No Result
View All Result
୨୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବାଗପୁର ଗାଁର ଦାଦନ ଶ୍ରମିକ ଲିଙ୍ଗରାଜ୍ ବିଶି । ବୟସ ୨୭ ବର୍ଷ, ସାତ ବର୍ଷ ତଳେ ମାଁ ବାପାଙ୍କ ଦେହାନ୍ତ ଘଟି ଥିଲା।ତିନି ବଡ଼ ଭାଇ ଓ ଭାଉଜ ଙ୍କ ସହିତ ମିଳିମିଶି ରହୁଥିଲେ । ଭୂମିହିନ ହୋଇଥିବାରୁ ଝାଟିମାଟିର ଘର କରି ଜୀବନ ଜୀବିକା ନିର୍ବାହ କରୁଥିଲେ । ରାଜ୍ୟରେ ୨୪ ବର୍ଷର ସ୍ଥିର ସରକାର୍ ଥିଲା ଲୋକଙ୍କ ରୋଜଗାର ପାଇଁ କୌଣସି ଭିତ୍ତିଭୂମି ପ୍ରସ୍ତୁତ କରିବାରେ ବିଫଳ ଯୋଗୁଁ ଲୋକେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଥିବା ବେଳେ ବାଗପୁର ଗାଁର ଲିଙ୍ଗରାଜଙ୍କ ମୃତ ଦେହ ନିଜ ଭିଟାମାଟିକୁ ମଧ୍ୟ ଫେରି ପାରିଲାନି ।
ମାଁ ବଞ୍ଚିଥିଲେ ସିନା ପ୍ରଶାସନକୁ ନେହୁରା ହୋଇ ପୁଅ ର ମୃତ ଦେହକୁ ଆଣିବାକୁ ପ୍ରଶାସନକୁ ଗୁହାରୀ କରିଥାନ୍ତା । ଭାଇ ମାନେ ନିଜେ ତ ଦୁଇ ମୁଠା ଖାଇବାକୁ ଅସମର୍ଥ ଭାଇ ର ମୃତ ଦେହ ଆଣିବେ ବା କେମିତି। ସେପଟେ ଗୁଜୁରାଟ ପୋଲିସ୍ ଲିଙ୍ଗରାଜର ଶବ ବ୍ୟବଚ୍ଛେଦ କରି ତିନି ଦିନର ସମୟ ଦେଇଛି । କାଳେ ପରିବାର ଲୋକେ ଆସିବେ ଏବଂ ଶବକୁ ନିଜ ଭିଟାମାଟିକୁ ଫେରେଇ ନେବେ ।
ଚଳିତ ଏକ ମାସ ମଧ୍ୟରେ ନର୍ଲା ଅଞ୍ଚଳର ତିନିଜଣ ଦାଦନ ଶ୍ରମିକଙ୍କ ଅକାଳ ବିୟୋଗ ଘଟିଛି । ଦୁଇ ଜଣଙ୍କ ମୃତ ଦେହ ଗାଁକୁ ଫେରି ଥିବା ବେଳେ ଲିଙ୍ଗରାଜର ମୃତ ଦେହ ଭାଇ ମାନଙ୍କ ଦାରିଦ୍ର୍ୟତା ହେଉ ଅବା ଅନିଚ୍ଛା ହେଉ ଆଉ ଗାଁକୁ ଫେରିବନି । ରାଜ୍ୟରେ ନୂଆଁ ବିଜେପି ସରକାର ଗଠନ ହୋଇଛି ଲୋକଙ୍କ ଆଶା ଅଛି ନୂତନ ସରକାର୍ ନର୍ଲା ଅଞ୍ଚଳ ରେ ଦାଦନ ରୋକିବାରେ କେତେ ସଫଳ ହେଉଛନ୍ତି ତାହା ସମୟ କହିବ l
No Result
View All Result