• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଇ.ଆଇ.ଟି ଠିକା କର୍ମଚାରୀଙ୍କୁ ଅତ୍ୟାଚାର : ପ୍ରତିବାଦରେ ବି.ଏମ.ଏସର ସାମ୍ୱାଦିକ ସମ୍ମିଳନୀ

Proprietor Abhimanyu Maharana by Proprietor Abhimanyu Maharana
July 23, 2024
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ଆଇ.ଆଇ.ଟି ଠିକା କର୍ମଚାରୀଙ୍କୁ ଅତ୍ୟାଚାର : ପ୍ରତିବାଦରେ ବି.ଏମ.ଏସର ସାମ୍ୱାଦିକ ସମ୍ମିଳନୀ
Share on FacebookShare on TwitterWhatsapp

୨୨  ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ  :-> ଆଇ ଆଇ ଟି ଭୁବନେଶ୍ୱର (ଅରଗୁଲ) ପରିସରରେ ହାଉସ କିପିଙ୍ଗ, ଗାର୍ଡନର ଓ ସିକୁରିଟି ପ୍ରଭୃତି କାର୍ଯ୍ୟରେ ପ୍ରାୟ ୩୭୨ ଜଣରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ମାନେ ଠିକା ସଂସ୍ଥା ଅଧୀନରେ କାମ କରୁଛନ୍ତି। ଏମାନଙ୍କୁ “ଶାଇ ବେକ୍ସ ପ୍ରିନସ୍ପୂଲ୍”ଏବଂ ‘ନିଶ୍ ମ୍ୟାନେଜମେଣ୍ଟ’ ଭଳି ଠିକା ସଂସ୍ଥା ଅକଥନୀୟ ଅତ୍ୟାଚାର ଏବଂ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଭଳି ସାଙ୍ଘାତିକ ଅଭିଯୋଗ ଭାରତୀୟ ମଜଦୂର ସଂଘର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିଜୟ କୁମାର ପାତ୍ର ଆଇ.ଆଇ.ଟି ନିକଟସ୍ଥ ଖୁଦୁପୁର ପାଟଳୀ ମନ୍ଦିର ଠାରେ ଗତକାଲି ୨୧ ତାରିଖ ରବିବାର ସଂଧ୍ୟାରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଆଇ.ଆଇ.ଟି ଭୁବନେଶ୍ଵର ପରିସରରେ ନିଶ୍ ମ୍ୟାନେଜମେଣ୍ଟ ନାମକ ଏକ ଘରୋଇ ଠିକା ସଂସ୍ଥା ଦୀର୍ଘଦିନ ହେଲା ରାବଣରାଜ ଚଲାଇ ଆସୁଛି। ଏହି ସଂସ୍ଥାର ଓଡ଼ିଶା ଇନ୍ ଚାର୍ଜ ପବିତ୍ର କୁମାର ମାଣ୍ଡୋଇ ଏବଂ ତାଙ୍କର ଦୁଇ ସହଯୋଗୀ ବିଜୟ ବଳିଆରସିଂ ଓ ସୁନୀଲ ବଳିଆରସିଂ କର୍ମଚାରୀ ମାନଙ୍କୁ ଅକଥନୀୟ କାର୍ଯ୍ୟ କରାଉଛନ୍ତି। ପ୍ରତିବାଦ କଲେ ଚାକିରିରୁ ବାହାର କରି ଦେବାର ଧମକ ଦେଉଛନ୍ତି। ଏପରିକି ମହିଳା କର୍ମଚାରି ମାନଙ୍କୁ କଠିନ କାର୍ଯ୍ୟରେ ଲଗାଉଛନ୍ତି। ଉଦାହରଣ ଦେଇ ସେ କହିଛନ୍ତି ଯେ ୩୦୦ ରୁ ଉର୍ଦ୍ଧ ସାଇକଲକୁ ତଳୁ ତିନି ମହଲା କୋଠା ଉପରକୁ ବୁହାଇଲା ଭଳି କାର୍ଯ୍ୟରେ ଲଗାଉଛନ୍ତି ଯାହାକି ହାଉସ୍ କିପୀଙ୍ଗ କର୍ମଚାରୀଙ୍କ କାମନୁହେଁ। ଏପରିକି ଜଣେ ମହିଳା କର୍ମଚାରୀ ସାଇକେଲ ବୋହିବା ସମୟରେ ଅଚେତ୍ ହୋଇ ଯାଇଥିଲେ ତା’ଙ୍କୁ ଧମକ ଚମକ୍ ଦେଇ ‘ମାଣ୍ଡୋଇ’ ଘଟଣାକୁ ଚପାଇ ଦେଇଛନ୍ତି। ଖାଲି ସେତିକି ନୁହେଁ ଏହି ଘଟଣା ଆଇ ଆଇ ଟି ରେଜିଷ୍ଟରାର କି ନିର୍ଦ୍ଦେଶକଙ୍କୁ ଜଣାଇଲେ ଚାକିରିରୁ ବାହାର କରିଦେବାର ଧାମକ ଦେଇଛନ୍ତି।

