No Result
View All Result
୧୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଜଟଣୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଅଧ୍ୟକ୍ଷ ଡ଼ଃ ରାଜିବ କୁମାର କରଙ୍କ ପୌରହିତ୍ୟରେ ୨୦୨୩-୨୪ଶିକ୍ଷା ବର୍ଷରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର,ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ବିଦାୟ କାଳୀନ ସଭା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ୨୦୨୨-୨୩ ଉତ୍କଳ ବିଶ୍ଵ ବିଦ୍ୟାଳୟ ସ୍ନାତକ ପରୀକ୍ଷାରେ ରାଜନୀତି ବିଜ୍ଞାନ ସମ୍ମାନରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀମାନେ ଯଥା ସୁଚିଶ୍ମିତା ମହାନ୍ତି ପ୍ରଥମ, ଦିବ୍ୟାସା ମାଲିକ ଦ୍ଵିତୀୟ ଏବଂ ବି ଗୀରିସା ତୃତୀୟଙ୍କୁ “ପ୍ରଫେସର ଶ୍ରୀରାମ ଚନ୍ଦ୍ର ଦାଶ ମେମୋରିଆଲ ପ୍ରାଇଜ୍” ପ୍ରଦାନ କରାଯାଇଥିଲା ।
ଅଧ୍ୟକ୍ଷ ଡ଼ଃ କର ଓଡ଼ିଶା ତଥା ଭାରତର ରାଜନୀତି ବିଜ୍ଞାନର ମୂଖ୍ୟ ବିନ୍ଧାଣି ପ୍ରଫେସର ଶ୍ରୀରାମ ଚନ୍ଦ୍ର ଦାଶଙ୍କ ଜୀବନୀ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ସମ୍ପର୍କିତ ଏକ ଦିକ୍ଷାନ୍ତ ଭାଷଣ ଛାତ୍ର,ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଅଜିତ କୁମାର ସୁନ୍ଦରାୟ ଏବଂ ଅର୍ଥନୀତି ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡ଼ଃ ଅନୁପ କୁମାର ମହାନ୍ତି ଓ ଓଡ଼ିଆ ବିଭାଗର ମୁଖ୍ୟ ଡ଼ଃ ତପନ୍ ମିଶ୍ର ଯୋଗ ଦେଇଥିଲେ। ବିଭାଗୀୟ ଅଧ୍ୟାପକ ବାଳକୃଷ୍ଣ ଚୌଧୁରୀ, ଶାନ୍ତିଲତା ସାହୁ, ପ୍ରିୟଦର୍ଶିନୀ ସାହାଣୀ, କୌଶଲ୍ୟା ପାହାଳ ଏବଂ ରାଜୀବ କୁମାର ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପକ ଦୀପ ସୁନ୍ଦର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।
No Result
View All Result