No Result
View All Result
୧୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଜି ଭୁବନେଶ୍ୱର ଏକାମ୍ର ରେ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ଦ୍ଵାରା ୭୫ ତମ ବନ ମହୋତ୍ସବ ଅବସରରେ ୱାର୍ଡ ନଂ ୫୭ ର ବ୍ରହ୍ମେଶ୍ୱର ମେଳଣ ପଡ଼ିଆ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲାବେଳେ ଗ୍ରିନ୍ ୱାଲ୍ଡ ଟ୍ରଷ୍ଟ ସହଯୋଗ ରେ କରଞ୍ଜ,କୋଚିଲା,ଛତିଆନ,ବଉଳ, ଅଶୋକ ପ୍ରଭୁତି ବିଭିନ୍ନ ପ୍ରକାରର ଗଛ ଯୋଗାଇ ଦିଆଯାଇଥିଲା ।

ଏହି ୱାର୍ଡ ର ମିଶନ ଶକ୍ତି ମହାସଂଘ ପାଣ୍ଡବେଶ୍ୱର ମହିଳା ମହାସଂଘ,ଭସ୍କରେଶ୍ୱର,ମାତୃଶକ୍ତି, ଉତ୍କଳ ଆଞ୍ଚିଳିକ ମହିଳା ମହାସଂଘର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସ୍ଥାନୀୟ କର୍ପୋରେଟର ସନ୍ତୋଷ ସିଂହ ଙ୍କ ଆୟୋଜନରେ ଏହି କାର୍ଯ୍ୟକ୍ରମ ସମାପନ ହୋଇଥିଲା।କାର୍ଯ୍ୟକ୍ରମରେ କର୍ପୋରେଟର ମହାମାୟା ସ୍ବାଇଁ,ଶିବ ପ୍ରସାଦ ବେହେରା,ନୃପେଶ ନାୟକ,ଶିବ ନାରାୟଣ ରାୟ,ପୂର୍ବତନ କର୍ପୋରେଟର ହୃଦୟ ବଲ୍ଲଭ ସାମନ୍ତରାୟ, ପୁଷ୍ପା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result