No Result
View All Result
୧୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ବାଘମାରୀ ପଂଚାୟତ ଅନ୍ତର୍ଗତ ଅଟ୍ରି ସ୍ଥିତ ଏକାଦଶ ରୁଦ୍ର ତଥା ବାବା ହଟ୍ଟକେଶ୍ୱର ଦେବଙ୍କ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସରପଂଚ ମାନସ ରଞ୍ଜନ ବିଶ୍ଵାଳ,
ସମାଜସେବୀ ପ୍ରେମାନନ୍ଦ ମହାନ୍ତି, ମିଡ଼ିଆ ହାଉସର ଉପଦେଷ୍ଟା ସାମ୍ବାଦିକ ଭଗବାନ ପଣ୍ଡା,ନଳିନୀ କାନ୍ତ ପଣ୍ଡା, ଶରତ ବାରିକ, ଶିକ୍ଷକ ବିବେକାନନ୍ଦ ମିଶ୍ର, ସଭାପତି ଗୋବିନ୍ଦ ଚନ୍ଦ୍ର ରଥ,ଉପସଭାପତି ଯୋଗେଶ୍ୱର ପଣ୍ଡା, ସମ୍ପାଦକ ଭକ୍ତି ଭୂଷଣ ମହାପାତ୍ର, କୋଷାଧ୍ୟକ୍ଷ ସଂଗ୍ରାମ ସାମନ୍ତରାୟ,ସଦସ୍ୟ ମାନସ ରଞ୍ଜନ କର,ସମୀର ସୁନ୍ଦରାୟ, ଗୋବିନ୍ଦ ଚନ୍ଦ୍ର ଖୁଣ୍ଟିଆ ଓ ସଞ୍ଜୟ କୁମାର ବାହୁବଳେନ୍ଦ୍ର ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।ଏହି ଅନୁଷ୍ଠାନ ଆଗାମୀ ଦିନରେ ସାମାଜିକ କାର୍ଯ୍ୟକ୍ରମ କରି ଜନ ସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ ।
No Result
View All Result