୨୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ କୋଣାର୍କ ରାସ୍ତାରେ ଅସୁରକ୍ଷିତ ଲିଆଖିଆ ବ୍ରିଜ । ପ୍ରତିଦିନ ଶହ ଶହ ପର୍ଯ୍ୟଟକ ପୁରୀ କୋଣାର୍କ ରାସ୍ତାରେ ଯାତାୟାତ କରୁଛନ୍ତି । ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିର ଦର୍ଶନ ପାଇଁ ପ୍ରତିଦିନ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ଭିଡ ଜମୁଛି । ପୁରୀ କୋଣାର୍କ ରାସ୍ତାରେ ଶହ ଶହ ବୋଝେଇ ଟ୍ରକ, ବସ ଓ ଭାରି ଯାନ ଯାତାୟାତ କରୁଛି । ଏଭଳି ସ୍ଥିତିରେ ଲିଆଖିଆ ବ୍ରିଜ ଟି ଦୁର୍ବଳ ଅବସ୍ଥାରେ ରହିଛି । ବ୍ରିଜର ଦୁଇପଟେ ଥିବା ସୁରକ୍ଷା ବାଡରେ ଲାଗିଥିବା ଲୁହାଛଡ ଲୁଣି ପାଣିରେ କଳଙ୍କ ଲାଗିଗଲାଣି ।















