• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆମ ଜନତା ଅଧିକାର ଫୋରମ ପକ୍ଷରୁ ସର୍ବଦଳୀୟ ବୈଠକ”ବଜେଟ ୨୦୨୪ : ଓଡିଶା ସ୍ୱାର୍ଥରେ କେତେ…?

Proprietor Abhimanyu Maharana by Proprietor Abhimanyu Maharana
July 30, 2024
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଆମ ଜନତା ଅଧିକାର ଫୋରମ ପକ୍ଷରୁ ସର୍ବଦଳୀୟ ବୈଠକ”ବଜେଟ ୨୦୨୪ : ଓଡିଶା ସ୍ୱାର୍ଥରେ କେତେ…?
Share on FacebookShare on TwitterWhatsapp

ଆମ ଜନତା ଅଧିକାର ଫୋରମ ପକ୍ଷରୁ ସର୍ବଦଳୀୟ ବୈଠକ”ବଜେଟ ୨୦୨୪: ଓଡିଶା ସ୍ୱାର୍ଥରେ କେତେ ? ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

(ରାଜ୍ୟକୁ ସ୍ୱତନ୍ତ୍ର କେନ୍ଦ୍ର ସହାୟତା ଦାବୀ ସହ ପୋଲାଭରମ ପ୍ରକଳ୍ପ କ୍ଷତିର ସଠିକ ଆକଳନ ସହ ପୁନଃରୁଦ୍ଧାର ପାଇଁ ପଦକ୍ଷେପ)

୨୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->  ଓଡିଶା ପ୍ରାକୃତିକ ସମ୍ପଦରେ ଭରପୁର ଏକ ଗରିବ ରାଜ୍ୟ l ସୁଦୀର୍ଘ ବେଳାଭୂମି, ପ୍ରଚୁର ଖଣିଜ ଓ ଜଙ୍ଗଲ ସମ୍ପଦରେ ପରିପୂର୍ଣ ଆଦିବାସୀ ବହୁଳ ରାଜ୍ୟ l ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ବିକାଶ କ୍ଷେତ୍ରରେ ଅନେକ ପଛୁଆ l ଏଥିପାଇଁ କିଏ ଦାୟୀ ? ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଓଡିଶାର ଅବଦାନ ତୁଳନାରେ ବଜେଟରେ ତାର ପ୍ରାପ୍ୟ କେତେ ପ୍ରାପ୍ତି କରିଛି ତାହା ଆଜିର ଦିନରେ ନିଶ୍ଚିତ ଭାବରେ ଆଲୋଚନାର ବିଷୟ l ସମସ୍ତେ କେବଳ ଜଣେ ଆଉ ଜଣକୁ କାଦୁଅ ଫିଙ୍ଗିବାରେ ବ୍ୟସ୍ତ l ୨୦୨୪-୨୫ ଅର୍ଥିକ ବର୍ଷ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି l କେନ୍ଦ୍ରର ସରକାର ଗଠନରେ ଓଡିଶା ୨୧ ରୁ ୨୦ ସାଂସଦଙ୍କ ଯୋଗଦାନ ସହ କେନ୍ଦ୍ରରେ ବିଜେପି ସରକାର ଗଠନର ପ୍ରମୁଖ ସହଯୋଗ କରିଛି ଆମ ରାଜ୍ୟ l ରାଜ୍ୟରେ ମଧ୍ୟ ବିଜେପି ସରକାର ଗଠନ କରିଛି l

ଏ ପରିସ୍ଥିତିରେ ଓଡିଶା ତାର ନ୍ୟାର୍ଯ୍ୟ ପ୍ରାପ୍ତ କେତେ ପାଇଛି ଏବଂ ରାଜ୍ୟ ବଜେଟ କେତେ ଲୋକଙ୍କୁ ଓ ରାଜ୍ୟବାସୀଙ୍କ ବିକାଶରେ ସହାୟକ ହେବ ସେ ସଂକ୍ରାନ୍ତରେ ଓଡିଶାର ସମସ୍ତ ରାଜନୈତିକ ଦଳ, ଗଣ ସଂଗଠନ, ବୁଦ୍ଧିଜୀବୀ, ଅର୍ଥନୀତି ବିଶେଷଜ୍ଞ, ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ମାନଙ୍କୁ ନେଇ ଦାୟିତ୍ୱବାନ ସାମାଜିକ ଅନୁଷ୍ଠାନ ଭାବେ “ଆମ ଜନତା ଅଧିକାର ସଂଗଠନ” ଆଜି କେଶରୀ ହୋଟେଲ ଠାରେ ” ବଜେଟ ୨୦୨୪, ଓଡିଶା ସ୍ୱାର୍ଥରେ କେତେ ? ” ଶୀର୍ଷକ ଆଲୋଚନା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲା l ନିର୍ବାଚନ ଆୟୋଗଙ୍କ ପୂର୍ବତନ ପରାମର୍ଶଦାତା ଡଃ ଭଗବାନ ପ୍ରକାଶ ବୈଠକକୁ ଉଦଘାଟନ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ପୌରହିତ୍ୟ କରିଥିଲେ l ଆମ ଜନତା ଅଧିକାର ସଂଗଠନର ଆବାହକ ମନୋଜ ଜେନା ଓ ସହ-ଆବାହକ ବାସୁଦେବ ଭଟ୍ଟ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l

