No Result
View All Result
୨୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ନୟାଗଡ଼ ଜିଲ୍ଲା ର ଦଶପଲ୍ଲା ବ୍ଲକ୍ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ବଣ ପାହାଡ ଘେରା ମାଳ ଅଂଚଳ । ସ୍ବାଧୀନତାର ୭୬ ବର୍ଷ ପରେ ବି ଏହି ବ୍ଲକ୍ ର ବିଭିନ୍ନ ଆଦିବାସୀ ଗ୍ରାମକୁ ହୋଇପାରିନାହିଁ ଗମନାଗମନର ସୁ – ବ୍ୟବସ୍ଥା । ବର୍ଷାଦିନ ଆସିଲେ ଏହି ଗ୍ରାମ ଗୁଡିକର ଅବସ୍ଥା ବେହାଲ୍ ହୋଇଯାଏ । ରାସ୍ତାପାଇଁ ହିନସ୍ଥା ହୁଅନ୍ତି ଏହି ଗ୍ରାମର ଗ୍ରାମବାସୀମାନେ । ବର୍ଷାପାଣି କାଦୁଅରେ ପଚପଚ ହୋଇଯାଏ ଜୀବନଯାତ୍ରା । ଆଣ୍ଠୁଏ କାଦୁଅରେ କୁନିକୁନି କୋମଳମତି ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଓ ଅଂଗନ ଓ୍ବାଡି କୁ ଯାଉଥିବାବେଳେ , ରୋଗବ୍ୟାଧିରେ ପୀଡିତ ବ୍ୟକ୍ତି କୁଂ ଖଟ ଦୋଳା ସହାୟତାରେ ଗ୍ରାମବାସୀମାନେ ଡାକ୍ତରଖାନା କୁ ନେଇ ଥାନ୍ତି । ଏହି ଅଂଚଳର ଅଧିକାଂଶ ଗ୍ରାମକୁ ବର୍ଷାଦିନେ ୧୦୮ ଆମ୍ବୁଲାନ୍ସ ମଧ୍ୟ ଯାଇପାରେନାହିଁ ।

ଏଣୁ ଗ୍ରାମବାସୀ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ମିଳିତ ସହାୟତାରେ ରୋଗୀ କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟ, ଦୋଳା କିମ୍ବା ଷ୍ଟେଚର୍ ସହାୟତାରେ ଆଣିବାକୁ ପଡିଥାଏ । ଏହି ଅସହାୟତା ର ସୁଯୋଗ ନେଇ କିଛି ଆମ୍ବୁଲାନ୍ସ କର୍ମଚାରୀ ନିଜେ ରୋଗୀ କୁଂ ସହାୟତା କରୁଥିବାର ଫୋଟୋ ଓ ଭିଡିଓ ଭାଇରାଲ୍ କରି ବାହାବାଃ ନେଉଥିବା ଦବେଳେ , ବହୁବର୍ଷଧରି ଆମ୍ବୁଲାନ୍ସ କର୍ମଚାରୀ ମାନେ , ଏଭଳି କାର୍ନାମା କରିଆସୁଥିବାର ଦୃଶ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ପରବର୍ତ୍ତୀ ସମୟରେ ଏହି ଫଟୋଚିତ୍ର ଓ ଭିଡିଓ ମଧ୍ୟ ବିଭିନ୍ନ ବୈଦୁଦିକ ଓ ଛାପା ଗଣମାଧ୍ୟମରେ ପ୍ରସାରିତ ହେଇଥିବା ଦେଖିବାକୁ ମିଳୁଛି । ଫଳତଃ ଜଣେ ରୋଗୀକଂର ବ୍ୟକ୍ତିଗତ ସ୍ବାତନ୍ତ୍ରତା ହାନିହେଉଛି । ବିଭିନ୍ନ ଦିଗକୁ ଲକ୍ଷରଖି , ଯେଉଁ କାର୍ଯ୍ୟ ଗଣମାଧ୍ୟମ ପ୍ରତିନିଧିମାନେ କରିବା କଥା , ସେହି କାର୍ଯ୍ୟକୁ , ଅବିଚାରିତ ଭାବରେ ୧୦୮ କର୍ମଚାରୀ କରିବା କେତେଦୂର ଠିକ୍ , ତାହା ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ବିଚାର କୁ ନେବା ଉଚିତ୍ । ୧୦୮ କର୍ମଚାରୀଙ୍କ ଏଭଳି କାର୍ଯ୍ୟ ଜନସାଧାରଣଙ୍କ ର ବ୍ୟକ୍ତିଗତ ଗୋପନୀୟତା ଓ ସ୍ବାଧୀନତା କ୍ଷୁର୍ଣ୍ଣ କରୁଥିବା ଦେଖିବାକୁ ମିଳୁଛି ।

No Result
View All Result