No Result
View All Result
୨୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ମାହାଙ୍ଗା ପୂର୍ବତନ ମନ୍ତ୍ରୀଙ୍କ ବିରୁଦ୍ଧରେ ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ(ବୁଲୁ ବାବୁ) । ପୂର୍ବ ସଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦୀ ଥିବାରୁ ତାଙ୍କ ଘରକୁ ପିଇବା ପାଇଁ ପାଣିର ସଂଯୋଗ କରିନଥିଲେ । ତାଙ୍କ ଘର ଏପର୍ଯ୍ୟନ୍ତ ପାଣି ସଂଯୋଗରୁ ବଞ୍ଚିତ ରହିଛି । ନିଜ ଘରେ ପାଣିର ଦୁରବସ୍ଥାକୁ ନେଇ ବିଧାନସଭାରେ ଦୃଷ୍ଟି ଆକର୍ଷଣ କରିଛନ୍ତି ସାରଦା, ସେ କହିଛନ୍ତି ମୋ ଘରକୁ ସମସ୍ତ ବିଧାୟକ ଆସନ୍ତୁ ଏବଂ ବାସ୍ତବତା ପରଖନ୍ତୁ ବୋଲୁ ନିବେଦନ କରିଛନ୍ତି ।
ମାହାଙ୍ଗା ବିଧାୟକଙ୍କ ଘରେ ମିଳୁନି ପାଣି, ବିଧାୟକ ଘରେ ଥିବା ପାଣିରେ ଡାଲି ସିଝୁ ନଥିବା ଅଭିଯୋଗ କରିଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ । ଦୁଇ କିଲୋମିଟର ଦୂରରୁ ମୋ ଘରକୁ ପାଣି ଆସୁଛି । ପୂର୍ବତନ ବିଧାୟକ ତଥା ମନ୍ତ୍ରୀଙ୍କ ବିରୁଦ୍ଧରେ ମୁଁ ପ୍ରାର୍ଥୀ ଥିଲି ତେଣୁ ମୋ ଘରକୁ ପାଣି ଦିଆଯାଇନାହିଁ । ଗୃହର ସମସ୍ତ ସଦସ୍ୟ ମୋ ଗାଁକୁ ଆସନ୍ତୁ ।
ତାଙ୍କ ଦଳର ଲୋକଙ୍କ ଘର ପାଖରେ ମେଗା ପାନୀୟ ଜଳ ପ୍ରକଳ୍ପର ଲକ ରହୁଛି ତେଣୁ ସେମାନେ ପାଣି ଛାଡ଼ୁନାହାନ୍ତି । ୬ ମାସ ଭିତରେ ବାଚସ୍ପତି ଓ ସବୁ ବିଧାୟକ ଯିବେ ମୋ ଘରକୁ ଯଦି ପାଣି ପିଇ ପାରିବେ କହିବେ । ସମସ୍ତଙ୍କୁ ନେଇକି ଯିବି ଭଲ ଖାଇବାକୁ ଦେବି କିନ୍ତୁ ସେ ପାଣିରେ ଡାଲି ସିଝୁନି ବୋଲି ଉଦବେଗ ପ୍ରକାଶ କଲେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । ଏପଟେ ବିଭାଗୀୟ ମନ୍ତ୍ରୀ ରବି ନାୟକ ଉତ୍ତର ରଖି କହିଛନ୍ତି, ଡିସେମ୍ବରରେ ବିଧାୟକଙ୍କ ଘରକୁ ପାଣି ଯିବ ଏବଂ ସେ ଡାଲି ଭାତର ଆୟୋଜନ କରିବେ ।
No Result
View All Result