No Result
View All Result
୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର, :-> ନୟାଗଡ ଜିଲ୍ଲା ଭାପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହ ପରିସରରେ ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଣଜିତ୍ କୁମାର ମଲ୍ଲିକଙ୍କ ସଂଯୋଜନାରେ ଷଷ୍ଠତମ ସାଧାରଣ ଅଧିବେଶନ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହି ଷଷ୍ଠ ସାଧାରଣ ଅଧିବେଶନରେ ବ୍ଲକର ବିଭିନ୍ନ ବିଭାଗର ପଦାଧିକାରୀ,ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ ଓ ଧର୍ମେନ୍ଦ୍ର କୁମାର ଧଳ,

ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ଓ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଜେପି ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ବ୍ଲକ ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଷଷ୍ଠ ଅଧିବେଶନରେ ଯୋଗ ଦେଇ ଭାପୁର ବ୍ଲକ ଅଞ୍ଚଳର ମୌଳିକ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ପରାମର୍ଶ ଦେବା ସହ ଭାପୁର ବ୍ଲକ ଅଞ୍ଚଳର ଉନ୍ନତି ପାଇଁ

ସମସ୍ତ ପଞ୍ଚାୟତର ଜନ ପ୍ରତିନିଧି ତଥା ବିଭିନ୍ନ ବିଭାଗର ପଦାଧିକାରୀ ମାନଙ୍କୁ ଦୁର୍ନୀତି ମୁକ୍ତ ହୋଇ ସହଯୋଗ,ସମନ୍ନୟଓ ଶୃଙ୍ଖଳା ରକ୍ଷlକରି ଏକାଠି ହୋଇ କାର୍ଯ୍ୟ କରିବାକୁ କହିଥିଲେ । ଉକ୍ତ ବୈଠକରେ ଭାପୁର ବ୍ଲକ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ପଶୁ ସମ୍ପଦ, ପାନୀୟ ଜଳ, ବିଦ୍ୟୁତ୍ ଆଦି ମୌଳିକ ସମସ୍ୟା ଗୁଡ଼ିକର ବିଷୟରେ ଆଲୋଚନା କରାଯାଇଥିଲା ।

ପୁନଶ୍ଚ ମନରେଗା, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ଶିଶୁ ବିକାଶ, ଭତ୍ତା, ଦିବ୍ୟାଙ୍ଗ ଭତ୍ତା, ରାସନ୍ କାର୍ଡ, ହରିଶ୍ଚନ୍ଦ୍ର ଯୋଜନା ଓ ପ୍ରତି ମାସର ଜନ୍ମ ମୃତ୍ୟୁ ପଞ୍ଜିକରଣ ତଥ୍ଯ ପ୍ରଦାନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ମାତ୍ର ଅଧିବେଶନ ଚାଲିଥିବା ସମୟରେ ବହୁବାର ବିଦ୍ୟୁତ୍ ଲାଇନ୍ କାଟିବା ଯୋଗୁଁ ଅନ୍ଧାରରେ ମଧ୍ୟ ସଭା କାର୍ଯ୍ୟଚାଲୁ ରହିଥିଲା ।

ଯାହାକୁ ନେଇ ବୈଠକରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ପଞ୍ଚାୟତ ସମିତିର ଗ୍ରାମ ପଞ୍ଚାୟତ ଅଧିକାରୀ ଅଭିନାଶ ପତି ସମସ୍ତ କାର୍ଯ୍ୟକୁ ସୁପରିଚାଳନା କରି ସହଯୋଗ କରିଥିଲେ। ପରି ଶେଷରେ ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ !

No Result
View All Result