ଉକ୍ତ ଘଟଣା ସମ୍ପର୍କରେ ଆଇ ଆଇ ଟି ର ସାନିଟାରୀ ଇନିସପେକ୍ଟର ପ୍ରଦୀପ କୁମାର ପୋଦାରଙ୍କୁ ଜଣାଇବାରେ ସେ କହିଥିଲେ ଯେ ଏହାଁ କାମ କରନା ହୈତୋ ଯୋ ବୋଲା ଯାତାହୈ ଚୁପ୍ ଚାପ୍ କରୋ ଓରନା କାମସେ ନିକାଲ୍ ଦେଙ୍ଗେ। ସେହିପରି ଇ ଏସ୍ ଆଇ କାର୍ଡ ମଧ୍ୟ ନିଶ ମ୍ୟାନେଜମେଣ୍ଟ କିଛି କର୍ମଚାରୀଙ୍କୁ ଦେଇନାହିଁ। ଯାହା ଫଳରେ କର୍ମଚାରୀ ମାନେ ଡାକ୍ଟରୀ ସୁବିଧାରୁ ବଂଚିତ ହେଉଛନ୍ତି। ଇ ଏଷ୍ ଆଇ ପାଇଁ କର୍ମଚାରୀ ସଂଘର ସାଧାରଣ ସଂପାଦକ ସନାତନ ମଲ୍ଲିକ ଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ଯାହା ଫଳରେ ଅନ୍ୟ କର୍ମଚାରୀ ମାନେ ଚାକିରୀ ଚାଲିଯିବା ଭୟରେ ଅନ୍ୟାୟ ଅତ୍ୟାଚାର ସହି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ସର୍ବପରି ଏହି ନିସ୍ ମ୍ୟାନେଜମେଣ୍ଟ ଦୀର୍ଘବର୍ଷ ଧରି କିପରି ବାରମ୍ବାର କିଭଳି ଟେଣ୍ଡର ପାଉଛି ତାହା କର୍ମଚାରୀ ଓ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି।

