୨୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓ.ଡି.ଏମ୍. ଗ୍ଲୋବାଲ ସ୍କୁଲ ଏବଂ ପବ୍ଲିକ ସ୍କୁଲ ପରିସରରେ ବିଶ୍ୱ ଯୁବ ଦକ୍ଷତା ଦିବସ ୨୦୨୪ ପାଳିତ ହୋଇଯାଇଅଛି । ଓ.ଡି.ଏମ୍. ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡକ୍ଟର ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓ.ଡି.ଏମ୍. ଗ୍ଲୋବାଲ ସ୍କୁଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡଃ. ସଂଘମିତ୍ରା ଦାଶ, ସନ୍ଦୀପ କୁମାର ମୁଖାର୍ଜୀ ପ୍ରିୟଙ୍କା ସାହୁ ଉପସ୍ଥିତ ରହି ବିଦ୍ୟାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଯୁବକମାନଙ୍କ ମଧ୍ୟରେ ଦକ୍ଷତାର ବିକାଶ ସହିତ ବିଶ୍ୱରେ ଏ.ଆଇ.ର ଭବିଷ୍ୟତ, ବ୍ୟବହାର ଓ ଆବଶ୍ୟକତା ବିଷୟରେ ନିଜ ନିଜର ମତ ଉପସ୍ଥାନା କରିଥିଲେ । ଶେଷରେ ବିଦ୍ୟାଳୟର ଅଳ୍ପ ଥଧ୍ଯକ୍ଷା ଶୈଳେନ୍ଦ୍ର କୁମାରୀ ଯୁବ ଦକ୍ଷତାର ଆବଶ୍ୟକତା ଓ ତାହାର ବ୍ୟବହାର ବିଷୟରେ ସୂଚନା ପ୍ରଦାନ କରିଥିଲେ ।















