୨୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ନିକଟସ୍ଥ ପ୍ରତାପନଗରୀ ସ୍ଥିତ ସାଇ ମନ୍ଦିର ପରିସରରେ ଗୃହରକ୍ଷୀ ଏକତା ପରିବାର ଓଡିଶା କଟକ ପକ୍ଷୁ ଏକ ବନ୍ଧୁମିଳନ ଏବଂ ଦୀର୍ଘ ଦିନ ଧରି ଛଟେଇ ହୋଇ ଘରେ ବସିଥିବା ହୋମଗାର୍ଡ଼ଙ୍କୁ ପୁନଃ ନିଯୁକ୍ତି , ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦରମା ପ୍ରଦାନ ସଂପର୍କରେ ଏକ ବୈଠକ ନିରଞ୍ଜନ ସେନାପତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବନ୍ଧୁମିଳନ ଏକତା ପରିବାରର ଓଡ଼ିଶାର ୩୦ ଗୋଟି ଜିଲ୍ଲାର ହୋମଗାର୍ଡ଼ଙ୍କ ନେତୃତ୍ୱ ନେଉଥିବା କର୍ମକର୍ତ୍ତା ଏବଂ ହୋମଗାର୍ଡ଼ ମାନେ ଯୋଗଦାନ କରିଥିଲେ ।

ଏହି ଉପଲକ୍ଷେ ଆୟୋଜିତ ବୈଠକୁ କଟକ ସଦର ବିଜେପି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି , ସିଏମସି ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା , ପ୍ରତାପନଗରୀ ଧାକୁଲେଇ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ପ୍ରମୋଦ କୁମାର ସ୍ୱାଇଁ , ସଂପାଦକ ପ୍ରମୋଦ ବେହେରା , ପ୍ରଶନ କୁମାର ପ୍ରଧାନ ,ଅଶୋକ କୁମାର ସାହୁ ରାଜେନ୍ଦ୍ର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ , ପୋଲିସ କର୍ମଚାରୀଙ୍କ ଭଳି ଓଡ଼ିଶାରେ ହୋମଗାର୍ଡ଼ କର୍ମଚାରୀମାନେ ବିଭିନ୍ନ କାର୍ଯ୍ୟରେ ସାମିଲ ହୋଇ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରୁଛନ୍ତି ।

ହେଲେ ସେମାନଙ୍କ ପ୍ରତି ଗୃହ ବିଭାଗ ବୈମାତୃକ ମନୋଭାବ ରଖି ସୁପ୍ରିମକୋର୍ଟ ଆଦେଶ ଅସୁସାରେ ଦରମା ପ୍ରଦାନ କରା ନଯିବା ଏବଂ ଆକ୍ରୋଶର ଶୀକାର ହୋଇ ଛଟେଇ ହୋଇଥିବା ହୋମଗାର୍ଡ଼ ମାନଙ୍କୁ ପୁନଃ ନିଯୁକ୍ତିର ବ୍ୟବସ୍ଥା ବର୍ତ୍ତମାନର ମୋହନ ସରକାର ବିଚାରକୁ ନେଇ କାର୍ଯ୍ୟ କରିବେ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ହୋମଗାର୍ଡ଼ ଏକତା ପରିବାର ଓଡିଶା କଟକ ପକ୍ଷରୁ ଏକ ଦାବିପତ୍ର କଟକ ସଦର ବିଧାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସ୍ଥାନୀୟ ହୋମଗାର୍ଡ଼ଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ହୋମଗାର୍ଡ଼ ମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।