ସେହିପରି ପ୍ରିନ୍ସପୂଲ୍ ଶିକୁରିଟି ଘରୋଇ ଠିକାଦାର ସଂସ୍ଥା ଏଠାରେ କାର୍ଯ୍ୟରତ ଗାର୍ଡେନର ମାନଙ୍କୁ ଗାର୍ଡେନ କାମ ନ’କରାଇ କ୍ୟାଣ୍ଟିନ ଓ ସଫେଇ କାମ କରାଉଛନ୍ତି। ଏ ସଂକ୍ରାନ୍ତରେ ଆଇ ଆଇ ଟି ହର୍ଟିକଲଚରିଷ୍ଟ ଅଫିସର କେ ବିଶ୍ୱେସର ରେଡ୍ଡୀଙ୍କୁ ତା’ଙ୍କ ବ୍ୟବହାର ଇଂରେଜ ମାନଙ୍କ ଶାସନ ଠାରୁ ଅଧିକ କଠୋର ବ୍ୟବହାର କରୁଛନ୍ତି। ସୁପରଭାଇଯର ମାନଙ୍କୁ ସୁଦୂର ଆନ୍ଧ୍ର ପ୍ରଦେଶ ଲୋକଙ୍କୁ ନିଯୁକ୍ତି ଦିଆ ଯାଇଥିବାରୁ ସେମାନେ କର୍ମଚାରୀମାନଙ୍କୁ କୁକୁର ଭଳି ବ୍ୟବହାର କରୁଛନ୍ତି। ଯାହାର ପ୍ରତିବାଦ ସ୍ୱରୂପ ଆଜି ଏହି ସାମ୍ୱାଦିକ ସମ୍ମିଳନୀରେ ଆଇ ଆଇ ଟି ହାଉସ୍ କୀପିଙ୍ଗ କର୍ମଚାରି ସଂଘ ସଭାପତି, ଏବଂ ଭାରତୀୟ ମଜଦୂର ସଂଘ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିଜୟ କୁମାର ପାତ୍ର, ଖୋର୍ଦ୍ଧା ଜିଲ୍ଲା ସଂପାଦକ ଅକ୍ଷୟ ରାଉତରାୟ, ଜଟଣୀ ବ୍ଳକ୍ ସଭାପତି ବିଜୟ ହରିଚନ୍ଦନ ଓ ସଦସ୍ୟା ଟୁନୀ ବାଳା ପଟ୍ଟନାୟକ ପ୍ରମୁଖ କହିଛନ୍ତି ସଂପୃକ୍ତ ଠିକା ସଂସ୍ଥା ଏଭଳି କାର୍ଯ୍ୟରୁ ନିବୃତ୍ତ ହୁଅନ୍ତୁ ଅନ୍ୟଥା ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ।

ଏ ସମ୍ପର୍କରେ ଆଇ ଆଇ ଟି ରେଜିଷ୍ଟ୍ରାର ବାମଦେବ ଆଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ କହିଥିଲେ ଯେ ଜାତୀୟ ଗୁରୁତ୍ୱର ଏକ ଅନୁଷ୍ଠାନ ଭାବେ ଆଇ ଆଇ ଟି ଭୁବନେଶ୍ଵର ନିର୍ଦ୍ଧାରିତ ଲକ୍ଷ୍ୟ ଓ ସଫଳତା ହାସଲ ନିମନ୍ତେ ସର୍ବଦା କାର୍ଯ୍ୟ ଓ ପ୍ରକ୍ରିୟାରେ ଦକ୍ଷତାକୁ ପ୍ରାଥମିକତା ଦେଇଆସିଛି। ଏହା କରିବାବେଳେ ଆମେ ସର୍ବଦା ମାନବିକ ଦୃଷ୍ଟିକୋଣ ଏବଂ ନ୍ୟାୟପୂର୍ଣ୍ଣ କାର୍ଯ୍ୟ ସ୍ଥିତିକୁ ବଜାୟ ରଖୁ। ଯେ କୌଣସି ଅଭିଯୋଗକୁ ଦୂର କରିବା ପାଇଁ ଆମେ ଆମର ଅନୁଷ୍ଠାନର ସମସ୍ତ ବିଭାଗ ସହିତ ଆଲୋଚନା ପାଇଁ ଆମେ ପଥ ଉନ୍ମୁକ୍ତ ରଖିଛୁ। ଅନୁଷ୍ଠାନ ପକ୍ଷରୁ ବାର୍ଷିକ ସମ୍ମିଳିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ ଯେଉଁଥିରେ କି ଆମର କ୍ୟାମ୍ପୋସର ସମସ୍ତ ସଦସ୍ୟ, ଛାତ୍ର ଛାତ୍ରୀ , କର୍ମଚାରୀ, ଅଧ୍ୟାପିକା, ସୁରକ୍ଷା, ହାଉସ୍ କୀପିଙ୍ଗ ଏବଂ ହର୍ଟିକଲଚର୍ ବିଭାଗର କର୍ମଚାରୀ ମାନେ ଉତ୍ସାହର ସହିତ ଅଂଶ ଗ୍ରହଣ କରନ୍ତି। ଏ ଯୋଉ ଅଭିଯୋଗ ମୁଁ ଆପଣଙ୍କ ଠାରୁ ପ୍ରଥମ କରି ଶୁଣୁଛି ଏଥିରେ କୌଣସି ସତ୍ୟତା ନାହିଁ ଯଦି ଅଭିଯୋଗ ଆସେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

July 1, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

July 1, 2026
୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

July 1, 2026
ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

July 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

July 1, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

July 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version