୧୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ଓଡିଶାର ଗୁପ୍ତ ପୁରୁଷୋତ୍ତମ କ୍ଷେତ୍ର ତଥା ଚକାଶିଳା କ୍ଷେତ୍ର ନୟାଗଡ ଜିଲ୍ଲା ରଣପୁର ରେ ଶୁକ୍ରବାର ମଧ୍ୟାହ୍ନ ରେ ଶ୍ରୀଜୀଉ ମାନଙ୍କ ରଥ କୁ ଦକ୍ଷିଣ ମୋଡ କରାଯାଇଥିବା ଦେଖିବାକୁ ମିଳିଛି ।

ମାଉସୀ ମା’ ମନ୍ଦିର ସମ୍ମୁଖ ରେ ତିନି ରଥ ରହିଥିବାବେଳେ ଆଉ ଦୁଇ ଦିନ ପରେ ମହାପ୍ରଭୁ ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ର ଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିର ରୁ ବାହୁଡିବେ ।

ମହାପ୍ରଭୁ ଙ୍କ ଏହି ବାହୁଡା ଯାତ୍ରା ପାଇଁ ରଥ ଗୁଡିକୁ ପାରମ୍ପରିକ ରୀତିନୀତି ଅନୁସାରେ ମଧ୍ୟାହ୍ନ ରେ ଦକ୍ଷିଣ ମୋଡ କରାଯାଇଛି । ତହସିଲଦାର ରବିନୃ ଚର୍ଚ୍ଚିଲ ମିଶ୍ରଙ୍କ ସହ ମନ୍ଦିର ପରିଚାଳକ ରମେଶ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ
















