No Result
View All Result
୧୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ଭବାନିପାଟଣା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଅଣସଂକ୍ରାମକ ରୋଗର ପ୍ରତିରୋଧ, ମାନସିକ ସ୍ୱାସ୍ଥ୍ୟର ସ୍ଥିତି ଏବଂ ତମ୍ବାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଉପରେ ଏକ ବିଶେଷ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଅଣସଂକ୍ରାମକ ରୋଗ, ମଧୁମେହ, ଉଚ୍ଚରକ୍ତଚାପ, ହୃଦରୋଗ ଓ ଅନ୍ୟାନ୍ୟ ରୋଗକୁ କିପରି ଗାଁ ସ୍ତରରୁ ଚିହ୍ନଟ କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହଯୋଗରେ ଆଶାକର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ଦ୍ଵାରା ୩୦ ବର୍ଷରୁ ଉର୍ଦ୍ଧ୍ଵ ବୟସର ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇ ପୋର୍ଟାଲରେ ତଥ୍ୟ ସମ୍ମିଳିତ କରି ଔଷଧ ବଣ୍ଟନ କରିବାକୁ ସମସ୍ତ ବ୍ଲକ ସ୍ଥିତ ପି ଏଚ ସି ,ମେଡ଼ିକାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସେଭଳି ଜିଲ୍ଲାରେ ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ, ମାନସିକ ରୋଗ ବିଶେଷଜ୍ଞ, ନର୍ସ, ସମାଜସେବୀଙ୍କ କାର୍ଯ୍ୟ ନିରିକ୍ଷଣ, ଗୋଷ୍ଠିଗତ ସହାୟତା ଓ ସଚେତନତା, କାରାଗାର ଓ ଶିଶୁଯତ୍ନ କେନ୍ଦ୍ର ପରିଦର୍ଶନ ଓ ଅନ୍ତେବାସୀଙ୍କ ମାନସିକ ସ୍ଵାସ୍ଥ୍ୟ ପରୀକ୍ଷା, ଔଷଧ ବଣ୍ଟନ, ଡାକ୍ତରଙ୍କ ପରାମର୍ଶ, ମୋବାଇଲ ମାନସିକ ସ୍ୱାସ୍ଥ୍ୟ ଯାନର ବ୍ୟବହାର, ସ୍କ୍ରିନିଂ କ୍ୟାମ୍ପ, ମାନସିକରୋଗିଙ୍କୁ ଚିକିତ୍ସା ଉପରେ ଆଲୋଚନା ହୋଇଥିଲା । ତମ୍ବାଖୁ ନିୟନ୍ତ୍ରଣ ଓ ତମାଖୁ ସେବନକୁ ନିରୁତ୍ସାହିତ କରିବାକୁ ଜିଲ୍ଲାସ୍ତରୀୟ ସ୍ଵମନ୍ଵୟ କମିଟିର ବୈଠକରେ ତମ୍ବାଖୁ ନିୟନ୍ତ୍ରଣରେ ପୋଲିସ ଓ ଅବକାରୀ ବିଭାଗର କାର୍ଯ୍ୟ, ବିଦ୍ୟାଳୟମାନଙ୍କରେ କିଶୋର କିଶୋରୀମାନଙ୍କୁ ତମ୍ୱାଖୁର ଅପକାରିତା ଓ ସେବନ କରିବା ହାନିକାରକର ସଚେତନତା ବାର୍ତ୍ତା ,
ସ୍କୁଆଡ ଟିମର ଚଢ଼ାଉ, ସଚେତନତା କାର୍ଯ୍ୟକ୍ରମ, ଶିକ୍ଷକ ଓ ସରପଞ୍ଚମାନଙ୍କୁ ଟ୍ରେନିଙ୍ଗ, ବ୍ଲକ୍ ସ୍ତରରେ କମିଟି ଗଠନ, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଓ ସମନ୍ୱୟ, କୋପଟା ନିୟମର କଡ଼ାକଡ଼ି ପାଳନ ଉପରେ ଆଲୋଚନା ହୋଇଥିଲା । ୨୦୨୩-୨୪ ରେ ତମାଖୁ ନିୟନ୍ତ୍ରଣ ସ୍କୁଆଡ ଦ୍ଵାରା ୨୫ ଟି ସ୍ଥାନରେ ଚଢ଼ାଉ କରାଯାଇ ୪୨୨ ଜଣଙ୍କୁ ଚେତାବନୀ ସହ ୮୧,୧୨୦/- ଟଙ୍କା ଫାଇନ କରାଯାଇଥିଲା । ସେଭଳି ତମ୍ୱାଖୁ ମୁକ୍ତ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ୯୨ ବିଦ୍ୟାଳୟ ଓ ୬ ଟି କଲେଜକୁ ଅନ୍ତର୍ଭୁକ୍ତ କରାଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଏସ୍. ପି. ସେବାଷ୍ଟିନ୍ ଡିଗା, ସି.ଡି.ଏମ୍.ଓ ଡ଼ଃ. ନିହାରେନ୍ଦ୍ର ପଣ୍ଡା, ଡି.ପି.ଏଚ୍.ଓ. ଡଃ ରାକେଶ ସାହୁ, ଡ଼ଃ. ରଞ୍ଜନ ମିଶ୍ର, ଡି.ପି.ଏମ୍. ଭବାନୀ ଶଙ୍କର ସାହୁ , ନିହାର ରଞ୍ଜନ, ହିମାଂଶୁ ସାହୁ, ଡି. ଆଇ.ପି.ଆର୍.ଓ ମନୋଜ କୁମାର ବେହେରା, ଡି.ଡବ୍ଲୁ.ଓ ଅରବିନ୍ଦ ରାଏ, ଡି.ସି.ପି.ଓ ଶୈଳନ୍ଦୁ ମହାପାତ୍ର ସମସ୍ତ ବ୍ଲକର ବି.ଡି.ଏମ୍, ବି.ପି.ଏମ୍, ପି.ଏଚ.ଏସ୍.ଓ, ଏମ୍.ଓ , କାଉନସେଲର ଯୋଗ ଦେଇଥିଲେ ।
No Result
View All Result