୨୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ତେରତମ ଓଡିଶା ରାଜ୍ୟ ବନ୍ଧୁକ ଚାଳନା ପ୍ରତିଯୋଗିତା ରେ ପୁରୀର ରାଜ ନାରାୟଣ ଖୁଣ୍ଟିଆ ଚତୁର୍ଥ ଥର ପାଇଁ ସ୍ଵର୍ଣ ପଦକ ହାସଲ କରି ରାଜ୍ୟ ତଥା ପୁରୀ ର ଗୌରବ ବଢ଼ାଇଛନ୍ତି | ବାଇସ ଷ୍ଟାଣ୍ଡାର୍ଡ ପିସ୍ତଲ ରେ ପଚିଶ ମିଟର ପର୍ଯ୍ୟନ୍ତ ବନ୍ଧୁକ ଚାଳନା କରି ଏହି ପଦକ ପାଇଛନ୍ତି | ଉଦଯାପନୀ ଉତ୍ସଛ ରେ ଭୁବନେଶ୍ୱର କ୍ଲବ ଉନ୍ନୟନ ଅଧିକାରୀ ସାଗର ପାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପଦଜ ଓ ମାନପତ୍ର ପ୍ରଦାନ କରିଥିଲେ |
ପଦକ ହାସଲ ପରେ ଶ୍ରୀ ଖୁଣ୍ଟିଆ କହିଛନ୍ତି ଏହି ସଫଳତା ପଛରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଆଶ୍ରିବାଦ ରହିଛି |ଏହାସହ ପିତାମାତା, ଗୁରୁଜନ, ସାଙ୍ଗସାଥି ଓ ବନ୍ଧୁମାନଙ୍କ ଶୁଭକାମନା ରହିଛି | ଓଡିଶା ରାଇଫଲ ସଙ୍ଘ କୁ ମଧ୍ୟ ଶ୍ରୀ ଖୁଣ୍ଟିଆ ପ୍ରଶଂସା କରିଛନ୍ତି | ଓଡିଶା ରାଇଫଲ ସଙ୍ଘ ର ସଭାପତି ଗୌରୀ ମହାନ୍ତି, ସଂପାଦକ ହରି ପ୍ରସାଦ ପଟ୍ଟନାୟକ ଓ ସଙ୍ଘ ର ପଦାଧିକାରୀମାନେ ଉପସ୍ଥିତ ଥିଲେ |












