୨୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର/ନୂଆଦିଲ୍ଲୀ :-> ଆଜି ସଂସଦରେ ଆଗତ ହୋଇଛି ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ପୂର୍ବ ବର୍ଷ ଭଳି ଏ ବର୍ଷର ବଜେଟ୍ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ଆକାରରେ ଉପସ୍ଥାପନ କରାଯାଇଛି । ଚଳିତ ବର୍ଷ କେନ୍ଦ୍ରରେ ତୃତୀୟ ଥର ପାଇଁ ଏନଡିଏ ସରକାର ଗଠନ ହେବାପରେ ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି l
“୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ । ଏଥିପାଇଁ ସବୁ ବର୍ଗର ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି । ଏଥର ବଜେଟରେ ଗରିବ, ମହିଳା, ଯୁବ ଏବଂ କୃଷକଙ୍କ ଉନ୍ନତିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ମୁଦ୍ରାସ୍ପିତୀକୁ ୪ ପ୍ରତିଶତ ରଖିବାକୁ ଆକଳନ କରାଯାଇଛି । ସବୁ କ୍ଷେତ୍ର ପାଇଁ ଅବଶ୍ୟକୀୟ ବ୍ୟୟବରାଦ କରାଯାଇଛି”, କହିଛନ୍ତି ନିର୍ମଳା ସୀତାରମଣ ।
-
ବ୍ୟକ୍ତିଗତ ଆୟକର ସୀମା ନେଇ ବଜେଟରେ ଘୋଷଣା। ନୂଆ ଆୟକର ବ୍ୟବସ୍ଥା ଅନୁସାରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଆୟକର ଶୂନ।
-
୩ ଲକ୍ଷରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୫ ପ୍ରତିଶତ। ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୦ ପ୍ରତିଶତ। ୧୦ରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫ ପ୍ରତିଶତ। ୧୨ରୁ ୧୫ ଲକ୍ଷ ଟଙ୍କା ଆୟ ପାଇଁ ଆୟକର ୨୦ ପ୍ରତିଶତ। ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟ ପାଇଁ ଆୟକର ୩୦ ପ୍ରତିଶତ।
-
ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବା ନେଇ ବଜେଟରେ ଘୋଷଣା। ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ୬ ପ୍ରତିଶତ ହ୍ରାସ ହେବ। ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି ୬.୪ ପ୍ରତିଶତ ହ୍ରାସ କରାଯିବ।
-
ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀର ଆମଦାନୀ ଉପରୁ କଷ୍ଟମ ଡ୍ୟୁଟି ହ୍ରାସ ନେଇ ଘୋଷଣା। ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ।
-
୩ ପ୍ରକାର କ୍ୟାନ୍ସର୍ ଔଷଧ ଉପରୁ କଷ୍ଟମ ଡ୍ୟୁଟି କମିବା ନେଇ ବଜେଟରେ ଘୋଷଣା। ଔଷଧ ଏବଂ ମେଡିକାଲ ଜିନିଷ ଉପରୁ କଷ୍ଟମ ଡ୍ୟୁଟି କମିବ। ଏକ୍ସରେ ଟ୍ୟୁବ୍ ଉପରୁ ମଧ୍ୟ ଶୁଳ୍ପ ହ୍ରାସ ନେଇ ଘୋଷଣା।
-
ଦେଶରେ ଜମିବାଡ଼ି ପଞ୍ଜୀକରଣକୁ ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର। ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ।
-
ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ବଜେଟରେ ଘୋଷଣା।ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ବିଶେଷ ଆର୍ଥିକ ସହାୟତା ମିଳିବ।
-
