୧୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହିପୁର ପରିସରରେ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି। ସୂଚନା ଅନୁଯାୟୀ ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ୯୩ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବାପାଇଁ ଆବେଦନ କରିଥିବା ବେଳେ ଷଷ୍ଠ ଶ୍ରେଣୀରେ ୫୯ ଜଣ ପିଲାଙ୍କ ମଧ୍ୟରୁ ୪୩ ଜଣ ପରୀକ୍ଷା ଦେଇଥିଲା ବେଳେ ୧୬ ଜଣ ଅନୁପସ୍ଥିତ ଥିଲେ।ସେହିପରି ନବମ ଶ୍ରେଣୀ ରେ ୩୪ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୨୪ ଜଣ ପରୀକ୍ଷା ଦେଇଥିବା ବେଳେ ୧୦ ଜଣ ଅନୁପସ୍ଥିତ ଥିଲେ।
ମହିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୧୦୦ ଜଣ ପିଲା ପରୀକ୍ଷା ଦେବାପାଇଁ ଆବେଦନ କରିଥିଲେ।ସେଥି ମଧ୍ୟରୁ ଷଷ୍ଠ ଶ୍ରେଣୀ ର ୫୬ ଜଣ ପିଲାଙ୍କ ମଧ୍ୟରୁ ୩୦ ଜଣ ପରୀକ୍ଷା ଦେଇଥିବା ବେଳେ ୨୬ ଜଣ ଅନୁପସ୍ଥିତ ଥିଲେ।ନବମ ଶ୍ରେଣୀ ର ୪୪ ଜଣ ପିଲାଙ୍କ ମଧ୍ୟରୁ ୪୨ ଜଣ ପରୀକ୍ଷା ଦେଇଥିବା ବେଳେ ୨ ଜଣ ଅନୁପସ୍ଥିତ ଥିଲେ। ଦୁଇଟି ପରୀକ୍ଷା କେନ୍ଦ୍ରରେ ସମୁଦାୟ ୧୯୩ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବାକୁ ଆବେଦନ କରିଥିବା ବେଳେ ୧୩୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇ ୫୪ ଜଣ ଅନୁପସ୍ଥିତ ଅଛନ୍ତି।ନୂଆଗାଁ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ସାହୁ ପରିଦର୍ଶନ କରିଥିବା ବେଳେ ମହିପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ ପରିଦର୍ଶନ କରିଥିଲେ।