ଗଣମାଧ୍ୟମ ସଂଯୋଜକ ପ୍ରସନ୍ନ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ l ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଯୋଗଦେଇ ଯେହେତୁ ଓଡିଶା ଅଧିକ ଏମପି ଦେଇଛି, ତେଣୁ ରାଜନୀତିରୁ ଉର୍ଦ୍ଧରେ ରହି କେନ୍ଦ୍ର ସରକାର ରାଜ୍ୟର ବିକାଶ ପାଇଁ ସ୍ୱତନ୍ତ୍ର ସହାୟତା ସହିତ ପ୍ରାଇଭେଟ, ପବ୍ଲିକ, ସରକାରୀ ଓ ବୈଦେଶିକ ପୁଞ୍ଜି ନିବେଶ ଅଧିକରୁ ଅଧିକ ଓଡିଶା ପାଇଁ ବ୍ୟବସ୍ଥା କରି ଅର୍ଥନୈତିକ ବିକାଶ ବ୍ୟବସ୍ଥା କରିବାକୁ କହିଥିଲେ l ସ୍ୱତନ୍ତ୍ର ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନୂଆ ପ୍ରସ୍ତାବ ଦେଇଥିଲେ ଓଡିଶା ବିହାର ଓ ଆନ୍ଧ୍ର ପରି ଆର୍ଥିକ ସାହାଯ୍ୟ ପାଇପାରିଥନ୍ତା l ପୂର୍ବତନ ଅର୍ଥମନ୍ତ୍ରୀ ଶଶୀଭୁଷଣ ବେହେରା ଧାନର ବର୍ଦ୍ଧିତ ଏମ ଏସ ପି ୮୦୦ ଟଙ୍କା କେବଳ ରାଜ୍ୟ ନଦେଇ ଡବଲ ଇଂଜିନ ସରକାର ପାଇଁ ରାଜ୍ୟ ସହିତ କେନ୍ଦ୍ର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଦାବୀ କରିବାକୁ କହିଥିଲେ l ୩୧୦୦ ଟଙ୍କା ଦେବା ପାଇଁ କହିବା ଠିକ ନୁହେଁ l ସେଥିପରି ୩୫୦୦ ଟଙ୍କା ଭତ୍ତା କହିବା ମଧ୍ୟ ସବୁ ଭତ୍ତା ପାଉଥିବା ବୟସ୍କ ମାନଙ୍କୁ ଧୋଖା l

ପୂର୍ଵତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ପୂର୍ବରୁ କେ ବି କେ ଭଳି ଆର୍ଥିକ ପଛୁଆ ଅଂଚଳ ବିକାଶ ପାଣ୍ଠି ପ୍ରଦାନ ଭଳି ଓଡିଶାକୁ ସହାୟତା ପ୍ରଦାନ ସହିତ ବିକାଶ ର ମୂଳ ଉତ୍ସ ଶିକ୍ଷାକୁ ଦିଲ୍ଲୀ ଭଳି ପ୍ରାଥମିକତା ଦେଇ ସମଗ୍ର ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁଧାର ପାଇଁ କହିଥିଲେ l ବିଜେଡି ବିଧାୟକ ତଥା ବିଜୁ ଜନତା ଦଳ ପ୍ରତିନିଧି ଡଃ ଅରୁଣ ସାହୁ ବଜେଟ ବିଷୟରେ ସମସ୍ତେ ଜାଣିବାକୁ ସଚେତନତା ଆଣିବା ଦରକାର l ସମସ୍ତେ ଜାଣିଲେ ସରକାର ଓ ପ୍ରଶାସନକୁ ସେମାନେ ପ୍ରଶ୍ନ ପଚାରିବେ ଓ ଉତ୍ତରଦାୟୀ ହେବାକୁ ବାଧ୍ୟ କରିବେ l ଆମ ଜନତା ଅଧିକାରକୁ ଧନ୍ୟବାଦଦେବା ସହ ବଜେଟ ର ବହୁଦିଗକୁ ନେଇ ଚର୍ଚ୍ଚା କରିଥିଲେ l କଂଗ୍ରେସ ମୁଖପାତ୍ର ମନୀଷା ଦାସ ପଟନାୟକ ପାଞ୍ଚଟଙ୍କା ଆହାର ବନାମ ପାଞ୍ଚ ହଜାର କୋଟିର ବାହାଘର ଏବଂ କୋଟିପତି ବନାମ କୁଟୀରପତିର ବ୍ୟବସ୍ଥାରେ ପରିବର୍ତନ ସହ ଜାତୀୟ ସ୍ତରରେ ଆଲୋଚନା ଜରୁରୀ କହିଥିଲେ l

