୦୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ରଥ ଯାତ୍ରାରେ ଗତକାଲି ବଳଭଦ୍ର ଙ୍କ ତାଳଧ୍ୱଜ ଓ ସୁଭଦ୍ରା ଙ୍କ ଦେବଦୋଳନ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିବା ବେଳେ ଆଜି ଜଗନ୍ନାଥ ଙ୍କ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିଲା । ଗତକାଲି ସୁଭଦ୍ରାଙ୍କ ରଥ ମହିଳା ମାନେ ଟାଣି ଗୁଣ୍ଡିଚା ମନ୍ଦିର ନିକଟରେ ପହଚାଂଇଥିଲେ । ଆଜି ଦିନ ୧୧.୩୦ ରେ ଜଗନ୍ନାଥ ଙ୍କ ରଥ ଟଣାଯାଇଥିଲା । କିନ୍ତୁ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ବହୁ ଧିର ମନ୍ତର ଗତିରେ ଚାଲିଥିଲା । ପ୍ରଥମେ ବଡଦାଣ୍ଡ ରେ ଏକ ବିଦ୍ୟୁତ ଖୁଟିଂରେ ଲାଗି ଯାଇଥିଲା । ପରେ ରଥ ଟଣା ଆରମ୍ଭ ହୋଇଥିଲା ।















