No Result
View All Result
୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ସମସ୍ତ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ବ୍ଲକ ସ୍ତରୀୟ ଅଷ୍ଟମତମ ସମ୍ମିଳନୀ ଶନିବାର ଦିନ ପିଚୁକୁଳିସ୍ଥିତ ଶ୍ରୀ ରଘୁନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରିଣୀ ସ୍ନିଗ୍ଧା ମିଶ୍ରଙ୍କ ସମେତ ପ୍ରାକ୍ତନ ମଣ୍ଡଳ ସଂଯୋଜକ ପଦ୍ମ ଚରଣ ବେହେରା, ମଣ୍ଡଳ ସଂଯୋଜକ କୈଳାସ ନାଥ ସ୍ବାଇଁ, ସହ ଗୋଷ୍ଠୀ ଶିକ୍ଷାଧିକାରୀଣୀ ଅମିତା ମିଶ୍ର ଏବଂ ଏମ ଆଇ ଏସ ସଂଯୋଜକ ବବ୍ରୁ ବାହାନ ବେହେରା ଉପସ୍ଥିତ ଥିଲେ ।

ପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ମହାପାତ୍ର ସ୍ୱାଗତ ଭାଷଣ ଦେଇ ଆଲୋଚନା ହେବାକୁ ଥିବା ପ୍ରସଙ୍ଗଗୁଡିକ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।ମୁଖ୍ୟ ଅତିଥି ଶ୍ରୀମତୀ ମିଶ୍ର ସମଗ୍ର ଖୋର୍ଦ୍ଧା ଜିଲ୍ଲାର ୨୦୨୪ ମସିହା ମାଟ୍ରିକ ପରୀକ୍ଷାର ଫଳ ବିଶ୍ଳେଷଣ କରିବା ସହ ପରୀକ୍ଷାରେ ପରୀକ୍ଷାର୍ଥିମାନଙ୍କ ଉତ୍ତମ ପ୍ରଦର୍ଶନ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଦିଗଦର୍ଶନ ଦେଇଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀ, ପ୍ରାକ୍ତନ ମଣ୍ଡଳ ସଂଯୋଜକ, ମଣ୍ଡଳ ସଂଯୋଜକ ଏବଂ ସହ ଶିକ୍ଷାଧିକାରିଣୀ ଭବିଷ୍ୟତ ପରୀକ୍ଷାର୍ଥୀମାନଙ୍କ ପାଇଁ ବିଶେଷ ଧ୍ୟାନ ଦେବାକୁ,ପିତାମାତାମାନଙ୍କ ସହ ଉତ୍ତମ ସମ୍ପର୍କ ରଖିବାକୁ ପରାମର୍ଶ ପ୍ରଦାନ ଦେଇଥିଲେ !

ସ୍ମାର୍ଟବୋର୍ଡରେ ସଂଯୋଜକ ବବ୍ରୁ ବାହାନ ବେହେରା ୟୁ ଡାଇସ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ମିଶ୍ରଙ୍କ ସହିତ ସମସ୍ତ ଅଧିକାରୀ ଏବଂ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ହତାରେ ବୃକ୍ଷ ରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ବଦ୍ରୁଲ ହାସନ ଖାଁ, ପ୍ରମୋଦ କୁମାର ସ୍ବାଇଁ, ପୀତବାସ ଲେଙ୍କା, ଧ୍ରୁବ ଚରଣ ତ୍ରିପାଠୀ, ଅମର କୁମାର ବେହେରା, ଧ୍ରୁବାନନ୍ଦ ନାୟକ, ବିଶ୍ୱରଂଜନ ସିଂହ ଦେଓ, ଶୁକାନ୍ତି ଦେଇ ସମେତ ସମୁଦାୟ ୩0 ଜଣ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ମଣ୍ଡଳ ସଂଯୋଜକ ଶ୍ରୀ ସ୍ବାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଶ୍ରୀ ରଘୁନାଥ ଦେବ ସରକାରୀଉଚ୍ଚବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।


No Result
View All Result