• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଥଯାତ୍ରାରେ ଭକ୍ତ କଲବଲ : ଖରା ବର୍ଷାରେ ବଡଦାଣ୍ଡରେ ଶୋଇଲେ ଶ୍ରଦ୍ଧାଳୁ

Proprietor Abhimanyu Maharana by Proprietor Abhimanyu Maharana
July 19, 2024
in ଓଡ଼ିଶା, ପୁରୀ, ହୋମ୍
0
ରଥଯାତ୍ରାରେ ଭକ୍ତ କଲବଲ : ଖରା ବର୍ଷାରେ ବଡଦାଣ୍ଡରେ ଶୋଇଲେ ଶ୍ରଦ୍ଧାଳୁ
Share on FacebookShare on TwitterWhatsapp


୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ବିଶ୍ବପ୍ରସିଦ୍ଧ ରଥଯାତ୍ରା ଶେଷ ହୋଇଛି । ନବଦିନାତ୍ମକ ଯାତ୍ରାରେ ପ୍ରାୟ ୬୦ ଲକ୍ଷ ପୁରୀକୁ ଆସିଛନ୍ତି । ପ୍ରାୟ ୨ ଶହ ୫୦ କୋଟି ଟଙ୍କାର ବେପାର ହୋଇଛି । ରାଜ୍ଯ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏସବୁ ସତ୍ତ୍ବେ ରଥଯାତ୍ରୀ ମାନେ ବିଭିନ୍ନ ଉପାୟରେ କଲବଲ ହୋଇଛନ୍ତି । ପୂର୍ବରୁ ଶ୍ରୀମନ୍ଦିର ଚାରିପଟେ ମଠ,ହୋଟେଲ, ଲଜିଂ ଓ ବାସଗୃହ ଥିଲାବେଳେ ହଜାର ଶ୍ରଦ୍ଧାଳୁ ବର୍ଷା ହେଲେ ଆଶ୍ରୟ ନେଉଥିଲେ ।ଚଳିତବର୍ଷ ଲକ୍ଷାଧିକ ଭକ୍ତ ଆସିଥିବା ବେଳେ ସହର ବିଭିନ୍ନ ସ୍ଥାନରେ ଶୋଇପଡିଥିବା ଦେଖିବାକୁ ମିଳିଥିଲା । ବର୍ଷାରେ ଓଦା ହୋଇ ଭକ୍ତ ପ୍ରଭୁଙ୍କୁ ଦର୍ଶନ କରି ଫେରିଛନ୍ତି ।

ରେଲବାଇ ବିଭାଗ ପକ୍ଷରୁ ଷ୍ଟେସନ ନିକଟରେ ୧୫ ହଜାର ଭକ୍ତ ରହିବା ପାଇଁ ରହଣି ସ୍ଥଳ ହୋଇଥିଲା । ୨୦୧୫ ନବକଳେବର ସମୟରେ ଭକ୍ତ ରହଣି ସ୍ଥଳ ଯେପରି ହୋଇଥିଲା ସେହିପରି ପ୍ରତିବର୍ଷ ରଥଯାତ୍ରା ସମୟରେ ସହରର ବିଭିନ୍ନ ସ୍ଥାନରେ ରହଣି ସ୍ଥଳ ଓ ମାଗଣା ଖାଦ୍ଯ ବଣ୍ଟନ ବ୍ୟବସ୍ଥା କରିବା ପାଇଁ ଭକ୍ତ ମହଲରେ ଦାବି ହୋଇଛି । ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ହତାରେ ଶହ ଶହ ଶ୍ରଦ୍ଧାଳୁ ସୁନାବେଶ ଦିନ ଜରି ପାଲ ପକାଇ ଶୋଇଥିବା ଦେଖିବାକୁ ମିଳିଥିଲା ।

