No Result
View All Result
୧୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ଏନଏନଏସ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲା ଗ୍ରାମ ପଞ୍ଚାୟତରେ କିଛିଦିନ ହେବ ଚାଉଳ ବଣ୍ଟା କୁ ନେଇ ଚାଲିଛି ରାଜନୀତି | ପଞ୍ଚlୟତରେ ଚାଉଳ ବାଣ୍ଟିବାପାଇଁ ଯୋଗାଣ ସହାୟକ ଥିବାବେଳେ ଅନ୍ୟ ଦୁଇଜଣଙ୍କୁ ସରପଞ୍ଚ ରଖିଛନ୍ତି | କିନ୍ତୁ ବିଜେପିର କିଛି ନେତା ଓ କର୍ମୀ ଚାଉଳ ବଣ୍ଟାରେ ବିଜେପି ଲୋକଙ୍କୁ ରଖିବା ପାଇଁ ଦାବୀ କରିବା ସହିତ ବଣ୍ଟନରେ ଅନିୟମିତତା ହେଉଛି ବୋଲି ପଞ୍ଚାୟତ ଅଫିସରେ ତାଲା ପକାଇଥିଲେ l
ଏହାକୁ ନେଇ କିଛି ବିଜେଡି ନେତା ଓ କର୍ମୀ ପ୍ରଶାସନକୁ ଅବଗତ କରେଇବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା | ଆଜି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସମେତ ବିଜେଡି ନେତା ଓ କର୍ମୀ 16 ନଂ ଜାତୀୟ ରାଜପଥକୁ ବ୍ରାହ୍ମଣ କୁଶଡିହ ଛକ ଠାରେ ଅବରୋଧ କରିଥିଲେ | ପ୍ରାୟ ଦୀର୍ଘ ଏକଘଣ୍ଟା ଧରି ରାସ୍ତା ଅବରୋଧ ଥିବାରୁ ଦୁଇ ପାର୍ଶ୍ୱ ରେ ଶହ ଶହ ଗାଡି ଅଟକି ରହିଥିଲା l
ଯାତାୟତ ବାଧାପ୍ରାପ୍ତ ହେବା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ | ଘଟଣା ସ୍ଥଳରେ ଚିଲିକା ତହସିଲଦାର, ବାଲୁଗାଁ ଏସଡିପିଓ,ବାଲୁଗାଁ ପୋଲିସ, ବାଣପୁର ପୋଲିସ, ନାଚୁଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଆସନ୍ତା କାଲି ସକାଳ 9 ଘଂଟିକା ସମୟରେ ତହସିଲଦାର,ବିଡ଼ିଓ, ଯୋଗାଣ ସହାୟକ ଉପସ୍ଥିତ ରହି ଚାଉଳ ବଣ୍ଟା ହେବା ପାଇଁ ପ୍ରତିଶୃତି ଦେବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା l
No Result
View All Result