No Result
View All Result
୧୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମର ୧୬ ଜାତୀୟ ରାଜପଥ କଡ଼ରେ ଥିବା ସାଇ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୋମବାର ଦିନ ବାହୁଡା ରଥଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା । ତେଲଙ୍ଗାପେଣ୍ଠ ବଜାର ମାଉସୀ ମା ଘରୁ ପ୍ରଥମେ ସୁଦର୍ଶନ ଏବଂ ପରେ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରି ରଥାରୁଢ଼ କରାଯାଇଥିଲା ।
ଚଳିତ ବର୍ଷ ଠାକୁର ରାଜା ପ୍ରତିଶ ଭବାନୀ ପତି ରଥରେ ଛେରାପହଁରା କରିଥିଲେ । ଛେରାପହଁରା ପରେ ଜଗନ୍ନାଥଙ୍କ ରଥରେ ସାରଥୀ ଦେବେନ୍ଦ୍ର ଭୂୟାଁ ରଥରେ ଚଢ଼ିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ତେଲଙ୍ଗାପେଣ୍ଠ ରୁ ରଥ ବାହାରିବା ସମୟରେ ବାଜା , ଘଣ୍ଟ ,ଖୋଳ ବଜାଇ ରଥକୁ ଶ୍ରଦ୍ଧାଳୁ ମାନେ ଟାଣି ନେଇଥିଲେ ।
ରଥ ନୂଆଗଡ଼ ସାମନ୍ତରାୟ ଘର ନିକଟରେ ରହିଥିଲା । ସନ୍ଧ୍ୟା ଆଳତୀ କରାଯାଇଥିଲା । ଏହି ରଥ ଯାତ୍ରା ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ବ୍ରଜବନ୍ଧୁ ଶତପଥୀ, ମନ୍ଦିର ପରିଚାଳନା କମିଟିର ସଭାପତି ଅନାମ ଚରଣ ନାୟକ, ଗ୍ରାମ୍ୟ କମିଟିର ସଭାପତି ବିକ୍ରମ ଶତପଥୀ, ଅନିରୁଦ୍ଧ ନାୟକ,
ଅଜୟ କୁମାର ଜେନା, ଭରତ ଚନ୍ଦ୍ର ଭୂୟାଁ, ବଳରାମ ସାହୁ , ଅଜୟ କୁମାର ନାୟକ, ଲକ୍ଷ୍ମୀଧର ନାୟକ, ହେମନ୍ତ ଦାସ , ଅମୂଲ୍ୟ ଦାସ , ଜନାର୍ଦ୍ଦନ ଖୁଣ୍ଟିଆ, ମନୋରଞ୍ଜନ ସାହୁ, ନୂଆଗଡ଼ ଗ୍ରାମରବାସୀ ଏବଂ ରଥ ପରିଚାଳନା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
No Result
View All Result