ପ୍ରଶାସନ ପକ୍ଷରୁ ଦୁଇ ତିନି ଚାରିଚକିଆ ମାଗଣା ପାର୍କିଂ ସ୍ଥଳ ନଥିବାରୁ ବାଇକ ପ୍ରତି ୧୦୦ ଟଙ୍କା, ଅଟୋରିକ୍ସା ପ୍ରତି ୨୦୦ ଟଙ୍କା ଓ କାର ପିଛା ୪୦୦ ଟଙ୍କା ବେଆଇନ ପାର୍କିଂ ଫି ଆଦାୟ ହୋଇଥିବା ଅଭିଯୋଗ ହୋଇଛି । ଭକ୍ତପ୍ରିୟ ଜନପ୍ରିୟ ନୁଆ ସରକାର ଭକ୍ତଙ୍କ ସୁବିଧା ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି । ବଡଦାଣ୍ଡ ସଂଲଗ୍ନ ସାହି ବାଟ ସିଲ ହୋଇଥିବା ବେଳେ ବିଭିନ୍ନ ସାହିରେ ଅଟୋ ଓ ବାଳକ ଯୋଗୁ ଜାମ ପରିସ୍ଥିତି ସୃଷ୍ଟି ହୋଇଥିଲା । ଜିଲ୍ଲା ଗ୍ରାମ୍ଯ ଜଳ ଯୋଗାଣ ବିଭାଗ ପକ୍ଷରୁ ୫୦ଲକ୍ଷ ପାଣି ବୋତଲ ଆସିଥିବା ବେଳେ ତାହା ସଠିକ ବଣ୍ଟନ ହୋଇନପାରି କାର୍ଯ୍ଯାଳୟ ପରିସରେ ଗଦା ହୋଇଥିବା ଅଭିଯୋଗ ହୋଇଛି ।

ରଥଯାତ୍ରା ପରେ ଏହା ବିକ୍ରୀ ପାଇଁ ମସୁଧା ଚାଲିଥିବା ଶୁଣା ଯାଉଛି । ବଡଦାଣ୍ଡ ସଂଲଗ୍ନ ଅସ୍ଥାୟୀ ଶୌଚାଳୟ ଓ ପରିସ୍ରାଗାର ନଥିବାରୁ ଭକ୍ତମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରଥଯାତ୍ରା ସମୟରେ ବିଜୁଳି ବିଭାଗର ଲୁଚୁକାଳି ଖେଳ ସହରବାସୀଙ୍କୁ ଅସୁବିଧାରେ ପକାଇଛି । ହଜାର ହଜାର ମୋବାଇଲ, ସୁନାଚେନ ଚୋରି ହୋଇଥିଲେ ମଧ୍ଯ ସିସିଟିଭି କାହାରିକୁ ଧରି ପାରିନଥିବା କୁହାଯାଉଛି । ପୌରସଂସ୍ଥା ପକ୍ଷରୁ ପରିମଳ ବ୍ଯବସ୍ଥା ସୁଧୁରି ନଥିବା ଅଭିଯୋଗ ହୋଇଛି ।

ପୁରୀ ରେଲୱେ ଷ୍ଟେସନ ନିକଟରେ ଟ୍ରକ ଟ୍ରକ ପଲିଥିନ ଓ ଅଳିଆ ପଡି ରହିଥିବି ଦେଖିବାକୁ ମିଳିଛି । ରଥଯାତ୍ରା ସମନ୍ଵୟ ବୈଠକରେ ଖାଦ୍ଯ ଯାଞ୍ଚ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରି ନାହିଁ । ବାସିଖାଦ୍ଯ,ଅପମିଶ୍ରିତ ଖାଦ୍ଯ, ରଙ୍ଗ ମିଶ୍ରିତ ଖାଦ୍ଯ ଯାଞ୍ଚ ନକରିବା ସହ ମୋବାଇଲ କୋର୍ଟ ଜରିଆରେ ଜୋରିମାନା କରି ନଥିବା ଅଭିଯୋଗ ହୋଇଛି । ବିଭିନ୍ନ ହୋଟେଲ ଓ ଲଜିଂରେ ପ୍ୟାକେଜ ଅନୁସାରେ ରୁମ ରେଟ ଅଧିକ ହୋଇଥିବାରୁ ଅନେକ ଭକ୍ତ ଖରା ବର୍ଷାରେ ବଡଦାଣ୍ଡ ସମେତ ସହର ବିଭିନ୍ନ ସାହି ଗଳିରେ ଭକ୍ତ ଶୋଇ ରହିଥିବା ଦେଖିବାକୁ ମିଳିଥିଲା ।