ବନ୍ୟା କ୍ଷତିଗ୍ରସ୍ତ ଉତ୍ତର ଓ ଉତ୍ତରପୂର୍ବ ଭାରତର ୫ଟି ରାଜ୍ୟକୁ ସ୍ବତନ୍ତ୍ର ଆର୍ଥିକ ସହାୟତା ନେଇ ବଜେଟରେ ବ୍ୟୟବରାଦ। ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମକୁ ମିଳିବ ସହାୟତା।ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟି ଟଙ୍କା ପ୍ରଦାନ କରାଯିବ।
-
ଆଉ ୨୫ ହଜାର ଗାଁକୁ ପକ୍କା ରାସ୍ତା ନିର୍ମାଣ ନେଇ ବଜେଟରେ ଘୋଷଣା। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ପରିସରକୁ ବୃଦ୍ଧି କରାଯିବ।
-
ଦେଶର କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ନେଇ ବଜେଟରେ ଘୋଷଣା। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ଏହି ସୁବିଧା ମିଳିବ।
-
ଦେଶରେ ଆଉ ୧୨ଟି ଶିଳ୍ପ ପାର୍କ ପ୍ରତିଷ୍ଠା ହେବାନେଇ ବଜେଟରେ ଘୋଷଣା। ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ। ସେମାନଙ୍କ ପାଇଁ ପିପିପି ମୋଡରେ ରେଣ୍ଟାଲ ହାଉସିଂର ବ୍ୟବସ୍ଥା କରାଯିବ। ଏଥିରେ ଡର୍ମିଟୋରୀ ବ୍ୟବସ୍ଥା ରହିବ।
-
ମୁଦ୍ରା ଲୋନର ଧାର୍ଯ୍ୟ ସୀମା ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି ନେଇ ବଜେଟରେ ଘୋଷଣା। ଏହି ଲୋନ୍ ସୀମା ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି ହେବ। ଧାର୍ଯ୍ୟ ସମୟରେ ଋଣ ପୈଠ କରୁଥିବା ବ୍ୟକ୍ତି ଏହି ବର୍ଦ୍ଧିତ ଲୋନ୍ ପାଇପାରିବେ।
-
ଆଉ ୩ କୋଟି ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣପାଇଁବଜେଟରେ ବ୍ୟୟବରାଦ। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏହି ଘର ନିର୍ମାଣ ହେବ।
-
ମହିଳା ଓ ଯୁବତୀଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ବଜେଟରେ ୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ।
-
ବିହାରରେ ନୂଆ ଏୟାରପୋର୍ଟ ଓ ମେଡିକାଲ କଲେଜ ବିକାଶ ପାଇଁ ମିଳିବ ଆର୍ଥିକ ଅନୁଦାନ। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଯୋଜନାରେ ମଧ୍ୟ ଆର୍ଥିକ ଅନୁଦାନ ପାଇଁ ବଜେଟରେ ବ୍ୟୟବରାଦ।
-
ବଜେଟରେ ବିହାର ଓ ଆନ୍ଧ୍ର ପ୍ରଦେଶ ପାଇଁ ବିଶେଷ ଘୋଷଣା। ଏହି ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ପାଇଁ ମିଳିବ ସ୍ଵତନ୍ତ୍ର ଆର୍ଥିକ ପ୍ୟାକେଜ୍।
-
ଭାରତର ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ବଜେଟରେ ଘୋଷଣା। ପୂର୍ବୋଦୟ ଯୋଜନାରେ ଉତ୍ତରପୂର୍ବ ରାଜ୍ୟ ସହ ସାମିଲ ହେବେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ।
-
ବଜେଟରେ ଉଚ୍ଚଶିକ୍ଷା କ୍ଷେତ୍ରକୁ ଗୁରୁତ୍ଵ। ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କାର ଋଣ ମିଳିବା ନେଇ ଯୋଜନା।
-
ଚାଷୀଙ୍କ ଉତ୍ପାଦର ସଂରକ୍ଷଣ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା କରାଯିବ। ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ।
-
