No Result
View All Result
ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ପ୍ରଦାନ
୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ବରିଷ୍ଠ ନାଗରିକ ମଞ୍ଚ ଓ ଥାନା ଅଧିକାରୀଙ୍କ ମିଳିତ ଆନୁକୂଲ୍ୟରେ ଶନିବାର ଦିନ ଆମ ପୋଲିସ କାର୍ଯ୍ୟକ୍ରମ ଓ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗୋପୀନାଥ ଖାଡ଼ଙ୍ଗା ପୌରହିତ କରିଥିଲେ l ଆମ ପୋଲିସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ, ମୁଖ୍ୟ ବକ୍ତାଭାବେ ସବଇନ୍ସପେକ୍ଟର ଲିଲି ପାଢ଼ୀ ଓ ସଂମ୍ମାନିତ ଅତିଥିଭାବେ ସହକାରୀ ସବଇନ୍ସପେକ୍ଟର ପ୍ରମୋଦ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ l
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଭାପତି ଗୋପୀନାଥ ଖାଡ଼ଙ୍ଗା ସ୍ୱାଗତ ଭାଷଣ ଦେଇ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ l ଅନୁଷ୍ଠାନର ସମ୍ପାଦକ ରଘୁନାଥ ଦଳବେହେରା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ନାଗରିକ ମଞ୍ଚର ଉପସଭାପତି ଦିବାକର ପରମଗୁରୁ, ରାଧାଶ୍ୟାମ ରାୟଗୁରୁ ମହାପାତ୍ର ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l ବୋଲଗଡ ବ୍ଲକ ଅଞ୍ଚଳର 60 ଜଣ ବରିଷ୍ଠ ନାଗରିକମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ପୋଲିସ ଆରକ୍ଷୀଙ୍କ ମାଧ୍ୟମରେ ମୁଖ୍ୟଅତିଥି ତଥା ବୋଲଗଡ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ ପରିଚୟ ପତ୍ର ପ୍ରଦାନ କରିଥିଲେ l
ପ୍ରତ୍ୟୋକ ବରିଷ୍ଠ ନାଗରିକମାନେ ନିଜର ଜନ୍ମିତ ପୁଅ ଝିଅମାନଙ୍କୁ ନିଜ ନିଜ ଘରେ ଉତ୍ତମ ବ୍ୟବହାର, ଉତ୍ତମ ସଂସ୍କାର, ଆଦର୍ଶ ତଥା ଗୁଣାତ୍ମକ ଶିକ୍ଷାଦାନ ଓ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଲେ ପରିବାର ସୁଖମୟ ତଥା ଶୃଙ୍ଖଳିତ ହୋଇପାରିବ ବୋଲି ମୁଖ୍ୟଅତିଥି ଶ୍ରୀମତୀ ବରାଳ ବରିଷ୍ଠ ନାଗରିକମାନଙ୍କୁ ପରାମର୍ଶ ଦେଇଥିଲେ l ନୂତନ ଅପରାଧିକା ଆଇନର କାର୍ଯ୍ୟକ୍ରମ ଓ ଭାରତୀୟ ନାଗରିକ ସଂହିତା 2024 ସମ୍ପର୍କରେ ମୁଖ୍ୟବକ୍ତା ସବଇନ୍ସପେକ୍ଟର ଲିଲି ପାଢ଼ୀ ଉପସ୍ଥିତ ବରିଷ୍ଠ ନାଗରିକମାନଙ୍କୁ ବୁଝାଇଥିଲେ l
ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକମାନେ ଯୋଗଦେଇ ନିଜକୁ ଆଇନର ସୁରକ୍ଷା ଓ ସହାୟତା ଯୋଗାଇଦେବାକୁ ମୁଖ୍ୟଅତିଥି ଶ୍ରୀମତୀ ବରାଳଙ୍କୁ ଅନୁରୋଧ କରିଥିଲେ l ବରିଷ୍ଠ ନାଗରିକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା, ରେଳ ଓ ବସରେ ଯାତାୟାତର ସୁବିଧା, ବ୍ୟାଙ୍କ ଆଦି ବିଭିନ୍ନ ସ୍ଥାନରେ ଅଗ୍ରାଧିକାର ଦେବା ପାଇଁ ସଭାପତି ଗୋପୀନାଥ ଖାଡ଼ଙ୍ଗା ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଥିଲେ l ପରିଶେଷରେ ସମ୍ପାଦକ ରଘୁନାଥ ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
No Result
View All Result