No Result
View All Result
୨୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଓଡ଼ିଶାରେ ଚିହ୍ନଟ ହୋଇଥିବା ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଚିକିତ୍ସା ଓ ସଚେତନତାକୁ ଗୁରୁତ୍ଵ ପ୍ରଦାନ କରିଛନ୍ତି।ବିଦ୍ୟାଳୟ ଗୁଡିକରେ ପିଲାମାନଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ କରିବା ପାଇଁ କୁହାଯାଇଛି । ତେଣୁ ସମ୍ପୁର ସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ଅନୁରୋଧକ୍ରମେ ବାଙ୍କୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଚିକିତ୍ସାଧିକାରୀ ଓ ସହକର୍ମୀମାନଙ୍କ ଦ୍ଵାରା ଉକ୍ତ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଯୋଜନା ଅନୁଯାୟୀ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷୟିତ୍ରୀ ଶ୍ରୋତାଲିନି ସାହୁଙ୍କ ତତ୍ତ୍ଵାବଧାନ,
ପ୍ରଧାନଶିକ୍ଷକ ଶ୍ରୀ ସ୍ୱାଇଁଙ୍କ ପୌରହିତ୍ୟ ଏବଂ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକଙ୍କ ସଂଯୋଜନାରେ ପରିଚାଳିତ ହୋଇଥିବା ଉକ୍ତ ସଚେତନତା ଶିବିରରରେ ଆୟୁଷ ଚିକିତ୍ସାଧିକାରୀ ଡା. ରବୀନ୍ଦ୍ର କୁମାର ବେହେରା,ଆୟୁଷ ଚିକିତ୍ସା ଅଧିକାରିଣୀ ଡା. ମିତ୍ ମୃଣାଳିନୀ, ଫାର୍ମାସିଷ୍ଟ ସସ୍ମିତା ପରିଡ଼ା ଓ ଷ୍ଟାଫ ନର୍ସ ଅବନ୍ତି ପଟ୍ଟନାୟକ ଯୋଗଦାନ କରି ଡେଙ୍ଗୁ ରୋଗର କାରଣ ଲକ୍ଷଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଘରର ଚତୁଃପାର୍ଶ୍ଵ ସଫା ସୁତୁରା ରଖିବା,ନିଜ ଶରୀର ଏବଂ ପୋଷାକ ପରିଚ୍ଛନ୍ନ ପରିଷ୍କାର ରଖିବା,ଗରମ ଖାଦ୍ୟ ଖାଇବା,ମଶାରୀ ବାନ୍ଧି ଶୋଇବା, ଭିଟାମିନ C ଓ B12 ଗ୍ରହଣ କରିବା,ବହୁତ୍ ତେଲ ମସଲା ଯୁକ୍ତ ଖାଦ୍ୟ ନଖାଇବା ଏବଂ ଉକ୍ତ ରୋଗର ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବାକୁ ମତ ବ୍ୟକ୍ତ କରିଥିଲେ।
ଡ଼ା.ଶ୍ରୀ ବେହେରା କହିଥିଲେ ଡେଙ୍ଗୁ ଜ୍ଵର ପାଇଁ ସ୍ବତନ୍ତ୍ର ଔଷଧ ମିଳେ ନାହିଁ,ଏହାର ଲକ୍ଷଣ ଅନୁସାରେ ଡାକ୍ତର ଔଷଧ ସେବନ କରିବାକୁ ପରାମର୍ଶ ଦିଅନ୍ତି।ତାପରେ ଶିକ୍ଷୟିତ୍ରୀ ସୌଦାମିନୀ ପରିଡ଼ାଙ୍କ ତତ୍ତ୍ଵାବଧାନରେ ଚିକିତ୍ସା ଅଧିକାରୀ ମାନଙ୍କ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଉକ୍ତ ବିଦ୍ୟାଳୟର ଜନୈକ ଛାତ୍ରୀ ବାର୍ତ୍ତାଳାପ ସମୟରେ ଜିଭର ସମସ୍ୟା ଯୋଗୁଁ ଶବ୍ଦ ସଠିକ୍ ଭାବେ ଉଚ୍ଚାରଣ ନକରିପାରୁଥିବାରୁ ଅତୀତରେ ଉପୋରକ୍ତ ଚିକିତ୍ସା ଅଧିକାରୀ ମାନଙ୍କ ସହାୟତାରେ ଖୋର୍ଦ୍ଧା ସ୍ଥିତ ଗୋପବନ୍ଧୁ ସରକାରୀ ଚିକିତ୍ସାଳୟରେ ଡାକ୍ତରଙ୍କ ଦ୍ଵାରା ଜିଭର ମାଗଣା ଅସ୍ତ୍ରୋପଚାର କରାଯାଇଥିଲା। ତାହାପରେ ଛାତ୍ରୀଟି ସ୍ପଷ୍ଟ ଭାବେ କଥାବାର୍ତ୍ତା କରିବାକୁ ସକ୍ଷମ ହୋଇଅଛି। ତେଣୁ ବିଦ୍ୟାଳୟ ତରଫରୁ ଶିକ୍ଷକ ବିଭୁପ୍ରସାଦ ମହାପାତ୍ର ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
No Result
View All Result