• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୟାଗଡ଼ ଟାଉନ୍ ରେଳ ଷ୍ଟେସନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ମିଳିତ ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ୍ ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
November 28, 2026
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ନୟାଗଡ଼ ଟାଉନ୍ ରେଳ ଷ୍ଟେସନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ମିଳିତ ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ୍ ଅନୁଷ୍ଠିତ
Share on FacebookShare on TwitterWhatsapp

ଖୋରଧା/ଜଟଣୀ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :-  ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ନୟାଗଡ଼ ଟାଉନ୍ ରେଳ ଷ୍ଟେସନଠାରେ ଏକ ବ୍ୟାପକ ମିଳିତ ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିଲା। ରେଳ ଦୁର୍ଘଟଣା ସମୟରେ ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା, ତ୍ୱରିତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ, ଯାତ୍ରୀମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ ଏବଂ ଟ୍ରେନ୍ ଚଳାଚଳର ଶୀଘ୍ର ସ୍ୱାଭାବିକୀକରଣ ନିମନ୍ତେ ରେଳବାଇର ପ୍ରସ୍ତୁତିକୁ ଆକଳନ କରିବା ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ମଣ୍ଡଳରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତି ଓ ପ୍ରତିକ୍ରିୟା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ନିୟମିତ ଭାବେ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଆୟୋଜନ କରାଯାଇଥାଏ। ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ହେଲା,ରେଳ ଦୁର୍ଘଟଣା ପରିସ୍ଥିତିରେ ରେଳ କର୍ମଚାରୀ, ଏନ୍‌ଡିଆର୍‌ଏଫ୍ ଦଳ ଏବଂ ସ୍ଥାନୀୟ ସଂସ୍ଥା ଗୁଡ଼ିକର ଜରୁରୀ କାଳୀନ ପ୍ରସ୍ତୁତିର ମୂଲ୍ୟାଙ୍କନ କରିବା। ରେଳ ସୁରକ୍ଷା ବଳ,ସରକାରୀ ରେଳ ପୁଲିସ, ଅଗ୍ନିଶମ ସେବା, ଚିକିତ୍ସା ବିଭାଗ ଓ ସ୍ଥାନୀୟ ପ୍ରଶାସନ ସମେତ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା।

ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର, ପ୍ରାଥମିକ ଚିକିତ୍ସା, ଆହତ ମାନଙ୍କର ସ୍ଥିତି ସ୍ଥିର କରିବା ଏବଂ ଲାଇନଚ୍ୟୁତ ବଗି ମଧ୍ୟରେ ଫସି ରହିଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ଭଳି ପଦକ୍ଷେପ ଓ ରିଲିଫ୍ କାର୍ଯ୍ୟର ଅଭ୍ୟାସ କରିବା। ଜରୁରୀକାଳୀନ ପ୍ରତିକ୍ରିୟା ସମୟର ମୂଲ୍ୟାଙ୍କନ, କାର୍ଯ୍ୟକ୍ଷେତ୍ରରେ ଥିବା ତ୍ରୁଟି ଓ ଅଭାବ ଚିହ୍ନଟ କରିବା ଏବଂ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାର ଉନ୍ନତି ପାଇଁ ସଂଶୋଧନ ମୂଳକ ପଦକ୍ଷେପ ଗ୍ରହଣଏହି ମକ୍ ଡ୍ରିଲ୍‌ରେ ଏକ ବାସ୍ତବ ଧରଣର ରେଳ ଦୁର୍ଘଟଣାର ପରିସ୍ଥିତି ସୃଷ୍ଟି କରାଯାଇଥିଲା।

