No Result
View All Result
୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ରଥ ଯାତ୍ରାରେ ଆଜି ଦ୍ୱିତୀୟ ଦିନରେ ପହଚିଂଛିଁ । ଗତକାଲି ଶ୍ରୀଜୀଉ ଙ୍କର ନେତ୍ରଉତ୍ସବ ଓ ନବଯୌବନ ଦର୍ଶନ ପରେ ସମସ୍ତ ନୀତି କାନ୍ତି ସମାପନ ହୋଇଥିଲା । କିନ୍ତୁ କାର୍ଯ୍ୟରେ ବିଳମ୍ବ ଯୋଗୁ କୈାଣସି ରଥ ଟଣା ହୋଇପାରିନଥିଲା । ଆଜି ଦିନତମାମ ବର୍ଷା ଲାଗିରହିଥିଲା ।
କିନ୍ତୁ ଶହଶହ ଭକ୍ତ ବଳଭଦ୍ରଙ୍କ ତାଳଧ୍ୱଜ ଓ ମା ଶୁଭଦ୍ରା ଙ୍କ ଦେବଦୋଳନ ରଥ କୁ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିବା ଜଣାଯାଇଛି । କିନ୍ତୁ ଜଗନ୍ନାଥ ଙ୍କର ନନ୍ଦିଘୋଷ ଜଗନ୍ନାଥ ମନ୍ଦିର ନିକଟରେ ରହିଛି । ଶ୍ରୀ ଗୁଣ୍ଡିଚାରେ କୈାଣସି ରଥ ଟଣାନଯାଇଥିବାରୁ ଆଜି ସୋମବାର ପ୍ରଶାସନ ଦିନ ୨ଟରେ ରଥ ଟାଣିବାକୁ ଉଦ୍ୟମ କରିଥିଲେ ।କିନ୍ତୁ ସେ ସମୟରେ ବର୍ଷା ହେବାରୁ ରଥ ଟାଣିବାରେ ବାଧା ସୃଷ୍ଟି ହୋଇଥିଲା ।
ଅପରାହ୍ଣରେ ୩ଟାରେ ପ୍ରଥମେ ବଳଭଦ୍ର ଙ୍କର ତାଳଧ୍ୱଜ ରଥ ଟଣା ଯାଇଥିଲା । ଏହି ସମୟରେ ପ୍ରବଳ ବର୍ଷା ସ୍ୱତେ ଲୋକମାନେ ଏହାକୁ ଭୁକ୍ଷପ ନକରି ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିଲା । ଅପରାହ୍ନ ୪.୧୫ ରେ ଶୁଭଦ୍ରା ଙ୍କ ରଥ ଟଣା ଯାଇଥିଲା । ଶୁଭଦ୍ରା ଙ୍କ ରଥ କୁ କେବଳ ମହିଳାମାନେ ରଥକୁ ଟାଣି ନେଇଥିଲେ । ଅପରାହ୍ନ ୫.୪୫ ରେ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିଲା ।
ଶୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଜଗନ୍ନାଥଙ୍କ ରଥ କୁ ଟାଣାବା ପାଇଁ ପ୍ରଶାସନ ଉଦ୍ୟମ କରିଥିଲା । କିନ୍ତୁ ବିଳମ୍ବ ହେତୁ ଜଗନ୍ନାଥ ଙ୍କ ରଥ ଟଣା ହୋଇ ପାରିନଥିଲା । ସେତେବେଳକୁ ସଂନ୍ଦ୍ୟା ହୋଇଯାଇ ଆସୁଥିବାରୁ ରଥ ଟଣା ବନ୍ଦ ରହିଥିଲା । ଆସନ୍ତା କାଲି ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ କୁ ଟଣା ଜିବ ବୋଲି ପ୍ରଶାସନ ଠାରି ଜଣାଯାଇଛି ।
୩ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂବା ପରେ ତିନି ଠାକୁରଙ୍କୁ ଆଡପମଣ୍ଡପକୁ ବିଜେ କରିଜିବ । ଆଜି ବର୍ଷା ସ୍ୱତେ ହଜାର ହଜାର ଲୋକ ରଥ ଭିଡିଥିଲେ । ରାଜବାଟି ପରିଷର ରେ ପଡିଥିବା ମିନା ବଜାର ରେ ଲୋକଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା । ରଥଟଣା କାର୍ଯ୍ୟ କୁ ଶାନ୍ତି ଶୃଙ୍ଖଳା ରେ ସମ୍ପାଦନ କରିବା ପାଇଁ ବ୍ୟାପକ ପୋଲିସ ମୂର୍ତୟନ ହୋଇଥିଲେ l
No Result
View All Result