No Result
View All Result
୧୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ରୋଟାରୀ କ୍ଲବ ଭୁବନେଶ୍ବର ହେରିଟେଜର ସନ୍ଥାପନ ଦିବସ ଭୁବନେଶ୍ବର, ହୋଟେଲ ଏକ ଲେନ୍ସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାନ୍ତପାଳ ରୋଟାରିଆନ ଯଜ୍ଞାଷିଶ ମହାପାତ୍ର ମୁଖ୍ଯଅତିଥି ଭାବରେ ଯୋଗଦେଇ ପରିବେଶର ସୁରକ୍ଷା, ସମାଜ ସେବା, ବୃକ୍ଷ ରୋପଣ, ସ୍ବାସ୍ଥ୍ୟ ସେବା, ମହିଳା ଓ ଶିଶୁମାନଙ୍କ କଲ୍ୟାଣ, ସଂସ୍କାରଧର୍ମୀ ପ୍ରକଳ୍ପ ସବୁ ହାତକୁ ନେଇ ରୋଟାରୀ କ୍ଲବର ସମାଜ ମଙ୍ଗଳ ପ୍ରତି ମହତ୍ତ୍ବପୂର୍ଣ୍ଣ ଯୋଗଦାନ ପାଇଁ ଆହ୍ବାନ ଦେଇଥିଲେ । କ୍ଲବର ବିଦାୟୀ ସଭାପତି ରୋଟାରିଆନ ମନ୍ମଥ ପାଣିଙ୍କ ଠାରୁ ନୂତନ ସଭାପତି ରୋଟାରିଆନ ବିଚିତ୍ରାନନ୍ଦ ନାୟକ କାର୍ଯ୍ୟଭାର ଗ୍ରହଣ କରିଥିଲେ ।
ସେହିପରି ବିଦାୟୀ ସଂପାଦକ ରୋଟାରିଆନ ରାଜାନାରାୟଣ ତ୍ରିପାଠୀଙ୍କ ଠାରୁ ନୂତନ ସଂପାଦକ ରୋଟାରିଆନ ସତ୍ଯାନନ୍ଦ ନାୟକ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଶ୍ରୀଯୁକ୍ତ ସଂଗ୍ରାମଜିତ ନାୟକ, ଆ.ଇ.ଏସ ମୁଖ୍ୟବକ୍ତା ଭାବରେ ଯୋଗଦେଇ ରୋଟାରିଆନ ମାନଙ୍କର ସମାଜ ମଙ୍ଗଳ ମୂଳକ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ମାନବ ସେବାରେ ନିୟୋଜିତ ରହିବାକୁ ଆହ୍ବାନ ଦେଇଥିଲ । ଏହି ଉତ୍ସବରେ ବିଶିଷ୍ଟ ଲୋକସେବକ, ପୂର୍ବତନ ମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନଙ୍କୁ ସଂଗ୍ରାମ ମହାପାତ୍ର ସାଂରକୀ ସମ୍ମାନ, “ସମୟର ସେବକ” ଉପାଧିରେ ଭୁଷିତ କରାଯାଇଥିଲା ।
ସହକାରୀ ପ୍ରାନ୍ତପାଳ ରୋଟାରିଆନ ଉମାଶଙ୍କର ପଟ୍ଟନାୟକ ଓ ଆଞ୍ଚଳିକ ଅଧ୍ୟକ୍ଷ ରୋଟାରିଆନ ବିଜୟ ପାତ୍ର ଉତ୍ସବରେ ଉପସ୍ଥିତ ଥିଲ । ନଅ ଜଣ ନୂତନ ସଦସ୍ଯ ରୋଟାରିଆନ ଭାବରେ ଯୋଗଦେଇ ଶପଥ ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରୋଟାରିଆନ ଡକ୍ଟର ପି . ଶ୍ରୀନିବାସ, ରୋଟାରିଆନ ରାମଚନ୍ଦ୍ର ସାହୁ,ରୋଟାରିଆନ ଅଶୋକ କୁମାର ତ୍ରିପାଠୀ,ରୋଟାରିଆନ ଶାନ୍ତନୁ ମିଶ୍ର, ରୋଟାରିଆନ ଅଶୋକ ନନ୍ଦ, ରୋଟାରିଆନ ବିକ୍ରମ ରାୟ ପ୍ରମୁଖ ଉପସ୍ଥିତରହି କାର୍ଯ୍ୟକ୍ରମର ଆୟୋଜନରେ ସହଯୋଗ କରିଥିଲେ ।ରୋଟାରିଆନ ମମତା ଦାସ ସଙ୍ଗୀତ ପରିବେଷଣ କରିଥିଲେ ।
No Result
View All Result