ଏଥିରେ ଟ୍ରେନ୍ ଲାଇନଚ୍ୟୁତ ହେବା,ଯାତ୍ରୀ ଉଦ୍ଧାର, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା,ଭିଡ଼ ନିୟନ୍ତ୍ରଣ,ଚିକିତ୍ସା ଦଳ ମୁତୟନ, ପୁନଃ ରୁଦ୍ଧାର କାର୍ଯ୍ୟ ପାଇଁ ଭାରୀ ଯନ୍ତ୍ରପାତିର ବ୍ୟବହାର ଏବଂ ସମସ୍ତ ଅଂଶଗ୍ରହଣକାରୀ ସଂସ୍ଥାଙ୍କ ମଧ୍ୟରେ ସମନ୍ୱିତ କାର୍ଯ୍ୟକଳାପର ଅଭ୍ୟାସ କରାଯାଇଥିଲା। ଜରୁରୀକାଳୀନ ପରିସ୍ଥିତିରେ ସୁସଂଗଠିତ, ସମୟବଦ୍ଧ ଓ ପ୍ରଭାବଶାଳୀ ପ୍ରତିକ୍ରିୟା ମାଧ୍ୟମରେ ରେଳ ଚଳାଚଳକୁ ଯଥାଶୀଘ୍ର ସ୍ୱାଭାବିକ କରିବା ଏହି ଅଭ୍ୟାସର ଲକ୍ଷ୍ୟ ଥିଲା। ଏହି ଅଭ୍ୟାସର ନେତୃତ୍ୱ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି.ସୁନୀଲ ନେଇଥିଲେ।

ସେ ଘଟଣାସ୍ଥଳରେ ଚାଲିଥିବା ବିଭିନ୍ନ କାର୍ଯ୍ୟକଳାପ ଏବଂ ବିଭାଗୀୟ ସମନ୍ୱୟର ତଦାରଖ କରିଥିଲେ। ଏଥିସହ ସମସ୍ତ ସମ୍ପୃକ୍ତ ବିଭାଗ ଓ ସଂସ୍ଥାର ସୁଚାରୁ ସମନ୍ୱୟ ଏବଂ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ସହିତ ସେ ଏହି ଅଭ୍ୟାସରେ ବ୍ୟବହୃତ ସାମଗ୍ରୀ ଓ ଉପକରଣର ବ୍ୟବସ୍ଥା ତଥା ଏହାର କାର୍ଯ୍ୟାନ୍ୱୟନର ସମୀକ୍ଷା କରିଥିଲେ। ଏହି ମକ୍ ଡ୍ରିଲ୍‌ରେ ମେକାନିକାଲ ବିଭାଗ, ଇଞ୍ଜିନିୟରିଂ ବିଭାଗ,ବିଦ୍ୟୁତ୍ ବିଭାଗ , ସିଗନାଲ୍ ଓ ଟେଲିକମ୍ୟୁନିକେସନ୍ ବିଭାଗ, ସୁରକ୍ଷା ବିଭାଗ, ପରିଚାଳନା ବିଭାଗ,

ବାଣିଜ୍ୟ ଓ ଚିକିତ୍ସା ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମେତ ରେଳ ସୁରକ୍ଷା ବଳ, ସିଭିଲ୍ ଡିଫେନ୍ସ, ଭାରତ ସ୍କାଉଟ୍ସ ଆଣ୍ଡ୍ ଗାଇଡ୍ସ,ଏନ୍‌ଡିଆର୍‌ଏଫ୍,ଓଡ୍ରାଫ୍ , ସ୍ଥାନୀୟ ପୋଲିସ,ଜିଲ୍ଲା ପ୍ରଶାସନ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥାର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଅଭ୍ୟାସକୁ ଅଧିକ ବାସ୍ତବଧର୍ମୀ କରିବା ପାଇଁ ସ୍ୱତନ୍ତ୍ର ଉଦ୍ଧାର ଉପକରଣ, ଦୁର୍ଘଟଣା ରିଲିଫ୍ ସାମଗ୍ରୀ ଏବଂ ପୁନରୁଦ୍ଧାର କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ମଧ୍ୟ ନିୟୋଜିତ କରାଯାଇଥିଲା।