ଚାଷୀଙ୍କୁ ୩୨ଟି ଫସଲର ୧୦୯ କିସମର ଉନ୍ନତ ଅମଳକ୍ଷମ ବିହନ ଯୋଗାଯିବ। ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ।
-
ବଜେଟରେ କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟି ଟଙ୍କାର ବ୍ୟୟବରାଦ।
-
ପ୍ରତିବର୍ଷ ୨୫ ହଜାର ଦକ୍ଷତା ପାଠ୍ୟକ୍ରମ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ୭ ଲକ୍ଷ ଟଙ୍କାର ଦକ୍ଷତା ଋଣ ମିଳିବ।
-
ଆଗାମୀ ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ଦକ୍ଷ ଓ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖାଯାଇଛି। ବଜେଟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୧ ଲକ୍ଷ ୪୮ ହଜାର କୋଟି ଟଙ୍କାର ବ୍ୟୟବରାଦ।
-
ଭାରତରେ ଗରିବଙ୍କ କଲ୍ୟାଣକୁ ବଜେଟରେ ପ୍ରାଧାନ୍ୟ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନାକୁ ଆଉ ୫ ବର୍ଷ ବଢ଼ିବା ନେଇ ବଜେଟରେ ଘୋଷଣା ।
ଓଡ଼ିଶାରେ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ସ୍ୱତନ୍ତ୍ର ଘୋଷଣା କରାଯାଇଛି । ମନ୍ଦିର, ବନ୍ୟଜନ୍ତୁ ଓ ସାମୁଦ୍ରିକ ସମ୍ପଦ ପାଇଁ ଓଡ଼ିଶା ଜଣାଶୁଣା । ଓଡିଶାର ପର୍ଯ୍ୟଟନସ୍ଥଳୀକୁ ବିଶ୍ୱସ୍ତରୀୟ କରାଯିବ। ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ମିଳିବ। ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପ ଓ ପୀଠର ବିକାଶକୁ ଗୁରୁତ୍ୱ ଦିଆଯାଇଛି। ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତା ଘୋଷଣା କରାଯାଇଛି। ବିହାର, ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ସିକ୍କିମକୁ ସହାୟତା ମିଳିବ। ବନ୍ୟା ନିୟନ୍ତ୍ରଣ ପାଇଁ ବିହାରକୁ ୧୧,୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି।
ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ବିଶେଷ ଘୋଷଣା କରାଯାଇଛି। ବିହାରରେ ଏୟାରପୋର୍ଟ ଓ ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ। ଆନ୍ଧ୍ର ପୋଲାଭରମ୍ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବା ସହିତ ୧୫,୦୦୦ କୋଟି ଟଙ୍କାର ଆନ୍ଧ୍ରକୁ ସହାୟତା ମିଳିବ। ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ ସ୍କିମ୍। ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ ଓ ଓଡ଼ିଶା ପାଇଁ ପୂର୍ବୋଦୟ ସ୍କିମରେ ଅନ୍ତର୍ଭୁକ୍ତ କରାଯାଇଛି। ବିହାରରେ ଭିତ୍ତିଭୂମି ନିର୍ମାଣ ପାଇଁ ୨୬ ହଜାର କୋଟି ଘୋଷଣା କରାଯାଇଛି। ଗୟାରେ ଇଣ୍ଡଷ୍ଟ୍ରିଆଲ କରିଡର ନିର୍ମାଣ ହେବ। ବିହାରରେ ନିର୍ମାଣ ହେବ ୩ଟି ନୂଆ ଏକ୍ସପ୍ରେସ୍ ୱେ। ବୋଧଗୟା- ବୈଶାଳୀ ଏକ୍ସପ୍ରେସ୍ ନିର୍ମାଣ ହେବ। ପାଟନା-ପୂର୍ଣ୍ଣିଆ ଏକ୍ସପ୍ରେସ୍ ୱେ ନିର୍ମାଣ କରାଯିବ। ବିଶାଖାପାଟଣା ଓ ଚେନ୍ନାଇ କରିଡର ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ମିଳିବ। ୬ ମାସ ଭିତରେ ଆୟକର ଆଇନ ୧୯୬୧ର ସମୀକ୍ଷା ହେବ ।