୦୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :->  ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ରଥ ଯାତ୍ରାରେ ଗତକାଲି ବଳଭଦ୍ର ଙ୍କ ତାଳଧ୍ୱଜ ଓ ସୁଭଦ୍ରା ଙ୍କ ଦେବଦୋଳନ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିବା ବେଳେ ଆଜି ଜଗନ୍ନାଥ ଙ୍କ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିଲା । ଗତକାଲି ସୁଭଦ୍ରାଙ୍କ ରଥ ମହିଳା ମାନେ ଟାଣି ଗୁଣ୍ଡିଚା ମନ୍ଦିର ନିକଟରେ ପହଚାଂଇଥିଲେ । ଆଜି ଦିନ ୧୧.୩୦ ରେ ଜଗନ୍ନାଥ ଙ୍କ ରଥ ଟଣାଯାଇଥିଲା । କିନ୍ତୁ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ବହୁ ଧିର ମନ୍ତର ଗତିରେ ଚାଲିଥିଲା । ପ୍ରଥମେ ବଡଦାଣ୍ଡ ରେ ଏକ ବିଦ୍ୟୁତ ଖୁଟିଂରେ ଲାଗି ଯାଇଥିଲା । ପରେ ରଥ ଟଣା ଆରମ୍ଭ ହୋଇଥିଲା ।

କିଛି ବାଟ ଗଲା ପରେ ଜଗନ୍ନାଥ ଙ୍କ ନେତ ଖସିପଡିଥିଲା । ପରେ ସେଠାରେ ନିୟମ ଅନୁଯାଇ ହୋମ କରାଯାଇଥିଲା । ପରେ ନନ୍ଦିଘୋଷ କୁ ପୁଣି ଟଣାଯାଇଥିଲା । ଯାହାଫଳରେ ଦିନ ୧.୪୫ ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିଲା । ୩ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂବା ପରେ ସନ୍ଧ୍ୟାରେ ତିନି ଠାକୁରଙ୍କୁ ଆଡପମଣ୍ଡପକୁ ବିଜେ କରାଯାଇଛି । ତିନି ଠାକୁର ଆଡପ ମଣ୍ଡପରେ ବିଜେ ହେବା ପରେ ନୀତି ଅନୁଯାଇ ମାଘସ୍ନାନ ଓ ଅନ୍ୟନ କାର୍ଯ୍ୟ କରାଯିବ । ବୁଧ ବାର ଠାରୁ ଭକ୍ତ ମାନେ ୩ ଠାକୁର ଙ୍କୁ ଆଡପ ମଣ୍ଡପରେ ଦର୍ଶନ କରି ପାରିବେ ବୋଲି ପ୍ରଶାସନ ଠାରୁ ଜଣାଯାଇଛି ।