୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଶୁକ୍ରବାର ସନ୍ଧ୍ୟା ରେ ଅନୁଷ୍ଠିତ ହେଉଛି ନୀଳାଦ୍ରି ବିଜେ ନୀତି | ଗୁଣ୍ଡିଚା ମନ୍ଦିର ରୁ ଫେରିବା ପରେ ତିନି ରଥ ସିଂହଦ୍ୱାର ଚକଡା ରେ ଦଣ୍ଡାୟମାନ | ବୁଧବାରେ ସୁନାବେଶ, ଗୁରୁବାରେ ଅଧର ପଣା ପରେ ଶୁକ୍ରବରେ ଅନୁଷ୍ଠିତ ହେବ ନୀଳାଦ୍ରିବିଜେ | ରଥଯାତ୍ରା ରେ ଭାଇ ଭଉଣୀ କୁ ସାଙ୍ଗରେ ଧରି ପ୍ରଭୁ ଜନ୍ମବେଦୀ କୁ ଯାଇଥିଲେ |

ଯାତ୍ରା ସମୟରେ ନିଜ ସ୍ତ୍ରୀ କୁ ନେଇ ନ ଥିବାରୁ ମା ଲଷ୍ମୀ ହେ୍ରାପଞ୍ଚମୀ ଦିନ ସନ୍ଧ୍ୟା ଧୂପ ସମୟରେ ଯାଇ ପ୍ରଭୁ ଙ୍କୁ ଫେରିଆସିବା ପାଇଁ ମୋହ ଚୁର୍ଣ୍ଣ ଫିଙ୍ଗି ଥିଲେ | ବାହୁଡ଼ାଯାତ୍ରା ଦିନ ରାଜନହର ସମ୍ମୁଖ ରେ ଲଷ୍ମୀ ନାରାୟଣ ଭେଟ ହୋଇଥିଲା | ତଥାପି ମା ଲଷ୍ମୀ ଙ୍କ ରାଗ ଶାନ୍ତ ହେଲାଣି ଯେ କାଳିଆ ପହଣ୍ଡି ବେଳେ ସିଂହଦ୍ୱାର କବାଟ ପକାଇଦେଲେ |

ପରେ ଜୟବିଜୟ ଦ୍ୱାରରେ ଲଷ୍ମୀ ଙ୍କ ସେବକ ଓ ଜଗନ୍ନାଥ ଙ୍କ ସେବକ ମାନଙ୍କମଧ୍ୟରେ ବାଚନିକ ହୋଇଥିଲା | ପରେ ମା ଲଷ୍ମୀ ଙ୍କୁ ରସୋଗଲା ଭୋଗ ଲାଗି ହୋଇଥିଲା | ମା ଲଷ୍ମୀ ଙ୍କ ମାନଭଞ୍ଜନ ହୋଇଥିଲା | ଆଜି ସକାଳୁ ରଥ ଚାରିପଟେ ଭକ୍ତମାନେ ରସୋଗଲା ଭୋଗ କରିଛନ୍ତି | ରାଜ୍ୟ ରେ ମଧ୍ୟ ଆଜି ରସଗୋଲା ଦିବସ ପାଳନ ହେଉଛି |
(ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)














