No Result
View All Result
୨୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ/ଭୁବନେଶ୍ୱର :-> ପ୍ରାଣୀଧନ ଗଣନା ଫଳରେ ପ୍ରାଣୀପାଳକମାନଙ୍କର ଆର୍ଥିକ ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇପାରିବ । ଏହା ଫଳରେ ଉତ୍ପାଦକତା ବୃଦ୍ଧି ପାଇବ ବୋଲି କେନ୍ଦ୍ର ପଶୁପାଳନ ଓ ଡାଇରୀ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ ମତପ୍ରକାଶ କରିଛନ୍ତି । ଆଜି ପୁରୀଠାରେ ଏକବିଂଶତମ ଜାତୀୟ ପ୍ରାଣୀଧନ ଗଣନା ନେଇ ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଫେସର ବାଘେଲ ଉପରୋକ୍ତ ମର୍ମରେ ସଂପୃକ୍ତ କ୍ଷେତ୍ର ଅଧିକାରୀ ତଥା କର୍ମଚାରୀମାନେ ବିଶେଷ ଯନିବାନ ହେବାକୁ ପରାମର୍ଶ ଦେଇଛନ୍ତି ।

ମତ୍ସ୍ୟ, ପ୍ରାଣୀସଂପଦ ବିକାଶ ବିଭାଗ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କାର୍ଯ୍ୟକ୍ରମରେ ଯୋଗଦେଇ ପୁରୀଠାରେ ଏପରି ତାଲିମ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାରୁ ଆନନ୍ଦ ପ୍ରକାଶ କରିବା ସହିତ ଏପରି ଗଣନା ଫଳରେ ପ୍ରାଣୀସଂପଦଙ୍କ ସୁରକ୍ଷା, ରୋଗ ନିରୀକ୍ଷଣ ସାଙ୍ଗକୁ ନିୟନ୍ତ୍ରଣ ପଦକ୍ଷେପ, ପ୍ରାଣୀଜ ଉତ୍ପାଦ ବୃଦ୍ଧି ଓ ପ୍ରଜନନ ଇତ୍ୟାଦି ଦିଗରୁ ବିବିଧ ସଫଳତା ମିଳିପାରିବ ବୋଲି ପ୍ରକାଶ କରିଥିଲେ । ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ ଆଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଫଳରେ ପ୍ରାଣୀଧନ ଗଣନା ପାଇଁ ରାଜ୍ୟ ଓ ଜିଲ୍ଲା ନୋଡାଲ ଅଧିକାରୀମାନେ ପରବର୍ତ୍ତୀ ପର୍ଯ୍ୟାୟରେ ମାଷ୍ଟର ଟ୍ରେନର ଭାବରେ ଦାୟିତ୍ୱ ନିର୍ବାହ କରିବେ ।

ଏହି ତାଲିମ କାର୍ଯ୍ୟକ୍ରମରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ୨୦୦ରୁ ଅଧିକ ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ । ମୋବାଇଲ୍ ଆପ୍ ଓ ଡ୍ୟାସ୍ବୋର୍ଡ ବ୍ୟବହାର ସାଙ୍ଗକୁ ବିଭିନ୍ନ ପ୍ରଜାତି ଚିହ୍ନଟକରଣ ବାବଦରେ ସେମାନଙ୍କୁ ବିସ୍ତୃତ ତାଲିମ ପ୍ରଦାନ କରାଯାଇଥିଲା । ଭାରତ ସରକାରଙ୍କ ପଶୁପାଳନ ଓ ଡାଇରୀ ବିଭାଗର ବିଶେଷଜ୍ଞ ଏବଂ ରାଷ୍ଟ୍ରୀୟ ପଶୁ ଆନୁବଂଶିକ ସଂସାଧନ ବୁ୍ୟରୋର ବୈଜ୍ଞାନିକମାନେ ପ୍ରଶିକ୍ଷାର୍ଥୀମାନଙ୍କୁ ତାଲିମ ଦେଇଥିଲେ । ଓଡ଼ିଶାର ମତ୍ସ, ପ୍ରାଣୀସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଆଗାମୀ ପ୍ରାଣୀଧନ ଗଣନାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇ କ୍ଷେତ୍ର ଅଧିକାରୀମାନଙ୍କୁ ଆନ୍ତରିକତାର ସହିତ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପଶୁପାଳନ ଓ ଡାଇରୀ ବିଭାଗର ପରିସଂଖ୍ୟାନ ପରାମର୍ଶଦାତା ଶ୍ରୀ ଜଗତ ହଜାରିକା, ବିଭାଗର ନିର୍ଦ୍ଦେଶକ ଶ୍ରୀ ଭି.ପି. ସିଂହ, ରାଷ୍ଟ୍ରୀୟ ପଶୁ ଆନୁବଂଶିକ ସଂସାଧନ ବୁ୍ୟରୋର ନିର୍ଦ୍ଦେଶକ ଡ. ବି.ପି. ମିଶ୍ର ଓ ଓଡ଼ିଶା ପ୍ରାଣୀସଂପଦ ବିକାଶ ବିଭାଗର ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜ୍ରାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

No Result
View All Result