No Result
View All Result
୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଠାରେ ଥିବା ରାଧାରମଣ ସେବାକୁଞ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ରବିବାର ଅପରାହ୍ନ ୪ ଟାରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଶ୍ରୀ ସୁଦର୍ଶନ, ବଳଭଦ୍ର, ମାତା ସୁଭଦ୍ରା ଏବଂ ପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି କରି ରଥାରୁଢ଼ କରାଯାଇଥିଲା । ପରେ ପରେ ଠାକୁର ରାଜା ନାରାୟଣ ରାଉତ ରଥରେ ଛେରା ପହଁରା କରି ସାରିବା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ।
ପ୍ରତାପନଗରୀ ମା, ଧାକୁଲେଇ ପୀଠରୁ ରଥ ଟଣା ଆରମ୍ଭ କରାଯାଇ ଜାତୀୟ ରଜପଥର ଭାଣପୁର , ଡାହାଳିଆବାଗ ହୋଇ ପାଇକସାହି ସ୍ଥିତ ମାଉସୀ ମା ମନ୍ଦିରରେ ପହଞ୍ଚିଥିଲା । ରାଧାରମଣ ସେବାକୁଞ ଜଗନ୍ନାଥ ମନ୍ଦିର ରଥ ପରିଚାଳନା କମିଟିର ସଭାପତି ଦିଲିପ କୁମାର ସ୍ୱାଇଁ, ସଂପାଦକ କିଶୋର ଚନ୍ଦ୍ର ବାରିକ , ମହାଦେବ ନାୟକ, ନଳୀନ କୁମାର ସେନାପତି ,
ପ୍ରମୋଦ କୁମାର ସ୍ୱାଇଁ , ବାଦଲ କୁମାର ଜେନା, ଭାଗ୍ୟଧର ବାରିକ , ସୁଶାନ୍ତ କୁମାର ମହାନ୍ତି, ଚତୁର୍ଭୁଜ ମହାପାତ୍ର , ରବୀନ୍ଦ୍ର ସ୍ୱାଇଁ, ପୁଲିନ୍ ମହାପାତ୍ର , ସନ୍ତୋଷ କୁମାର ସେନାପତି,ବିଭୁତି ଭୁଷଣ ନାୟକ, ବିରଞ୍ଚି ନାରାୟଣ ବେହେରା , ବିଜୟ ସାହୁ , ଘନଶ୍ୟାମ ବେହେରା , ଶ୍ରୀଚରଣ ବେହେରା ,
ସୁଶାନ୍ତ ଦାସ, ସୁକଦେବ ସେନାପତି , ରାମଚନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇ ରଥ ଟଣା କାର୍ଯ୍ୟ ପରିଚାଳନା କରିଥିଲେ । ଶହଶହ ଶ୍ରଦ୍ଧାଳୁ ରଥଟଣା ଦେଖିବା ପାଇଁ ସମାଗମ ହୋଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକ ସଦର ପୋଲିସ ଉପସ୍ଥିତ ରହିଥିଲେ । ରଥ ଟଣା କାର୍ଯ୍ୟ ସୁରୁଖୁରୁରେ ସମିପ ହୋଇଥିଲା ।
No Result
View All Result