No Result
View All Result
୧୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ଜିଲ୍ଳାର ସର୍ବ ପୁରାତନ କେସି କ୍ଲବ ର ୯୮ ତମ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ଶନିବାର ପୁର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି |କେ.ସି କ୍ଲବ ପରିସରରେ ଅନୁଷ୍ଠିତ ଏହି ପ୍ରତି ଯୋଗିତା ବିଭିନ୍ନ ୬ଷ୍ଠ ଶ୍ରେଣୀ ଠାରୁ ୧୦ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଛି |ଓଡ଼ିଆ, ଇଂରାଜୀ ବକ୍ତୃତା, ଦେଶାତ୍ମବୋଧକ ସଂଗୀତ,ପେଣ୍ଟିଙ୍ଗ ପ୍ରତି ଯୋଗିତା ହୋଇ ଥିବା ବେଳେ ବିଚାରକ ଭାବେ ଅବସରପ୍ରାପ୍ତ ଅଧକ୍ଷ ଅଶୋକ ନାୟକ,

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ଼ ବାନାମ୍ବର ପୃଷ୍ଟି, ଇଂରାଜୀ ଅଧ୍ୟାପକ ଡ଼ ଶିଶିର କୁମାର ବାରିକ, ବେତାର ତଥା ଦୂରଦର୍ଶନ କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ସଙ୍ଗୀତଜ୍ଞ ଅଜିତ ପଟ୍ଟନାୟକ, ଗୁରୁ ପ୍ରଭାତ ଦାଶ, ବଳଭଦ୍ର ବାରିକ ପ୍ରମୁଖ ଯୋଗ ଦେଇଥିଲେ | ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ପ୍ରାୟ ୧୩୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ |

କ୍ଲବର ସଭାପତି ଭାଗିରଥି ଦାଶ, ସମ୍ପାଦକ ସଂଗ୍ରାମ କେଶରୀ ଗୁମାନ ସିଂଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପରିଚାଳନା କରିଥିବା ବେଳେ ଉପସଭାପତି ଭବାନୀଶଙ୍କର ଦାସ, କୋଷାଧକ୍ଷ ସାରଦା ପ୍ରସାଦ ମହାପାତ୍ର, ସଭ୍ୟ ଶକ୍ତି ପ୍ରସାଦ ମିଶ୍ର, ଧର୍ମେନ୍ଦ୍ର ଗୁମାନ ସିଂ, ରାମ ବାରିକ, ଭବରଂଜନ ଦାସ, ଗୌରୀ ଶଙ୍କର ଦାସ,ମାନସିଂ ପ୍ରମୁଖ ଆଗେଇ ନେଇଥିଲେ |ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଚଳିତ ମାସ ୨୦ ତାରିଖରେ କ୍ଲବର ପ୍ରତିଷ୍ଠା ଦିବସରେ ପୁରସ୍କୃତ କରାଯିବା ନେଇ ଜଣାପଡିଛି l

No Result
View All Result