୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଚଳିତ ବର୍ଷ ବାଣପୁର ଆରାଧ୍ୟ ଦେବତା ପ୍ରଭୁ ରଙ୍କନାଥ ଦେବଙ୍କର ରଥଯାତ୍ରା ବହୁ ଧୂମଧାମରେ ପାଳିତ ହୋଇଥିବା ବେଳେ ବୁଧବାର ସୁନାବେଶରେ ପ୍ରଭୁ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି l ସୋମବାର ବିଷର ପାଟଣା ଠାରେ ଥିବା ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ି ରଥରେ ବିରାଜମାନ କରିଥିଲେ ପ୍ରଭୁ lମଙ୍ଗଳବାର ଦସମୀ ତିଥି ଥିବାରୁ ବୁଧବାର ଏକାଦଶୀ ତିଥିରେ ପ୍ରଭୁଙ୍କର ସୁନାବେଶ ହୋଇଥିଲା l ରଥରେ ସମସ୍ତ ନୀତିକାନ୍ତି ସମ୍ପାଦନ କରାଯାଇ ରଥାରୁଢ଼ ବିଗ୍ରହ ମାନଙ୍କର ଅପରାହ୍ନରେ ସୁନାରେ ମଣ୍ଡିତ କରାଯାଇଥିଲା l















