍ଯୋତି ମହାପାତ୍ର ,
ଡା. ଅଂଶୁମାନ କର ,ଡା. ଆକାଶ ଅଜୟ ପଣ୍ଡା, ଡା. ରିତେଶ ରଞ୍ଜନ ବେହେରା, ଡା. ଅଲିଭା ସାହୁ ଓ ଦୀନକୃଷ୍ଣ ଦାସ ପ୍ରମୁଖ ଯୋଗ ଦେଇ ରୋଗୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ରୋଗୀ ମାନଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଇଥିଲା । ଏନଏମସି ଆଧାରରେ କଲେଜର କମ୍ଯୁନିଟ ମେଡିସିନ ବିଭାଗ ପକ୍ଷରୁ ଔଷଧ ବଣ୍ଟନ କରାଯାଇଥିଲା ।
ଗ୍ରାମବାସୀ ମାନଙ୍କ ମଧ୍ଯରେ ସ୍ବାସ୍ଥ୍ୟ ସଚେତନତା କରାଯାଇଥିଲା । ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ନିକଟରେ ବୃକ୍ଷ ରୋପଣ କରାଯାଇଥିଲା । ଏହି ଶିବିରକୁ ମେଡିକାଲ କଲେଜର ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ଦ୍ବାରା ପରିଚଳନା କରାଯାଇଥିଲା ।
No Result
View All Result