ଆମ ଆଦମୀ ପାର୍ଟିର ରଙ୍ଗା ଚରଣ ପ୍ରଧାନ କର୍ପୋରେଟ ପ୍ରୀତି ଛାଡି ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ କେନ୍ଦ୍ରର ନୀତିକୁ ବିରୋଧ ସହିତ ଖୋଲା ବଜାରରୁ ରାଜ୍ୟ ସରକାରଙ୍କ ୪୨୦୦୦ କୋଟି ଋଣକୁ ମଧ୍ୟ ଭୁଲ ପଦକ୍ଷେପ କହିଥିଲେ l ସିପିଆଇ ର ଜୟନ୍ତ ଦାସ କେନ୍ଦ୍ରରେ କର୍ପୋରେଟ ଓ କୁର୍ସି ବଞ୍ଚାଅ ବଜେଟକୁ ବିରୋଧ ସହ ରାଜ୍ୟରେ ଚିଟ ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ବଜେଟରେ କିଛି ବ୍ୟବସ୍ଥା ନଥିବାରୁ ଘୋର ଉଦବେଗ ପ୍ରକାଶ କରିଥିଲେ l ସମାଜବାଦୀ ପାର୍ଟିର ରାଜ୍ୟ ସମ୍ପାଦକ ପ୍ରତାପ ବାରିକ ସରକାରୀ ସ୍କୁଲ ଓ ମେଡିକାଲକୁ ଯେଉଁଦିନ ଅଫିସରଙ୍କ ପିଲା ପାଠ ପଢିବl କୁ ଓ ଚିକିତ୍ସା ପାଇଁ ଯିବେ ସେତେବେଳେ ବଜେଟକୁ ଆମେ ପ୍ରଶଂସା କରିପାରିବl l ଅର୍ଥନୀତି ବିଶାରଦ ତ୍ରିନାଥ ଲେଙ୍କା ଶିକ୍ଷା ପାଇଁ ଋଣରେ ସହାୟତା ଠିକ ପଦକ୍ଷେପ l କେନ୍ଦ୍ର ସରକାର ଘୋଷଣା କରିଥିବା ପର୍ଯ୍ୟଟନ ବିକାଶ ପାଇଁ ତୁରନ୍ତ ଅର୍ଥ ପ୍ରଦାନ ସହିତ ପରିବେଷ ଉପଯୋଗୀ କୃଷି ପାଇଁ ପ୍ରୋତ୍ସାହନକୁ ଗୁରୁତ୍ୱ ଦେବାକୁ କହିଥିଲେ l ବରିଷ୍ଠ ସାମ୍ବାଦିକ ରବି ଦାସ ଅର୍ଥନୈତିକ ସର୍ଭେ ରିପୋର୍ଟ ହେଉଛି ଦର୍ପଣ ସଦୃଶ ତାକୁ ପଢି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିବା ଉଛିତ l