ବିଭିନ୍ନ ମଦ ଦୋକାନ ବନ୍ଦ ହୋଇଥିଲେ ମଧ୍ଯ ଚୋରାରେ ଅଧିକ ଦାମରେ ମଦ ବିକ୍ରୀ ହୋଇଥିବା କୁହାଯାଇଛି । ସାହିକୁ ବାଇକ ନେଇ ଯିବା ପାଇଁ ଆଧାର କାର୍ଡ ପୋଲିସ ଖୋଜିଥିଲା । ପୋଲିସ ଜୁଲମ ବଢିଥିବା ଅଭିଯୋଗ ହୋଇଛି । ବଡଦାଣ୍ଡ ସିଲ ଥିବାବେଳେ ସୁନାବେଶ ଦିନ ଶହ ଶହ ବାଇକ ଗହଳି ଭିତରେ ବୁଲୁଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ଅନୁଷ୍ଠାନ ଓ ସଂଗଠନକୁ ଦିଆଯାଇଥିବା ଅନୁମତି ପତ୍ର ଗୁଣ୍ଡିଚା,ବାହୁଡା ଓ ସୁନାବେଶ ଦିନ ଅଭିଯୋଗ ହୋଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ପୋଲିସ ପକ୍ଷରୁ ୩୩୫ ଜଣ ଅସାମାଜିକ ବ୍ୟକ୍ତି ଗିରଫ

ପୁରୀ ପୋଲିସ ପକ୍ଷରୁ ୩୩୫ ଜଣ ଅସାମାଜିକ ବ୍ୟକ୍ତି ଗିରଫ

June 25, 2026
ସ୍ୱାବଲମ୍ବୀ ଯୁବା – ସମୃଦ୍ଧ ଓଡିଶା ସମାବେଶ

ସ୍ୱାବଲମ୍ବୀ ଯୁବା – ସମୃଦ୍ଧ ଓଡିଶା ସମାବେଶ

June 25, 2026
ଧ୍ୟାନକୁଦ ପୀଠରେ ରଥଯାତ୍ରା ଲାଗି ପ୍ରସ୍ତୁତି ବୈଠକ

ଧ୍ୟାନକୁଦ ପୀଠରେ ରଥଯାତ୍ରା ଲାଗି ପ୍ରସ୍ତୁତି ବୈଠକ

June 25, 2026
ବ୍ଲକ ସ୍ତରୀୟ ଜାତି, ଜନଜାତି ସମ୍ବାଦ ବୈଠକ

ବ୍ଲକ ସ୍ତରୀୟ ଜାତି, ଜନଜାତି ସମ୍ବାଦ ବୈଠକ

June 25, 2026

Recent News

ପୁରୀ ପୋଲିସ ପକ୍ଷରୁ ୩୩୫ ଜଣ ଅସାମାଜିକ ବ୍ୟକ୍ତି ଗିରଫ

ପୁରୀ ପୋଲିସ ପକ୍ଷରୁ ୩୩୫ ଜଣ ଅସାମାଜିକ ବ୍ୟକ୍ତି ଗିରଫ

June 25, 2026
ସ୍ୱାବଲମ୍ବୀ ଯୁବା – ସମୃଦ୍ଧ ଓଡିଶା ସମାବେଶ

ସ୍ୱାବଲମ୍ବୀ ଯୁବା – ସମୃଦ୍ଧ ଓଡିଶା ସମାବେଶ

June 25, 2026
ଧ୍ୟାନକୁଦ ପୀଠରେ ରଥଯାତ୍ରା ଲାଗି ପ୍ରସ୍ତୁତି ବୈଠକ

ଧ୍ୟାନକୁଦ ପୀଠରେ ରଥଯାତ୍ରା ଲାଗି ପ୍ରସ୍ତୁତି ବୈଠକ

June 25, 2026
ବ୍ଲକ ସ୍ତରୀୟ ଜାତି, ଜନଜାତି ସମ୍ବାଦ ବୈଠକ

ବ୍ଲକ ସ୍ତରୀୟ ଜାତି, ଜନଜାତି ସମ୍ବାଦ ବୈଠକ

June 25, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ପୋଲିସ ପକ୍ଷରୁ ୩୩୫ ଜଣ ଅସାମାଜିକ ବ୍ୟକ୍ତି ଗିରଫ

ପୁରୀ ପୋଲିସ ପକ୍ଷରୁ ୩୩୫ ଜଣ ଅସାମାଜିକ ବ୍ୟକ୍ତି ଗିରଫ

June 25, 2026
ସ୍ୱାବଲମ୍ବୀ ଯୁବା – ସମୃଦ୍ଧ ଓଡିଶା ସମାବେଶ

ସ୍ୱାବଲମ୍ବୀ ଯୁବା – ସମୃଦ୍ଧ ଓଡିଶା ସମାବେଶ

June 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version