No Result
View All Result
୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> କଟକ ଜିଲ୍ଲା ଅନ୍ତର୍ଗତ ନିଆଳିର ବମ୍ଫକୁଦ ଠାରେ ଥିବା ସର୍ବପୁରାତନ ଇଂରାଜୀ ମାଧ୍ୟମ ସ୍କୁଲ ପକ୍ଷରୁ ଆଜି ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ଦିବସ ପାଳନ କରଯାଇଛି । ଏହି ଅବସରରେ ପଣ୍ତିତ ଗୋପବନ୍ଧୁ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା ।
ଗୋପବନ୍ଧୁ ଦାସ ନିଜ ଜୀବନ ଏବଂ ପରିବାରକୁ ତ୍ୟାଗ କରି ବନ୍ୟା, ବାତ୍ୟାର ଅସହାୟ ବିପନ୍ନ ଲୋକମାନଙ୍କ ନିକଟରେ ଯେପରି ପହଞ୍ଚି ସେବା କାର୍ଯ୍ୟ କରୁଥିଲେ ଆଜି ସେ ଆମ ନିକଟରେ ସବୁ ଦିନ ପାଇଁ ଚିର ନମସ୍ୟ ବୋଲି ଉପସ୍ଥିତି ଅତିଥିମାନେ ପ୍ରଶଂସା କରି କହିଥିଲେ। ଏହି ଶ୍ରାଦ୍ଧ ଦିବସ ପାଳନ ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ, ସମସ୍ତ ଛାତ୍ର ଛାତ୍ରୀ, କର୍ମକର୍ତ୍ତାମାନେ ଯୋଗ ଦେଇ ପଣ୍ତିତ ଗୋପବନ୍ଧୁ ଦାସଙ୍କର ବିଭିନ୍ନ ଗୁଣଗାନ କରିଥିଲେ।

No Result
View All Result