No Result
View All Result
୨୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବଜେଟ 2024-25 ଦେଶବାସୀ ସମ୍ମୁଖୀନ ହେଉଥିବା ଉତ୍କଟ ବେକାରୀ, ମୂଲ୍ୟବୃଦ୍ଧି, ମୁଦ୍ରାସ୍ପିତି, କୃଷି ସଙ୍କଟ ଏବଂ ଦାରିଦ୍ର୍ୟ ଇତ୍ୟାଦି କୁ ରୋକିବାରେ ବଜେଟ ରେ କୌଣସି ବ୍ୟବସ୍ଥା ନାହିଁ l ଏ ଦିଗରେ ବଜେଟ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଓଡ଼ିଶା କୃଷକ ସଭା ତରଫରୁ କୁହାଯାଇଛି l ଦେଶର ଅନ୍ନଦାତା କୃଷକ,କୃଷି ଶ୍ରମିକ ଓ ଗ୍ରାମୀଣ ଶ୍ରମଜୀବୀ ଜନସାଧାରଣଙ୍କ ପାଇଁ ଏହି ବଜେଟ ରେ କୌଣସି ସ୍ୱତନ୍ତ୍ର ପ୍ରାବଧାନ । ଋଣଗ୍ରସ୍ତ ଚାଷୀର ଋଣ ଛାଡ଼ ପାଇଁ ବଜେଟ ସମ୍ପୂର୍ଣ୍ଣ ନୀରବ ରହିଛି l
ଚାଷୀ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ କୁ ସୁନିଶ୍ଚିତ କରିବା ନିମନ୍ତେ ଏହି ବଜେଟରେ କୌଣସି ଅନୁଦାନ ଦିଆଯାଇ ନାହିଁ l ଚାଷୀ ଫସଲ ର ଉତ୍ପାଦନ ଖର୍ଚ୍ଚ କମାଇବା ପାଇଁ ସାର, ବିହନ,ଔଷଧ ଏବଂ ଅନ୍ୟାନ୍ୟ କୃଷି ଉପକରଣ ଉପରେ ବଜେଟ ରେ ସବସିଡ଼ି ବ୍ୟବସ୍ଥା ନାହିଁ l ଗରିବ ଜନସାଧାରଣ,ଚାଷୀ ଓ ଗ୍ରାମୀଣ ଜନତାଙ୍କ ଆୟ ବୃଦ୍ଧି ପାଇଁ ବଜେଟ ରେ କୌଣସି ବ୍ୟବସ୍ଥା ନାହିଁ l ‘ମନରେଗା’ ଯୋଜନାରେ ଆବଶ୍ୟକତା ଏବଂ ବାସ୍ତବ ଖର୍ଚ୍ଚ ର ଆକଳନ ଅନୁସାରେ ଅର୍ଥ ବ୍ୟୟ ବରାଦ କମିଛି l ଉତ୍କଟ ମୂଲ୍ୟ ବୃଦ୍ଧି, ମୁଦ୍ରା ସ୍ପିତି ଏବଂ ଭୟଙ୍କର ବେକାରୀ ଯୋଗୁଁ ଆର୍ଥିକ ସଂକଟ ଆହୁରି ତୀବ୍ରତର ହେବ l

ପୁଞ୍ଜି ବିନିଯୋଗ କରି ଭିତ୍ତିଭୂମି ର ବିକାଶ ଏବଂ ସରକାରୀ ଖର୍ଚ୍ଚ ବୃଦ୍ଧି କଲେ ହିଁ ନିଯୁକ୍ତି ଏବଂ ରୋଜଗାର ମିଳିବ, ମାତ୍ର ସେଥିପାଇଁ କୌଣସି ଉଦ୍ୟମ କରାଯାଇ ନାହିଁ l ଦେଶରେ ଉତ୍ପାଦନ ବୃଦ୍ଧି ପାଇଲେ ମଧ୍ୟ ଲୋକଙ୍କର କ୍ରୟ ଶକ୍ତି ବୃଦ୍ଧି ନଘଟିଲେ ଉତ୍ପାଦିତ ସାମଗ୍ରୀ ବଜାର ରେ ବିକ୍ରୀ ହୋଇ ପାରିବ ନାହିଁ l ସୁତରାଂ ଆର୍ଥିକ କ୍ଷେତ୍ର ରେ ବାସ୍ତବ ଅଭିବୃଦ୍ଧି ହେବ ନାହିଁ l କେବଳ ନିଯୁକ୍ତି ବିହୀନ, କୃତ୍ରିମ ଅର୍ଥାତ ପରିସଂଖ୍ୟାନ ଜାଲିଆତି ଜରିଆରେ ଅଭିବୃଦ୍ଧି ର ଗୋଲାପୀ ଚିତ୍ର ସରକାର ଦେଖାଇବା ପାଇଁ ଉଦ୍ୟମ କରିବେ l
ଡବଲ ଇଂଜିନ ସରକାର ଦ୍ୱାରା ଓଡିଶା ପାଇଁ ବଜେଟ ରେ କୌଣସି ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ନାହିଁ l 2024-25ର କେନ୍ଦ୍ର ବଜେଟ ହେଉଛି କର୍ପୋରେଟ ସପକ୍ଷବାଦୀ,ଜନ ବିରୋଧୀ, କୃଷକ ବିରୋଧୀ ଏବଂ ନିଯୁକ୍ତି ବିହୀନ ଅଟେ l ଏହା ” ଫମ୍ପା ମାଠିଆ ର ଶବ୍ଦ ବେଶୀ ଭଳି” ହୋଇଛି ବୋଲି ଓଡିଶା କୃଷକ ସଭା ର ରାଜ୍ୟ ସଭାପତି ଜମେଶ୍ୱର ସାମନ୍ତରାୟ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି l 
No Result
View All Result