ଭ୍ୟାଲୁ ଆଡେଡ଼ ଇଣ୍ଡଷ୍ଟ୍ରି ହେଲେ ଶତ ପ୍ରତିଶତ ବିକାଶ ହେବ l ଶିକ୍ଷା ବିଶେଷଜ୍ଞ ଅନିଲ ପ୍ରଧାନ ନୂତନ ଶିକ୍ଷା ନୀତିକୁ ଲାଗୁ କରିବା ପାଇଁ ଅଧିକ ବ୍ୟୟ ବରାଦ ପାଇଁ କହିଥିଲେ l ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ ବିଜେପି କୁ 20 ଜଣ ସର୍ବାଧିକ ଏମ ପି ଦେଇଥିବା ବେଳେ କେନ୍ଦ୍ର ବଜେଟରେ ଓଡିଶାକୁ ଉପେକ୍ଷା ହୋଇଛି l ପୋଲାଭରମ ପାଇଁ ରାଜନୀତି ଛାଡି ଆମକୁ ମିଳିତ ଲଢେଇ କରିବା ପାଇଁ କହିଥିଲେ l ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ପୂର୍ବରୁ ରାଜନୈତିକ ସୁଯୋଗକୁ ଓଡିଶା ହାତଛଡା କରିଛି ଏବେ ସମସ୍ତେ ଏକ ହୋଇ ଲଢେଇ କରିବା ଦରକାର l ଏନସିପିର ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ କେନ୍ଦ୍ର ସରକାର ରାଜନୀତି ନକରି ୨୦ ଏମ ପିଙ୍କ ଯୋଗଦାନ ପାଇଁ ବଜେଟ ରେ ଓଡିଶାକୁ ଗୁରୁତ୍ୱ ଦେବାର ଥିଲା ବୋଲି କହିଥିଲେ l ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ ଆଜିର ଦିନରେ ବିଜୁଳି ବିନା ବିକାଶ ଅସମ୍ଭବ l ପିଇବା ପାଣିଠୁ ଆରମ୍ବ କରି ସାଫଟୋୟାର ପର୍ଯ୍ୟନ୍ତ ବିଜୁଳି ଦରକାର l ପୂର୍ବ ୨୪ ବର୍ଷ ସରକାରରେ ୨୦ ହଜାର କୋଟିର ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ l

ସରକାର ଇଲେକ୍ଟ୍ରି ଡ୍ୟୁଟି ନେଇଥିବା ୪୦୦୦ କୋଟି ଟଙ୍କା ବିଦ୍ୟୁତ ଭିତିଭୂମି ନିର୍ମାଣ ପାଇଁ ଖର୍ଚ୍ଚ କରି ସୁଲଭ ଓ ନିରନ୍ତର ବିଦ୍ୟୁତ ଯୋଗାଣ ପାଇଁ କହିଥିଲେ l ସିପିଆଇଏମ ସୁରେଶ ପାଣିଗ୍ରାହୀ ଓ ଜ୍ୟୋତି ମହାପାତ୍ର ଯୋଗଦେଇପାରି ନଥିଲେ ମାତ୍ର ନିଜର ମତାମତ ପଠେଇଦେଇଥଲେ l ସେମାନେ ଆଗାମୀଦିନରେ ଆମ ଜନତା ଅଧିକାର ନେଇଥିବା ବିଭିର୍ଣ୍ଣ କାଯ୍ୟକ୍ରମରେ ଯୋଗଦେବାପାଇଁ ସହମତି ପ୍ରକାଶ କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ଡ଼ଃ ରୀନା ରାଉତରାୟ, ନିରୋଦ ବରଣ,ଖୁଣ୍ଟିଆ, ନିରୂପମା ରଥ, ଭକ୍ତି ରଞ୍ଜନ ପଲେଇ, ତପନ ମିଶ୍ର, ବେବି ନାୟକ ଆଦି ମତାମତ ଦେଇଥିଲେ l ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କ ମତାମତ, ଉପଦେଶ ଓ ପ୍ରସ୍ତାବ ଅନୁଯାଇ କେନ୍ଦ୍ର ସରକାରଙ୍କ ନିକଟରେ ଓଡିଶାକୁ ସ୍ୱତନ୍ତ୍ର ସହାୟତା ପ୍ରଦାନ ପାଇଁ ଜୋରଦାର ଦାବୀ ଉପସ୍ଥାପନା କରିବାକୁ ନିଷ୍ପତି ନିଆଗଲା l ଏଥି ସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୋଲଭରମ କ୍ଷତିଗ୍ରସ୍ତ ଅଂଚଳ ଗସ୍ତ କରି ତଥ୍ୟ ସହ ସଠିକ ପୁନଃରୁଦ୍ଧାର ଓ ପଦକ୍ଷେପ ନେବାକୁ ସରକାର ନିକଟରେ ଦାବୀ ଉପସ୍ଥାପନା ପାଇଁ ପଦକ୍ଷେପ ନେବାକୁ ଆଜିର ବୈଠକରେ ନିଷ୍ପତି ନିଆଯାଇଥିଲା l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version