No Result
View All Result
୧୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ କହ୍ନେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଯୁଵ ଓ ଇକୋ କ୍ଲବ ଆନୁକୂଲ୍ୟରେ ପରିବେଶ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଦିବସରେ ଵ୍ରୃକ୍ଷ ରୋପଣ, ସଚେତନତା ରାଲୀ, ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଚାରା ବଣ୍ଟନ, ଚିତ୍ରାଙ୍କନ ପ୍ରତିଯୋଗିତା,ତର୍କ ଆଦି ପ୍ରତିଯୋଗିତା ପରେ ପୁରସ୍କାର ଵିତରଣୀ ସଭା ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାସୁଦେବ ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ଉପରେ ଵ୍ରୃକ୍ଷ ରୋପଣ ର ଆବଶ୍ୟକତା ସମ୍ପର୍କରେ ଉଦ୍ ଵୋଧନ ଦେଇଥିଲେ।
ପ୍ରଧାନ ଶିକ୍ଷକ ଙ୍କ ଦ୍ଵାରା ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ ପରେ ଶିକ୍ଷକ ଆଲୋକ କୁମାର ବରାଳ ପରିଵେଶ ସନ୍ତୁଳନ ଉପରେ ଏକ ତଥ୍ୟ ଭିତ୍ତିକ ଆଲୋଚନା ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଦୁର୍ଯୋଧନ ମୁଦୁଲି,ଦୁର୍ଗା ପ୍ରସାଦ ମହାପାତ୍ର, ସରୋଜ କୁମାର ପରିଡ଼ା ଶିକ୍ଷୟିତ୍ରୀ ଟିକିନା କୁମାରୀ ଭାରିମଲ୍ଲ, ସୁନିତା ମହାପାତ୍ର ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ।ସମ୍ମାନିତ ଅତିଥି ଭାବେ ସ୍ଵାସ୍ଥ୍ୟ କର୍ମୀ ପୁଷ୍ପଲତା ପଟ୍ଟନାୟକ, ଓ୍ଵାର୍ଡ ସଭ୍ୟା ବିନୋଦିନୀ ମୁଦୁଲି ପ୍ରମୁଖ ଯୋଗଦେଇ କ୍ରୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଵିତରଣରେ ସହାୟତା କରିଥିଲେ।
ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଜ୍ଞାପାରମିତା_୧ମ, ଅର୍ଚ୍ଚିତା ରାଉତରାୟ -୨ୟ, ଶୁଭମ୍ ମୁଦୁଲି-୩ୟ ପୁରସ୍କାର ଲାଭ କରିଥିବା ବେଳେ ତର୍କ ପ୍ରତିଯୋଗିତାର ଜୁନିଅର ବିଭାଗ ରେ ସୁ ଦୀକ୍ଷା ପ୍ରିୟଦର୍ଶିନୀ -୧ମ,ବିଶାଖା ଵିଶ୍ବାଳ-୨ୟ,ସୈ।ମ୍ୟରଞ୍ଜନ ମୁଦୁଲି -୩ୟ,ସ୍ଵାତୀଜେନା-୪ର୍ଥପୁରସ୍କାର ଏବଂ ସିନିୟର୍ ବିଭାଗ ରେ ଅର୍ପିତା ବେହେରା _୧ମ,ପ୍ରଜ୍ଞା ପାରମିତା -୨ୟ,ପୁଷ୍ପାରାଣୀ ସାହୁ -୩ୟ ପୁରସ୍କାର ଲାଭ କରିଥିଲେ। ପରିଶେଷରେ ଶିକ୍ଷକ ଦୁର୍ଯୋଧନ ମୁଦୁଲି ଧନ୍ୟବାଦ ପ୍ରଦାନ କରିଥିଲେ ।

No Result
View All Result