No Result
View All Result
୦୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୂଆଗାଁ ସଦର ମହକୁମାରେ ରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ପ୍ରେରଣା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।। ଛାତ୍ର ଛାତ୍ରୀଙ୍କ ଦକ୍ଷତାର ବିକଶ ପାଈଁ ରାଜ୍ୟସ୍ତରରେ, ଆଂଚଳିକ ସ୍ତରରେ ଇଂରାଜୀ ଓ ହିନ୍ଦୀ ଭାଷାର ବିକାଶ ନିମିତ୍ତ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ନୂଆଗାଁ ବ୍ଳକର ୨୫ ଟି ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗଦେଇଥିଲେ । ରଚନା, ଚିତ୍ରାଙ୍କନ,କବିତା ଲିଖନ, ଗଳ୍ପ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ରଚନାରେ ନିପ୍ତିପ୍ରଜ୍ଞା ତ୍ରିପାଠୀ,ଆୟୁଶୀ ପ୍ରଧାନ,ଅନନ୍ତ ନାୟକ, କମଳା ମଲ୍ଲିକ , କବିତା ଲିଖନ ରେ ସିବନି ମଲ୍ଲିକ,

ବର୍ଷା ପ୍ରିୟଦର୍ଶିନୀ ପାତ୍ର,କ୍ଷେତ୍ରବାସୀ ମହାପାତ୍ର, ଚିତ୍ରାଙ୍କନ ଶକ୍ତିମାନ ସ୍ୱାଇଁ,ସୁଶ୍ରୀ ସୋନମ୍ ପ୍ରଧାନ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।ଏହି ପ୍ରତିଯୋଗୀତା ଚଳିତ ମାସ ୧୧ ତାରିଖ ୧୦ ଘଟିକା ସମୟରେ ଜବାହର ନବୋଦୟ ନୟାଗଡ ଠାରେ ଅନୁଷ୍ଠିତ ହେବ।ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡି ଆଇ ଇ ଟି ସୁନା ଖେଳା ର ଅଧ୍ୟକ୍ଷ ବିଜୟ କୁମାର , ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନା ରାଣୀ ସେଠୀ,କବିତା ଦାସ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ଦାସ ଏବଂ ଆଦର୍ଶ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

No Result
View All Result