No Result
View All Result
୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ଶନିବାର ଦିନ ଦିବା ୩ ଘଟିକା ସମୟରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଉସୁମା ଗ୍ରାମର ଯୁବ ସାମ୍ବାଦିକ ଓ ବରିଷ୍ଟ ସାମ୍ବାଦିକ ସ୍ବର୍ଗତ ନିର୍ମଳ ପଣ୍ଡା ଙ୍କ ହୃଦ୍ ଘାତ ରେ ମୃତ୍ୟୁ ବରଣ ଖବର ପାଇ ସାରା ମାହାଙ୍ଗା ରେ ଶୋକ ର ଛାୟା ଖେଳି ଯାଇଛି ।

ଏହି ଦେହାନ୍ତ ଖବର ପାଇ ମାହାଙ୍ଗା ର ବିଜୁ ଜନତା ଦଳର ପୂର୍ବତନ ଅଧକ୍ଷ ଶ୍ରୀଯୁକ୍ତ ଶରତ ନାୟକ , ଶିକ୍ଷାବିତ୍ ଉମେଶ ଚନ୍ଦ୍ର ସାହୁ , ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶରତ ମହାପାତ୍ର , ମାହାଙ୍ଗା ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ମହାନ୍ତି ଜିଲ୍ଲାପରିଷଦ ଜଗବନ୍ଧୁ ସେଠୀ , ପୂର୍ବତନ ଜିଲ୍ଲାପରିଷଦ ହୃଷୀକେଶ ସ୍ୱାଇଁ ଓ ବରିଷ୍ଠ କର୍ମ କର୍ତ୍ତା ମାନେ ତାଙ୍କ ବାସଭବନ ରେ ପହଞ୍ଚି ଶୋକାକୁଳ ପରିବାର କୁ ସମବେଦନା ଜଣାଇଥିଲେ ।

No Result
View All Result