୧୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ସିଏମସି ୫୯ ନମ୍ବର ୱ।ର୍ଡ଼ ଫୁଲନଖରା ଛକ ନିକଟସ୍ଥ ନୂଆ କାଚରାମାଳରେ ବାହୁଡା ରଥଯାତ୍ରା ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଚୈତନ୍ୟ ଓଝାଙ୍କ ପରିବାର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସୋମବାର ଦିନ ଓଡିଶୀ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।
ଏହି ସାସ୍କୃତିକ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ବହୁ ଓଡିଶୀ ନୃତ୍ୟ କଳାକାର ମାନେ ଅଂଶ ଗ୍ରହଣକରି ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ମଙ୍ଗଳବାର ଜଗନ୍ନାଥଙ୍କ ରଥ ନିକଟରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ସୁକାନ୍ତ ଭୋଇ, ବାବୁକୃଷ୍ଣ ଭୋଇ ଏବଂ ସେମାନଙ୍କ ସାଥୀ ମାନେ ଜଗନ୍ନାଥଙ୍କଭଜନ ପରିବେଷଣକରିଥିଲେ ।