ବରିଷ୍ଠ ମଣ୍ଡଳ ନିରାପତ୍ତା ଅଧିକାରୀ ଶ୍ରୀ ନମୋନାରାୟଣ ମୀନା ଏହି କାର୍ଯ୍ୟକ୍ରମର ସକ୍ରିୟ ସମନ୍ୱୟ କରିବା ସହ ମକ୍ ଡ୍ରିଲ୍‌ର ପ୍ରତ୍ୟେକ ପର୍ଯ୍ୟାୟର ସୁଚାରୁ ସମ୍ପାଦନ ସୁନିଶ୍ଚିତ କରିଥିଲେ। ତାଙ୍କର ନିରନ୍ତର ତଦାରଖ, ସମୟୋଚିତ ମାର୍ଗଦର୍ଶନ ଏବଂ ଅଂଶଗ୍ରହଣକାରୀ ଦଳଗୁଡ଼ିକର କାର୍ଯ୍ୟ ଉପରେ ନିରନ୍ତର ନଜର ରଖିବା ଏହି ଅଭ୍ୟାସର ସଫଳ ଆୟୋଜନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲା। ଖୋର୍ଦ୍ଧାରୋଡ୍ ମଣ୍ଡଳ ରେଳ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା, ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ବୃଦ୍ଧି କରିବା ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥାର ନିରନ୍ତର ଉନ୍ନତି ଦିଗରେ ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି। ଯାତ୍ରୀମାନଙ୍କର ସର୍ବୋଚ୍ଚ ସୁରକ୍ଷା ଏବଂ ରେଳ ପରିଚାଳନାର ଦୃଢ଼ତା ସୁନିଶ୍ଚିତ କରିବା ଦିଗରେ ମଣ୍ଡଳ ସର୍ବଦା ପ୍ରତିବଦ୍ଧ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଟଣୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ୭୭ତମ ଜାତିୟ ସମ୍ବିଧାନ ଦିବସ ପାଳନ ସହିତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଜଟଣୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ୭୭ତମ ଜାତିୟ ସମ୍ବିଧାନ ଦିବସ ପାଳନ ସହିତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

November 28, 2026
ନୟାଗଡ଼ ଟାଉନ୍ ରେଳ ଷ୍ଟେସନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ମିଳିତ ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ୍ ଅନୁଷ୍ଠିତ

ନୟାଗଡ଼ ଟାଉନ୍ ରେଳ ଷ୍ଟେସନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ମିଳିତ ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ୍ ଅନୁଷ୍ଠିତ

November 28, 2026
ଖୋର୍ଦ୍ଧାରୋଡ୍ ରେଳମଣ୍ଡଳରେ ସମ୍ବିଧାନ ଦିବସ ପାଳିତ

ଖୋର୍ଦ୍ଧାରୋଡ୍ ରେଳମଣ୍ଡଳରେ ସମ୍ବିଧାନ ଦିବସ ପାଳିତ

November 28, 2026
ସମ୍ବିଧାନ ଦିବସ ପାଳିତ : ସମ୍ବିଧାନର ମୁଖବନ୍ଧ ପାଠ ସହ ଆଇନ ସଚେତନତା କାର୍ଯ୍ୟକ୍ରମ

ସମ୍ବିଧାନ ଦିବସ ପାଳିତ : ସମ୍ବିଧାନର ମୁଖବନ୍ଧ ପାଠ ସହ ଆଇନ ସଚେତନତା କାର୍ଯ୍ୟକ୍ରମ

November 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଟଣୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ୭୭ତମ ଜାତିୟ ସମ୍ବିଧାନ ଦିବସ ପାଳନ ସହିତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଜଟଣୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ୭୭ତମ ଜାତିୟ ସମ୍ବିଧାନ ଦିବସ ପାଳନ ସହିତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

November 28, 2026
ନୟାଗଡ଼ ଟାଉନ୍ ରେଳ ଷ୍ଟେସନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ମିଳିତ ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ୍ ଅନୁଷ୍ଠିତ

ନୟାଗଡ଼ ଟାଉନ୍ ରେଳ ଷ୍ଟେସନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ମିଳିତ ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ୍ ଅନୁଷ୍ଠିତ

November 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version